କୋରାପୁଟ ୧୮-୦୫(ଓଡିଆ ପୁଅ /ରଂଜନ ଦାସ)ଗତକାଲି ରାସ୍ତା ଦୁର୍ଘଟଣାରେ ଦୁଇଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ । କୋରାପୁଟ ରେଡକ୍ରସ ପାଣ୍ଠିରୁ ମୃତ୍ୟବରଣ କରିଥିବା ଦୁଇ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ଜଣାପଡିଛି ।ଦଶମନ୍ତପୁର ବ୍ଲକର ଗାଦିଆଗୁଡା ପଂଚାୟତ ଅନ୍ତର୍ଗତ ମାଲିମୁଣ୍ଡାଗୁଡା ଗ୍ରାମର କେ.ଖରା ଓମୁନା ହନ୍ତାଲ ଗତକାଲି ରାସ୍ତା ଦୁର୍ଘଟଣାରେ ମୃତ୍ୟବରଣ କରିଥିଲେ । କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତରଙ୍କ ଅନୁମୋଦନ କ୍ରମେ ଉଭୟ ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । କୁନି ଖରା ଓ ଗୁରୁ ହନ୍ତାଲ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କାର ଚେକ କୋରାପୁଟ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ ପି.କେ.ସାମଲ ପ୍ରଦାନ କରିଥିଲେ ।ଚେକ ପ୍ରଦାନ ସମୟରେ କଂଗ୍ରେସର ଯୁବ ନେତା ରୁପକ ତୁରୁକ ଓ ରମେଶ ଖରା ଉପସ୍ଥିତ ଥିଲେ ।