ଭଦ୍ରକ, ୧୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାସୁଦେବପୁର ବ୍ଲକ୍ର ଆନ୍ଦୋଳା ପଂଚାୟତ ଅଧୀନସ୍ଥ କାଶିପୁର ଗ୍ରାମର ଏକ ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷର ସୂତ୍ରପାତ ଘଟିଛି । ଏହି ଗୋଷ୍ଠୀ ସଂଘର୍ଷରେ ଉଭୟପକ୍ଷଙ୍କ ତେଣ୍ଟା ଓ ଭୁଜାଲି ଚୋଟରେ ଦୁଇଜଣ ଗୁରୁତର ହୋଇଥିବାବେଳେ ୬ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ମିଳିଥିବା ଖବରରୁ ଯାହା ଜଣାଯାଏ କାଶୀପୁର ଗ୍ରାମର ଶଙ୍କର୍ଷଣ ରାଉଳ ଗତକାଲି ବିଳମ୍ବିତ ରାତିରେ ନିଜ ଘରପାଖକୁ ଏକ ରାସ୍ତା ନିର୍ମାଣ କରିଥିଲେ । ମାତ୍ର ସେ ନିର୍ମାଣ କରିଥିବା ରାସ୍ତାଟି ସ୍ଥାନୀୟ ଦିବ୍ୟସିଂହ ମିଶ୍ରଙ୍କ ଜମି ଉପରେ ନିର୍ମାଣ ହୋଇଥିବା ନେଇ ସକାଳେ ସେ ଶଙ୍କର୍ଷଣଙ୍କୁ ପଚାରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ଘଟଣାକୁ ନେଇ ଦୁଇପକ୍ଷଙ୍କ ମଧ୍ୟରେ ଗୋଷ୍ଠୀ ସଂର୍ଘଷ ଘଟି ସମିତି ଜେନା ନାମକ ଜଣେ ବ୍ୟକ୍ତିଙ୍କ ଜଂଘରେ ତେଣ୍ଟା ମାଡ ହୋଇଥିବାବେଳେ ରଂଜନ ବେହେରାଙ୍କ ଦେହରେ ଭୁଜାଲି ମାଡ ହେବାରୁ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ପ୍ରଥମେ ବାସୁଦେବପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତେଣ୍ଟା ସହିତ ସେମାନଙ୍କୁ ଭଦ୍ରକ ରେଫର କରାଯାଇଥିଲା । ଶଙ୍କର୍ଷଣ ରାଉଳ ଓ ତାଙ୍କ ପତ୍ନୀ ତନୁଶ୍ରୀ ଆହତ ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଅନ୍ୟ ୪ ଜଣ ସାମାନ୍ୟ ଆହତ ହୋଇଥିବାରୁ ପ୍ରାଥମିକ ଚିକିତ୍ସା ପରେ ଛାଡିଦିଆଯାଇଛି । ଏହି ଘଟଣାକୁ ନେଇ କାଶୀପୁର ଗ୍ରାମରେ ଉତ୍ତେଜନା ଲାଗି ରହିଥିବାରୁ ଘଟଣାସ୍ଥଳରେ ନାୟକାଣୀଡିହି ଥାନା ପୁଲିସ୍ ପହଞ୍ôଚ ତଦନ୍ତ ଜାରି ରଖିଛି ।
Home ଜିଲ୍ଲା ପରିକ୍ରମା ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ, ତେଣ୍ଟା ଓ ଭୁଜାଲି ମାଡରେ ୨...