Home ଓଡ଼ିଶା ରିଲାଏନ୍ସ ଜିଓର ଦ୍ୱିତୀୟ ତ୍ରୈମାସିକ ନେଟ୍ ଲାଭ ୨୮ ପ୍ରତିଶତ ବୃଦ୍ଧି ପାଇ ୪, ୫୧୮...

ରିଲାଏନ୍ସ ଜିଓର ଦ୍ୱିତୀୟ ତ୍ରୈମାସିକ ନେଟ୍ ଲାଭ ୨୮ ପ୍ରତିଶତ ବୃଦ୍ଧି ପାଇ ୪, ୫୧୮ କୋଟି ଟଙ୍କା

50

ଭୁବନେଶ୍ୱର ୨୨-୧୦ (ଓଡ଼ିଆ ପୁଅ) : ରିଲାଏନ୍ସ ଜିଓ ଇନ୍‌ଫୋକମ୍ ସେପ୍ଟେମ୍ବର ସୁଦ୍ଧା ଶେଷ ହୋଇଥିବା ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ୪, ୫୧୮ କୋଟି ଟଙ୍କାର ନେଟ୍ ଲାଭ କରିଛି। ବାର୍ଷିକ ଭିତିରେ କଂପାନିର ନେଟ୍ ଲାଭ ୨୮% ବୃଦ୍ଧି ପାଇଛି। ଗତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ କଂପାନିର ନେଟ୍ ଲାଭ ୩୫୨୮ କୋଟି ଟଙ୍କା ଥିଲା।

ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ କଂପାନିର ପରିଚାଳନାଗତ ରାଜସ୍ୱ ୨୦.୨ ପ୍ରତିଶତ ବୃଦ୍ଧି ୨୨, ୫୨୧ କୋଟି ଟଙ୍କା ହୋଇଛି। ବର୍ଷକ ପୂର୍ବରୁ ଏହି ସମୟରେ ପରିଚାଳନାଗତ ରାଜସ୍ୱ ପରିମାଣ ୧୮, ୭୩୫ କୋଟି ଟଙ୍କା ଥିଲା।

ଜୁଲାଇରୁ ସେପ୍ଟେମ୍ବର ତ୍ରୈମାସିକରେ ଜିଓ ନେଟ୍‌ୱର୍କରେ ମୋଟ ଡାଟା ଟ୍ରାଫିକ୍ ଗତବର୍ଷର ସମାନ ତ୍ରୈମାସିକ ତୁଳନାରେ ୨୨.୭ ପ୍ରତିଶତ ବୃଦ୍ଧି ପାଇ ୨୮.୨ ବିଲିଅନ ଜିବିରେ ପହଂଚିଛି। ସେହିଭଳି, ଗ୍ରାହକ ପିଛା ମାସିକ ରାଜସ୍ୱ ୧୭୭.୨ ଟଙ୍କାକୁ ବୃଦ୍ଧି ପାଇଛି। ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ ହୋଇଥିବା ତ୍ରୈମାସିକରେ ଜିଓର ଗ୍ରାହକ ସଂଖ୍ୟା ୪୨.୭୬ କୋଟି ରହିଛି।

ଉଲ୍ଲେଖଯୋଗ୍ୟ ଯେ, ରିଲାଏନ୍ସ ଜିଓ ଦେଶରେ ବଡ଼ ଧରଣର ୫ଜି ମୂତୟନ ଜାରି ରଖିଛି ଯାହା ଭାରତରେ ହାଇ ସ୍ପିଡ୍ ଇଟଂରନେଟ୍‌ର ଏକ ନୂଆ ଯୁଗ ଆରମ୍ଭ କରିବ। ଚଳିତ ମାସରେ ଜିଓ ପକ୍ଷରୁ ଦେଶର ଚାରିଟି ସହର ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣାସୀରେ ଅକ୍ଟୋବର ୪ ତାରିଖରେ କିଛି ନିର୍ଦିଷ୍ଟ ଗ୍ରାହକଙ୍କୁ ନେଇ ୫ଜି ସେବାର ବିଟା ପରୀକ୍ଷଣ ଆରମ୍ଭ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.