Home ଜିଲ୍ଲା ପରିକ୍ରମା ରୋଗୀଙ୍କ ଜୀବନକୁ ନେଇ ଖେଳ, ଭୁଲ ଇଞ୍ଜେକସନ ଏବଂ ଅପରେସନର ୪୦ଦିନ ପରେ ମଧ୍ୟ ରୋଗୀ...

ରୋଗୀଙ୍କ ଜୀବନକୁ ନେଇ ଖେଳ, ଭୁଲ ଇଞ୍ଜେକସନ ଏବଂ ଅପରେସନର ୪୦ଦିନ ପରେ ମଧ୍ୟ ରୋଗୀ କୋମାରେ, ତଦନ୍ତ କରିବାକୁ ଜିଲ୍ଲପାଳଙ୍କ ନିକଟରେ ଦାବୀ

9

ଭଦ୍ରକ, ୧୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାଂଶଡା ଥାନା ଅର୍ନ୍ତଗତ ଜଳେଶ୍ୱରପୁର ର ରମାକାନ୍ତ ଭଳ ନିଜ ଭଉଣୀକୁ ଭଲ କରିବାକୁ ଏବଂ ଭୁଲ ଇଞ୍ଜେକସନ ଦେଇ ଅପରେସନ କରାଇଥିବା ଡାକ୍ତରଙ୍କ ବିରୁଦ୍ଧରେ ଦୃଢ କାଯ୍ୟାନୁଷ୍ଠାନ ନେବାକୁ ସେ ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଏକ ଦାବୀପତ୍ର ପ୍ରଧାନ କରିଛନ୍ତି । ପ୍ରାପ୍ତ ଖବରରୁ ଜଣାଯାଇଛି ରମାକାନ୍ତ ଭଳଙ୍କ ଭଉଣି ସ୍ୱର୍ଣପ୍ରଭା ଭଳଙ୍କ ବେକପାଖ ହାଡ ଭାଙ୍ଗି ଯାଇଥିବାରୁ ସେ ଭଦ୍ରକର ସରକାରୀ ଚିକିତ୍ସକ ଡା.ବିଶ୍ୱଜିତ ରାୟଙ୍କ ସହ ଦେଖା କରିବା ପରେ ସେ ଅପରେସନ ପାଇଁ ଭଦ୍ରକ ଚାନ୍ଦ ନର୍ସିଂ ହୋମକୁ ନେବାକୁ କହିଥିଲେ । ଏବଂ ସଂପୃକ୍ତ ଡାକ୍ତର ଜଣକ ୧ଡିସେମ୍ବର୨୦୨୩ରାତି ୮ଟା ସମୟ ରେ ଅପରେସନ ମଧ୍ୟ କରିଥିଲେ । ଅପରେସନ କରିବାର ଦୀର୍ଘ ୩ଘଂଟା ପରେ ପରେ ସଂପୃକ୍ତ ରୋଗୀର ଚେତା ନ ଆସିବାରୁ ରମାକାନ୍ତ ଭଳ କାହିଁକି ତାଙ୍କ ଭଉଣୀର ଚେତା ଫେରୁ ନାହିଁ ବୋଲି ସଂପୃକ୍ତ ଡାକ୍ତରଙ୍କୁ ପଚାରିଥିଲେ ମାତ୍ର ଡାକ୍ତର ଜଣକ କୌଣସି ସନ୍ତୋଷ ଜନକ ଉତର ଦେଇପାରି ନଥିଲେ । ରୋଗୀର ଚେତା ନ ଫେରିବାରୁ ସେହିଦିନ ମଧ୍ୟ ରାତ୍ରିରେ ରମାକାନ୍ତ ଭଦ୍ରକ ଆରକ୍ଷୀ ଅଧୀକ୍ଷକଙ୍କୁ ଫୋନ କରି ତାଙ୍କ ସହାୟତାରେ ଏକ ଆମ୍ବୁଲାନ୍ସ ଯୋଗେ ସେ ନିଜର ଭଉଣୀକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ । ସ୍ୱର୍ଣପ୍ରଭା ଦୀର୍ଘ ୧ମାସରୁ ଉର୍ଧହେବ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେ କୋମାରେ ଅଛନ୍ତି । କଟକ ବଡ ମେଡିକାଲ ଡାକ୍ତରଙ୍କ କହିବାନୁଯାୟୀ ଭଦ୍ରକ ଚାନ୍ଦ ନସିଁ ହୋମର ନିଶା ଡାକ୍ତର ଜଣକ ଠିକ ପରିମାଣ ଠାରୁ ଅଧିକ ପରିମାଣରେ ରେ ନିଶା ଇଞ୍ଜେକସନ ସଂପୃକ୍ତ ରୋଗୀଙ୍କୁ ଦେଇଥିବାରୁ ସେ ଆଜି ପର୍ଯ୍ୟନ୍ତ କୋମାରେ ଅଛନ୍ତି । ଏଣୁ ସଂପୃକ୍ତ ନିଶାଡାକ୍ତର ଏବଂ ଅପରେସନ କରାଇଥିବା ଡାକ୍ତର ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରମାକାନ୍ତ ଭଳ ଭଦ୍ରକ ଜିଲ୍ଲାପାଳ ଭଦ୍ରକ ମୁଖ୍ୟ ଚିକିତ୍ସା ଧିକାରୀଙ୍କୁ ଭେଟି ଏକ ଦାବୀପତ୍ର ପ୍ରଧାନ କରିବା ସହ ସଂପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ରଖିଛନ୍ତି । ଏ ବାବଦରେ ଭଦ୍ରକ ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ ଏହି ଅଭିଯୋଗ ପାଇଛନ୍ତି ଏବଂ ଏହାର ତଦନ୍ତ ପରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମତ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.