Home ଜିଲ୍ଲା ପରିକ୍ରମା ରାସାୟନିକ ବିପର୍ଯ୍ୟୟର ଅଭିମୁଖୀ କରଣ

ରାସାୟନିକ ବିପର୍ଯ୍ୟୟର ଅଭିମୁଖୀ କରଣ

9

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଉପ ଜିଲ୍ଲାପାଳ ତଥା ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ଶ୍ୟାମଳ ରାୟଙ୍କ ଅଧ୍ୟକ୍ଷତାରେ ଏକ ରାସାୟନିକ ବିପର୍ଯ୍ୟୟର ଅଭିମୁଖୀ କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ, ଫେକର୍ ଇଣ୍ଡଷ୍ଟ୍ରି, ଅଧିକାରୀମାନେ ଯୋଗଦେଇଥିଲେ । ଆସନ୍ତା ୧୧.୦୧.୨୦୨୪ ରିଖରେ ହେବାକୁଥିବା ମକ ଏକ୍ସରସାଇଜ ବିଷୟରେ ଏନଡ଼ିଏମଏ ଅଧିକାରୀ ଅନଲାଇନ ବୈଠକ ମାଧ୍ୟମରେ ଯୋଡ଼ିହୋଇ କାର୍ଯ୍ୟକ୍ରମର ଲକ୍ଷ ଉଦ୍ଦେଶ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଓସଡ଼ମା ଅଧିକାରୀମାନେ ଯୋଗଦେଇ କାର୍ଯ୍ୟକ୍ରମର ଏକ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରିଥିଲେ । ରାସାୟନିକ ବିପର୍ଯ୍ୟୟର ସମୟରେ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଗୁଡ଼ିକର ସହଭାଗିତା ମୁଖ୍ୟ ପ୍ରସଙ୍ଗ ଥିଲା । କାର୍ଯ୍ୟକ୍ରମକୁ ସଫଳ ରୂପାୟନ ପାଇଁ ଆସନ୍ତା ୦୮.୦୧.୨୦୨୪ ରିଖରେ ଜିଲ୍ଲା ପ୍ରସ୍ତୁତ ବୈଠକ, ୦୯.୦୧.୨୦୨୪ ରିଖରେ ଟେବୁଲ ଟପ ଏକ୍ସରସାଇଜ ଏବଂ ୧୧.୦୧.୨୦୨୪ ରିଖରେ ମକ ଏକ୍ସରସାଇଜ କରିବାପାଇଁ ଧାର୍ଯ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.