Home ଜିଲ୍ଲା ପରିକ୍ରମା ରାସ୍ତା ପ୍ରଶସ୍ତିକରଣ ପାଇଁ ଦୋକାନ ଉଚ୍ଛେଦ ପ୍ରକ୍ରିୟା ଖୁବଶୀଘ୍ର, ବ୍ୟବସାୟୀଙ୍କ ଅଭିଯୋଗ ଶୁଣିବା ପରେ ଆଗ...

ରାସ୍ତା ପ୍ରଶସ୍ତିକରଣ ପାଇଁ ଦୋକାନ ଉଚ୍ଛେଦ ପ୍ରକ୍ରିୟା ଖୁବଶୀଘ୍ର, ବ୍ୟବସାୟୀଙ୍କ ଅଭିଯୋଗ ଶୁଣିବା ପରେ ଆଗ ଥଇତାନ, ପରେ ଉଚ୍ଛେଦର ପ୍ରତିଶ୍ରୁତି ଦେଲେ ବିଧାୟକ

48

ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରକୁ ସ୍ମାର୍ଟ ସିଟିରେ ପରିଣତ କରିବା ପାଇଁ ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକ ଉଦ୍ୟମ ଜାରି ରଖିଥିବାବେଳେ ଏହାର ରାସ୍ତା ପ୍ରଶସ୍ତିକରଣ ନିମନ୍ତେ ଦୋକାନ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତେବେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ କିଛି ଦୋକାନ ସ୍ଥାନାନ୍ତର ହୋଇଥିବାବେଳେ ଆସନ୍ତା ଦିନରେ ପୌରପାଳିକା ଅଧୀନସ୍ଥ ଲୋକନାଥ ମନ୍ଦିର ଛକ ଠାରୁ ବ୍ଲକ୍ କଲୋନୀ ଛକ ପର୍ଯ୍ୟନ୍ତ ବିଭିନ୍ନ ମାର୍କେଟ୍ କମ୍ପେ୍ଲକ୍ସ ଗୁଡିକ ରାସ୍ତା ପ୍ରଶସ୍ତିକରଣ ପାଇଁ ସ୍ଥାନାନ୍ତର ହେବାର ନିଷ୍ପତ୍ତି ହୋଇଛି । ଏହି ଖବର ପାଇ ସ୍ଥାନୀୟ ବ୍ୟବସାୟୀମାନେ ଆଜି ବିଧାୟକ ଶ୍ରୀ ମଲ୍ଲିକଙ୍କୁ ତାଙ୍କ ଭଦ୍ରକସ୍ଥିତ ବାସଭବନରେ ସାକ୍ଷାତ୍ କରି ପ୍ରଥମେ ଥଇଥାନ, ତା ପରେ ଉଚ୍ଛେଦ କରାଯିବାକୁ ଅନୁରୋଧ କରିଥିଲେ । ତେବେ ବିଧାୟକ ଶ୍ରୀ ମଲ୍ଲିକ ସେମାନଙ୍କର ସମସ୍ତ ଅଭିଯୋଗ ଶୁଣିବା ପରେ ବ୍ୟବସାୟୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଇ ଆଗ ଥଇଥାନ ପରେ ଉଚ୍ଛେଦ ହେବ ବୋଲି ଦୃଢ ପ୍ରତିଶ୍ରୁତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.