Odiapua.com

ଲଘୁଚାପ ବର୍ଷା, ଆସନ୍ତା କାଲି ପାଇଁ ଏହି ଜିଲ୍ଲାଗୁଡ଼ିକୁ ରେଡ୍ ଆଲର୍ଟ – ପ୍ରବଳ ବର୍ଷିବ – ସତର୍କ ରୁହନ୍ତୁ

ଭୁବନେଶ୍ୱର ୧୧-୬ (ଓଡ଼ିଆ ପୁଅ) ଉତ୍ତର-ପଶ୍ଚିମ ବଙ୍ଗୋପସାଗରରରେ ଏକ ଲଘୁଚାପ ଅଞ୍ଚଳ ସୃଷ୍ଟି ହୋଇଛି। ଓଡ଼ିଶା ଉପକୂଳ ଏବଂ ଗାଙ୍ଗେୟ ଉପତ୍ୟକା ସମେତ ପଶ୍ଚିମବଙ୍ଗ ଉପକୂଳରେ ମଧ୍ୟ ନିମ୍ନଚାପ ଅଞ୍ଚଳ ସୃଷ୍ଟି ହୋଇଛି। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏବଂ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ଓଡିଶା ଉପର ଦେଇ ଗତି କରିବ। ଏହା ଫଳରେ ଆସନ୍ତା କାଲି ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏ ନେଇ ପାଣିପାଗ କେନ୍ଦ୍ର ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ, ବରଗଡ, ଅନୁଗୁଳ ଜିଲ୍ଲାଗୁଡ଼ିକ ପାଇଁ ଆସନ୍ତା କାଲି ପାଇଁ ରେଡ ଆଲର୍ଟ ଜାରୀ କରିଛି। ଏହି ଜିଲ୍ଲାଗୁଡ଼ିକରେ ଆସନ୍ତା କାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।

ଆଜି ସନ୍ଧ୍ୟାରୁ ଆସନ୍ତା କାଲି ସକାଳ ସାଢ଼େ ଆଠଟା ପର୍ଯ୍ୟନ୍ତ ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଲ, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର ଜିଲ୍ଲା ଗୁଡ଼କ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରୀ କରିଛି ପାଣିପାଗ ବିଭାଗ। ଏ ନେଇ ଲୋକମାନଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଚେତାବନୀ ଦେଇଛି ବିଭାଗ। ଏତଦ୍ ବ୍ୟତୀତ ବାଲେଶ୍ୱର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ନୁଆପଡା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣି ଜାରୀ କରାଯାଇଛି।

ତେବେ ଆସନ୍ତା କାଲି ପାଇଁ ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ, ବରଗଡ, ଅନୁଗୁଳ ଜିଲ୍ଲା ପାଇଁ ରେଡ ଆଲର୍ଟ ଜାରୀ କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ଜନସାଧାରଣଙ୍କୁ ସତର୍କ ରହିବାକୁ କୁହାଯାଇଛି।

ଏହି ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ ବର୍ଷା ପାଣି ଭରିଯିବାର ସମ୍ଭାବନା ରହିଛି। ଏପରିକି କେତେକ ସ୍ଥାନରେ ସ୍ଥାନୀୟ ବନ୍ୟା ହେବାର ମଧ୍ୟ ଚେତାବନୀ ଦେଇଛି ବିଭାଗ। ଅସୁରକ୍ଷିତ କୋଠା ପାଇଁ ସତର୍କ ରହିବାକୁ କୁହାଯାଇଛି। କଚା ରାସ୍ତା ଧୋଇଯିବାର ସମ୍ଭାବନା ରହିଛି ଏହା ବ୍ୟତୀତ ସହରାଞ୍ଚଳରେ ଜଳମଗ୍ନଯୋଗୁଁ ଟ୍ରାଫିକ୍ ସମସ୍ୟା ଦେଖଯିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଏହା ସହ କେତେକ କ୍ଷେତ୍ରରେ ଉଦ୍ୟାନ କୃଷି ଫସଲ, ପନିପରିବାର କ୍ଷତି ହେବାର ସମ୍ଭାବନା ଅଛି। ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି ଏଥିପାଇଁ ସତର୍କ ରହିବାକୁ କୁହାଯାଇଛି।