ଭୁବନେଶ୍ୱର: କରୋନା ଭାଇରସ୍ ଯୋଗୁଁ ଲକ୍ ଡାଉନ୍ କାରଣରୁ ଲୋକେ ଏବେ ଘରେ ରହୁଛନ୍ତି। ମୋବାଇଲ ଅଧିକ ବ୍ୟବହାର କରୁଛନ୍ତି। ୱାର୍କ ଫର୍ମ ହୋମ୍ (ଘରୁ କାମ ହେତୁ) ମୋବାଇଲ୍, ନେଟ୍ ବ୍ୟବହାର ବହୁ ପରିମାଣରେ ବଢ଼ିଯାଇଛି। ଫଳରେ ନେଟ୍ ସ୍ଲୋ ଏବଂ ଫୋନ୍ ହ୍ୟାଙ୍ଗ୍ ସମସ୍ୟା ଉପୁଜିଛି। ଏପରି ପରିସ୍ଥିତିରେ କ’ଣ କରିବା …?
କ୍ୟାଚ୍ ଡାଟା :-
ସ୍ମାର୍ଟ୍ ଫୋନର ଆଭ୍ୟନ୍ତରୀଣ ମେମୋରୀରେ କ୍ୟାଚ୍ ଡାଟା ସେଭ୍ ହୋଇଛି। ଯାହା ଫୋନର ଗତି କମାଇବା ପାଇଁ କାମ କରେ। ଆମେ ଖୋଲୁଥିବା ସମସ୍ତ ଆପ୍, ଯଦିଓ ଆମେ ଏହାକୁ ଆମ ପାର୍ଶ୍ୱରୁ ବନ୍ଦ କରିଥାଉ, କିନ୍ତୁ ସେହି ପ୍ରୟୋଗ ଗୁଡ଼ିକ ଆଭ୍ୟନ୍ତରୀଣ ମେମୋରୀରେ ପଡ଼ିଥାଏ। ଯେ ପର୍ଯ୍ୟନ୍ତ ଆମେ ସେଠାରୁ ସେଗୁଡିକୁ ବିଲୋପ କରୁନାହୁଁ। କ୍ୟାଚ୍ ଡାଟା ଡିଲିଟ୍ କରି ଫୋନ୍ ହ୍ୟାଙ୍ଗ୍ ସମସ୍ୟାରୁ ମୁକ୍ତି ପାଇପାରିବେ। ଷ୍ଟୋରେଜକୁ ଯାଇ ଆପଣ ସେଟିଂ ସମୂହରେ କ୍ୟାଚ୍ ତଥ୍ୟର ବିକଳ୍ପ ପାଇପାଇବେ।
ବ୍ୟବହାର କରନ୍ତୁ ଲାଇଟ୍ ଭର୍ସନ ଆପ୍ :-
ଲକ୍ ଡାଉନ୍ କାରଣରୁ କିଛି ଦିନ ପାଇଁ ଫେସବୁକ୍, ଇନଷ୍ଟା ଏବଂ ଟ୍ୱିଟରର ଲାଇଟ୍ ଭର୍ସନ୍ ଆପ୍ ବ୍ୟବହାର କରନ୍ତୁ। ଏହା କରିବା ଦ୍ୱାରା କମ ମେମୋରି ଖର୍ଚ୍ଚ ହେବ ଏବଂ ଆବଶ୍ୟକିୟ ଆପ୍ ବ୍ୟବହାର କରିବାରେ ଆପଣଙ୍କର କୋୖଣସି ଅସୁବିଧା ହେବନାହିଁ।
କ୍ଲାଉଡ୍ ଷ୍ଟୋରେଜ୍ ବ୍ୟବହାର କରନ୍ତୁ :-
ପ୍ରତ୍ୟେକ ସ୍ମାର୍ଟ୍ ଫୋନରେ କ୍ଲାଉଡ୍ ଷ୍ଟୋରେଜ୍ ବିକଳ୍ପ ଅଛି। କ୍ଲାଉଡ୍ ଷ୍ଟୋରେଜରେ ଆପଣଙ୍କ କମ୍ ବ୍ୟବହୃତ ଆପ୍ ଗଚ୍ଛିତ କରନ୍ତୁ। ଏପରି କରିବା ଦ୍ୱାରା ଆଭ୍ୟନ୍ତରୀଣ ମେମୋରୀକୁ କମ୍ ଭାର ବହନ କରିବାକୁ ପଡିବ। ଯାହା ଫଳରେ ଫୋନ୍ ଗତି ସହିତ କାମ କରିବ।
ଟାସ୍କ୍ ମ୍ୟାନେଜର୍ :-
ଏକକାଳୀନ କେତେକ ଆପ୍ ଖୋଲିବା ଯୋଗୁଁ ଫୋନ୍ ସ୍ଲାସ୍ ହୋଇଯାଏ। ବେଳେବେଳେ ହ୍ୟାଙ୍ଗ୍ ହୋଇଯାଏ। ଏପରି ପରିସ୍ଥିତିରେ, ଟାସ୍କ୍ ମ୍ୟାନେଜର ସାହାଯ୍ୟରେ, ସମୟ ସମୟରେ ଆପ୍ଲିକେଶନ୍ ପ୍ରୟୋଗ ଗୁଡ଼ିକୁ ବନ୍ଦ ରଖନ୍ତୁ।
/-ଦେବଦତ୍ତ ରଥ
ତିଆରି ହୋଇଗଲା କରୋନା ଭାଇରସ୍ ଭ୍ୟାକ୍ସିନ୍! କେବେ ମିଳିବ, ଆଉ ଦାମ୍ କେତେ? ଜାଣନ୍ତୁ ..
