Home ଜିଲ୍ଲା ପରିକ୍ରମା ରୋଟାରୀ କ୍ଲବ ମିଡ୍ ଟାଉନ ଭଦ୍ରକର ଅଧିଷ୍ଠାନ ଉତ୍ସବ ମହାସମାରୋହରେ ପାଳିତ

ରୋଟାରୀ କ୍ଲବ ମିଡ୍ ଟାଉନ ଭଦ୍ରକର ଅଧିଷ୍ଠାନ ଉତ୍ସବ ମହାସମାରୋହରେ ପାଳିତ

30

ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରୋଟାରୀ କ୍ଲବ ମିଡ୍ ଟାଉନ ଭଦ୍ରକର ୧୭ତମ ଅଧିଷ୍ଠାନ ଦିବସ ହୋଟେଲ ହାଲୋଠାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ କ୍ଳବର ପୂର୍ବତନ ସଭାପତି ଅମିତ୍ ମଲ୍ଲିକ ଅଧ୍ୟକ୍ଷତା କରିଥିଲେ । ଉକ୍ତ ସଭାକୁ ବରିଷ୍ଠ ରୋଟାରିଆନ ବେଦପ୍ରକାଶ ଗୁପ୍ତା ସଂଚାଳନ କରିଥିଲେ । ଅନୁଷ୍ଠିତ ସଭାକୁ ୨୦୨୩-୨୪ର ରୋଟାରୀ ଗଭର୍ଣ୍ଣର ଜୟଶ୍ରୀ ମହାନ୍ତି ନିମନ୍ତ୍ରିତ ଅତିଥି ଭାବେ ରୋଟାରୀ କ୍ଳବର ଆଭିମୁଖ୍ୟ ସମ୍ବନ୍ଧରେ ସୂଚନା ଦେଇଥିଲେ । ଏହି ଉତ୍ସବରେ ମୁପୂର୍ବ ସଭାପତି ଶ୍ରୀଯୁକ୍ତ ମଲ୍ଲିକ ଓ ପୂର୍ବ ସମ୍ପାଦକ ସନାତନ ଜେନା ଚଳିତ ବର୍ଷର ସଭାପତି ପାଇଁ ପବିତ୍ର ମୋହନ ଖିଲାରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ନବ ନିଯୁକ୍ତ ସଭାପତି ଶ୍ରୀଯୁକ୍ତ ଖିଲାର ସଭାପତି ଭାବେ ଆଗାମୀ ଦିନରେ ରୋଟାରୀ କ୍ଲବର ଦାୟିତ୍ୱ ସୂଚାରୁ ରୂପେ ତୁଲାଇବେ ବୋଲି ପ୍ରତିଶୃତିବଦ୍ଧ ହୋଇଥିଲେ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଭଦ୍ରକ ବିଧାୟକ ରୋଟାରିଆନ ସଂଜିବ କୁମାର ମଲ୍ଲିକ କ୍ଲବର ଏକ ସ୍ଥାୟୀ ଗୃହ ନିର୍ମାଣ ନିମନ୍ତେ ପ୍ରତିଶୃତି ଦେଇଥିଲେ ।

ରୋଟାରୀ ମିଡ୍ ଟାଉନର ପୂର୍ବ ସଭାପତି ଶିଶିର ମିଶ୍ର ବିଗତ ବର୍ଷ ଏବଂ ଚଳିତ ବର୍ଷ କ୍ଲବର କାର୍ଯ୍ୟକୁ ପ୍ରଶଂସା କରି କରିବା ସହ ସମ୍ବର୍ଦ୍ଧନା ସଭା ପରିଚାଳନା କରିଥିଲେ । ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ଯଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଜିଲ୍ଲା ସ୍କୁଲର ବିଜ୍ଞାନ ଶିକ୍ଷକ ଅଶୋକ ଶତପଥୀ, ଚଳିତ ବର୍ଷ ମାଟିକ ପରୀକ୍ଷାରେ ଜିଲ୍ଳାରେ ସର୍ବୋଚ୍ଚ ନମ୍ବର ରଖିଥିବା ସୀମା ନାୟକ, ସିବିଏସ୍‌ଇରେ ସର୍ବୋଚ୍ଚ ନମ୍ବର ରଖିଥିବା କିର୍ତ୍ତିକା ସମାନୀ, ବିଦ୍ୟୁତ ବଣ୍ଟନର ଉପଯୁକ୍ତ ପରିଚାଳନା ପାଇଁ ଇଂ ଦିଲିପ ଜେନା ଓ ଲାଇନ୍‌ମ୍ୟାନ ପ୍ରଦିପ ମହାପାତ୍ର, ଶ୍ରେଷ୍ଠ କୁନି ଗୀଟାର ବାଦକ ଭାବେ ପଲିନ ଜେନା, ଭୁବନେଶ୍ୱର ରୋଟ୍ରାକ୍ଟ କ୍ଲବର ସମ୍ପାଦକ ତଥା ଫିଜିଓଥେରାପିଷ୍ଟ ଡାକ୍ତର ଅଭିଷେକ ଅଭିନନ୍ଦନ, ବରିଷ୍ଠ ନ୍ୟୁରୋଜିଷ୍ଟ ଡାକ୍ତର ଆକାଶ ଗୁପ୍ତାଙ୍କୁ କ୍ଲବ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରୋଟାରୀ ଅତିରିକ୍ତ ଗଭର୍ଣ୍ଣର ଅତିସ୍ ବେହେରା ସଂଚାଳନ କରିଥିଲେ । ଏହି ଅବସରରେ ନିରଞ୍ଜନ ମଲ୍ଲିକ, ମିହିର କୁମାର ଶପଥୀ, ସଂଜିବ କୁମାର ପରିଡ଼ାଙ୍କୁ ନୂତନ ସଭ୍ୟ ଭାବେ ଭଦ୍ରକ ବିଧାୟକ ସଂଜିବ ମଲ୍ଲିକ ଓ ଆସିଷ୍ଟାଣ୍ଟ ଗଭର୍ଣ୍ଣର ରୋଟାରୀ ପଦକ ଓ ଉତ୍ତରୀୟ ସହ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । ଏହି ଉତ୍ସବକୁ ରୋଟାରିଆନ ଇନ୍ଦ୍ରଜିତ ସିଂ, ଅଶୋକ ଲାଖାନୀ, ପ୍ରମୋଦ ଲାଖାନୀ, ରତନ ଲାଲ ଗୁପ୍ତା, ରାଜେଶ ବଳଦେୱା, ଗୌରବ ଅଗ୍ରୱାଲ, ପ୍ରୀତି ଅଗ୍ରୱାଲ, ସିଲୁ ଲାଖାନୀ, ଶଶୀ ଲାଖାନୀ, ଅଞ୍ଜୁ ଗୁପ୍ତା, ସ୍ୱର୍ଣ୍ଣପ୍ରଭା ଜେନା, ଚୈତାଳୀ ଖିଲାର, ପୁଷ୍ପିତା ଜେନା ପ୍ରମୁଖ ଯୋଗ ଦେଇ ଉତ୍ସବର ମହତ୍ୱ ପ୍ରତିପାଦନ କରିଥିଲେ । ରୋଟାରିଆନ ପ୍ରୀତିରଂଜନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.