Home ଓଡ଼ିଶା ଲକ୍ଷଣ ବିହୀନ କରୋନା ପଜିଟିଭ ବ୍ୟକ୍ତି ଗୃହ ସଙ୍ଗରୋଧରେ ରହିପାରିବେ : ଜିଲ୍ଲାପାଳ

ଲକ୍ଷଣ ବିହୀନ କରୋନା ପଜିଟିଭ ବ୍ୟକ୍ତି ଗୃହ ସଙ୍ଗରୋଧରେ ରହିପାରିବେ : ଜିଲ୍ଲାପାଳ

151

ଯାଜପୁର ୧୧-୮ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)କରୋନା ପଜିଟିଭ ରୋଗୀ ଯେଉଁ ମାନଙ୍କର ଲକ୍ଷଣ ନଥିବ, ସାମାନ୍ୟ ଲକ୍ଷଣ ପ୍ରକାଶ ପାଉଥିବ ବା ଅନ୍ୟାନ୍ୟ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ନଥିବ ସେମାନେ ନିଜ ଘରେ ରହି ଚିକିତ୍ସିତ ହୋଇପାରିବେ ବୋଲି ସରକାର ନିୟମ କରିଛନ୍ତି। ରାଜ୍ୟ ସାହାଯ୍ୟ ଆୟୁକ୍ତ ବା ଏସ୍‌-ଆର-ସି- ଙ୍କ ପରାମର୍ଶ ମୁତାବକ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଯଦି ସଂପୃକ୍ତ ବ୍ୟକ୍ତିଙ୍କର ଗୃହରେ ଅଲଗା ରୁମ୍ ଓ ଅଲଗା ଶୈାଚାଳୟ ରହିଥିବ ତେବେ ତାଙ୍କୁ ହୋମ୍ ଆଇସୋଲେସନ ବା ଗୃହ ସଙ୍ଗରୋଧ ପାଇଁ ଅନୁମତି ମିଳିବ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି। ସୋମବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସୂଚନା ପ୍ରଦାନ କରି ଜିଲ୍ଲାପାଳ ଶ୍ରୀ ଦାସ ସଙ୍ଗରୋଧରେ ରହୁଥିବା ଲୋକଙ୍କୁ ରହିବାର ଅନୁମତି ଦେବା ପୂର୍ବରୁ ଦାୟିତ୍ୱରେ ଥିବା ଅଧିକାରୀ, ସ୍ୱାସ୍ଥ୍ୟ କର୍ମଚାରୀ ତାଙ୍କ ଗୃହର ଭିତ୍ତିଭୂମି ଅନୁଧ୍ୟାନ କରିବା ଜରୁରୀ ଅଟେ ବୋଲି କହିଥିଲେ। କେଉଁ ଲୋକ ମାନଙ୍କୁ ଘରେ ରହିବାକୁ ଅନୁମତି ମିଳିବ ସେମାନେ ସଠିକ ଭାବେ ସଙ୍ଗରୋଧ ମାନିବା ଜରୁରୀ। ଏହାକୁ ଅନୁଧ୍ୟାନ କରିବାକୁ ଗ୍ରାମାଞ୍ଚଳରେ ଗ୍ରାମ ପଞ୍ଚାୟତ ନୋଡାଲ ଅପିଂସର ଓ ସହରାଞ୍ଚଳରେ ୱାର୍ଡ ନୋଡାଲ ଅପିଂସର, ଆଶା, ଅଙ୍ଗନୱାଡି ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି। ସେମାନେ ସରକାରଙ୍କର ନିୟମାବଳୀ ଆଧାରରେ ପ୍ରୋଟୋକଲର ଯେପରି ଉଲଙ୍ଘନ ନହୁଏ ସେଥିପ୍ରତି ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବେ। ସେମାନେ ମଧ୍ୟ ସଙ୍ଗରୋଧରେ ରହିଥିବା ସେହି କରୋନା ପଜିଟିଭ ବ୍ୟକ୍ତି ମାନଙ୍କ ସ୍ୱାସ୍ଥ୍ୟ ସଂପର୍କରେ ତଥ୍ୟ ରଖିବା ସହ ଆବଶ୍ୟକୀୟ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ଦିଗରେ ପଦକ୍ଷେପ ନେବେ। ସଂପୃକ୍ତ ରୋଗୀ ମାନଙ୍କୁ ସାକ୍ଷାତ ବା ଟେଲିପୋଂନ ମାଧ୍ୟମରେ ସ୍ୱାସ୍ଥ୍ୟ ପରାମର୍ଶ ବା ଚିକିତ୍ସା କରାଇ ପାରିବେ। ଏ କ୍ଷେତ୍ରରେ ସମସ୍ତ ବି-ଡି-ଓ-, ପୈାର ନିର୍ବାହୀ ଅଧିକାରୀ, ଅନ୍ୟାନ୍ୟ ଦାୟିତ୍ୱରେ ଥିବା ଅଧିକାରୀମାନେ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍ତି। ତତ୍ ସହିତ ଏ ସଂପର୍କରେ ଉପଯୁକ୍ତ ପଂର୍ମାଟରେ ଦୈନିକ ତଥ୍ୟ ସରକାରଙ୍କୁ ପ୍ରଦାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପ୍ରୋଟୋକଲର ନିୟମାବଳୀକୁ କଡାକଡି ଭାବେ ପାଳନ ସହ ସଂପୃକ୍ତ ବ୍ୟକ୍ତି ମାନଙ୍କର ସ୍ୱାସ୍ଥ୍ୟ ସଂପର୍କରେ ଦୈନିକ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ଅପର ପକ୍ଷରେ ଗୃହ ସଙ୍ଗରୋଧରେ ରହୁଥିବା ଲକ୍ଷଣ ବିହୀନ ବା ସାମାନ୍ୟ ଲକ୍ଷଣଯୁକ୍ତ କରୋନା ପଜିଟିଭ ବ୍ୟକ୍ତିମାନେ ନିୟମାନୁସାରେ ସଙ୍ଗରୋଧରେ ରହି ଅନ୍ୟ ମାନଙ୍କୁ ସଂକ୍ରମିତ ନକରିବା, ଅନ୍ୟ ମାନଙ୍କ ସହ ନ ମିଶିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ଯେଊଁ ମାନଙ୍କର ଘରେ ରହିବାର ସୁବିଧା ନ ଥିବ ସେମାନେ ପଞ୍ଚାୟତର କୋଭିଡ କେୟାର ହୋମ୍‌ରେ ରହିବେ। ଭୟଭୀତ ନୁହେଁ, ସଚେତନ ଦ୍ୱାରା ହିଁ କରୋନାକୁ ଆମେ ଜିତିପାରିବା। ଘରେ ରହୁଥିବା କରୋନା ସଂକ୍ରମିତ ବ୍ୟକ୍ତି, ତାଙ୍କ ପରିବାର ଏବଂ ଅନ୍ୟ ବ୍ୟକ୍ତିମାନେ ଯତ୍ନବାନ ହେବା ଉଚିତ। ତେଣୁ ଜିଲ୍ଲାର ପ୍ରତ୍ୟେକ ଅଧିବାସୀ କରୋନାର ମାର୍ଗଦର୍ଶିକାକୁ ମାନି ଚଳିବା ସହ ସଚେତନତାପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିବାକୁ ଶ୍ରୀ ଦାସ ଅନୁରୋଧ କରିଛନ୍ତି। ଯେଉଁ ମାନଙ୍କର ମଧ୍ୟମ ଧରଣର ଲକ୍ଷଣ ପ୍ରକାଶ ପାଇବ ସେମାନଙ୍କୁ କୋଭିଡ କେୟାର ସେଣ୍ଟରରେ ରଖାଯିବ। ତେବେ ଗୁରୁତର ରୋଗୀ ଓ ଅନ୍ୟାନ୍ୟ ବହୁବିଧ ରୋଗରେ ପୀଡିତ ରୋଗୀ ମାନଙ୍କୁ କୋଭିଡ ହସ୍ପିଟାଲକୁ ଚିକିତ୍ସା ପାଇଁ ପ୍ରେରଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ବର୍ତ୍ତମାନ ଟେଷ୍ଟିଂକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ବର୍ତ୍ତମାନ ଜିଲ୍ଲାର ପ୍ରାୟ ୨୨୦୦ ଭଳି ଟେଷ୍ଟର ଲକ୍ଷ୍ୟ ରଖାଯାଇଛି। ଯେଉଁଥିରେ ଆର-ଟି-ପି-ସି-ଆର- ରେ ୨ ହଜାର ଓ ଆଣ୍ଟିଜେନ ୨୦୦ କରାଯିବ। ପରବର୍ତ୍ତୀ ସମୟରେ ଟେଷ୍ଟିଂକୁ ଦୈନିକ ୪ ହଜାରରୁ ଉର୍ଦ୍ଧକୁ ବଢାଯିବ ବୋଲି ଜିଲ୍ଲାପାଳ ଅବଗତ କରାଇବା ସହ ଜନସାଧାରଣଙ୍କର ସହଯୋଗ କାମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.