ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାସ୍ତାର ଦୂରାବସ୍ଥା ନେଇ ରାସ୍ତା ରୋକ ହୋଇଛି । ଭଦ୍ରକ ଆଖଣ୍ଡଳମଣି ମୁଖ୍ୟ ରାସ୍ତା ଅର୍ଣ୍ଣପାଳ ବଜାର ଠାରେ ବିଜେପି ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ଅର୍ଣ୍ଣପାଳ ବଜାର ଠାରୁ ରାଜୁଆଳିବିନ୍ଧା ଆରଡି ରାସ୍ତାର ଦୀର୍ଘଦିନ ହେବ ଦୂରାବସ୍ଥା ହୋଇପଡିଛି । ଯାହାଫଳରେ ଦୀର୍ଘଦିନ ହେବ ଏହି ରାସ୍ତା ପାଇଁ ବାରମ୍ବାର ଜିଲା ପ୍ରଶାସନ ଠାରୁ ଆରମ୍ଭ କରି ଆରଡି ଡିପାର୍ଟମେଣ୍ଟ ପର୍ଯ୍ୟନ୍ତ ଜଣାଇଥିଲେ ମଧ୍ୟ ଜିଲା ପ୍ରଶାସନ ଶୁଣୁନଥିବାର ଅଭିଯୋଗ କରିଛି ବିଜେପି । ସେହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଯୋଗୁଁ ସ୍ଥାନୀୟ ଲୋକ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇନାହାଁନ୍ତି । ଯାହାଫଳରେ ଆଜି ବିଜେପି ପକ୍ଷରୁ କୋଭିଡ୍ ନିୟମ ପାଳନ କରି ରାସ୍ତା ଅବରୋଧ କରିଛନ୍ତି । ରାସ୍ତାରେ ପାଣି ଜମିଥିବାରୁ ଅଭିନବ ଭାବେ ଧାନତଳାକୁ ସେଠାରେ ରୋଇ ରାସ୍ତାରୋକ କରିଥିବାର ଦେଖାଯାଇଛି । ଯେପର୍ଯ୍ୟନ୍ତ ଜିଲା ପ୍ରଶାସନ ନଶୁଣିଛନ୍ତି ଏହି ରାସ୍ତାରେ ଅବରୋଧ କରିବେ ବୋଲି ପ୍ରତିକ୍ରିୟା ରଖିଛି ବିଜେପି ।