Home କେନ୍ଦ୍ରାପଡ଼ା ରୋଟାରୀ କ୍ଳବ ଭୁବନେଶ୍ୱର ୟୁନିକ ଓ ବସନ୍ତ ମଞ୍ଜରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟ ଦ୍ୱାରା ମାକ୍ସ...

ରୋଟାରୀ କ୍ଳବ ଭୁବନେଶ୍ୱର ୟୁନିକ ଓ ବସନ୍ତ ମଞ୍ଜରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟ ଦ୍ୱାରା ମାକ୍ସ ଓ ରେନକୋଟ ବଂଟନ

63

କେନ୍ଦ୍ରାପଡା ୧୪/୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ରୋଟାରୀ କ୍ଳବ ଭୁବନେଶ୍ୱର ୟୁନିକ ଓ ବସନ୍ତ ମଞ୍ଜରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୁଲ୍ୟରେ ଏକ କରୋନା ସଚେତନତା ଶିବିର କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁରସ୍ଥିତ ବସନ୍ତ ମଞ୍ଜରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ସଚେତନତା ଶିବିରରେ ଚକ୍ଷୁ ଚିକିତ୍ସାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ପ୍ରଫେସର ଡା- ବିମଳକାନ୍ତ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ। ଶିବିରରେ ରୋଟାରୀ କ୍ଲବ ଭୁବନେଶ୍ୱର ୟୁନିକର ସଭାପତି ରୋଟାରୀୟାନ ଡା- ସରୋଜ କୁମାର ତ୍ରିପାଠୀ, ପୂର୍ବତନ ସଭାପତି ଦିବ୍ୟରଞ୍ଜନ ଦାଶ, ସମ୍ପାଦକ ନିରଜନୟନ ଦତ୍ତ ଓ ସୀମା ଅଗ୍ରୱାଲ ପ୍ରମୁଖ ଯୋଗଦେଇ ଉପସ୍ଥିତ ନିକଟସ୍ଥ ଗ୍ରାମାଚଂଳର ଲୋକମାନଙ୍କୁ କରୋନା ମହାମାରୀ ସମ୍ପର୍କରେ ସଚେତନ କରିବା ସହିତ ମାସ୍କ ଓ ରେନକୋର୍ଟ ବଂଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସତ୍ୟବ୍ରତ ସିଂ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିବା ବେଳେ ସଞ୍ଜୟ କୁମାର ଜେନା, ଧିରେନ୍ଦ୍ର କୁମାର ଦାସ, କିଶୋର ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତଥିଲେ। ଆଗାମୀ ଦିନରେ ଏଠାରେ ଆହୁରି ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସଭାପତି ଡା-ତ୍ରିପାଠୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.