Home ଜିଲ୍ଲା ପରିକ୍ରମା ରାମମୟ ହେଲା ଭଣ୍ଡାରିପୋଖରୀ

ରାମମୟ ହେଲା ଭଣ୍ଡାରିପୋଖରୀ

27

ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ରାମଲାଲା ପ୍ରତିଷ୍ଠା ହେବା ଅବସରରେ ଭଣ୍ଡାରିପୋଖରୀ ବ୍ଲକର ପୁରପଲ୍ଲୀ ରାମମୟ ହୋଇଥିଲା । ଗାଁ ଗାଁରେ ନାମ ସଙ୍କିର୍ତ୍ତନ, ମୁରୁଜ ଅଙ୍କା, ଦୀପ ପ୍ରଜ୍ଜ୍ୱଳନ, ଯଜ୍ଞ ଆଦି ଅନୁଷ୍ଠିତ ହୋଇଥିବା ଜଣାଯାଇଛି । ସ୍ଥାନୀୟ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗୀ ଦଳ ପକ୍ଷରୁ ୧୬ନଂ ଜାତୀୟ ରାଜପଥର ପାଳଦାବାଙ୍କରେ ରାମଲାଲା ପ୍ରାଣ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ବିଶାଳ ହୋମଯଜ୍ଞ ଓ ନାମସଙ୍କିର୍ତ୍ତନ ଅନୁଷ୍ଠିତ ହୋଇଯାଇଛି । ତାରେଣୀସେନ ଜେନା, ରଥ କିଶୋର ସାମଲ, ମଦନ ସାହୁ, ରାମ ସାମଲ, ରାମଚନ୍ଦ୍ର ସେନାପତି, ଗିରିଶ ଚନ୍ଦ୍ର ସାମଲ, ପ୍ରଭୁପାଦ ସାହୁ, ଚନ୍ଦ୍ରଶେଖର, ବନ୍ଧୁ, କେଦାର, ଲିପୁନୁ, କାବୁ ପ୍ରମୁଖଙ୍କ ନେତୃତ୍ୱରେ ବିଶ୍ୱହିନ୍ଦୁ ପରିଷଦର ଶହ ଶହ ଅନୁଗାମୀ ହୋମଯଜ୍ଞ କରିବା ସହ ନାମସଙ୍କିର୍ତ୍ତନ କରିଥିଲେ । ଏହି ଉପଲକ୍ଷେ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ କରାଯାଇ ଆନନ୍ଦବଜାର ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ପୂର୍ଣ୍ଣାହୂତି ହୋଇଥିଲା । ଷୋଳମପୁର ରଘୁନାଥଜୀଉ ମନ୍ଦିର ପରିସରରେ ଶ୍ରଦ୍ଧାଳୁମାନେ ମୁରୁଜ ଆଙ୍କିବା ସହ ସାମୁହିକ ଦୀପଦାନ କରି ଗ୍ରାମ ପରିକ୍ରମା କରିଥିଲେ । ଖପୁରିଆପଦା ସାହିର ବଜରଙ୍ଗୀ ଯୁବକ ସଂଘ ଆନୁକୂଲ୍ୟରେ ନଗର ସଙ୍କିର୍ତ୍ତନ, ଦୀପ ଦାନ ସହ ଭଜନ ପରିବେଷଣ କରାଯାଇ ରାମଲାଲା ଉତ୍ସବ ମନାଯାଇଥିଲା । ଯୁବକ ସଂଘ ପକ୍ଷରୁ ସମଗ୍ର ସାହିକୁ ରାମପତାକାରେ ଗେରୁଆମୟ କରିଥିଲେ ।

ଥଇଳା ପାଲାମଣ୍ଡପ ପରିସରରେ ଗ୍ରାମବାସୀମାନେ ହୋମଯଜ୍ଞ କରିଥିଲେ । ବିଚିତ୍ରାନନ୍ଦ ସାହୁ ସଙ୍କଳ୍ପ କରିଥିଲେ । ଗ୍ରାମବାସୀମାନେ ସାମୁହିକ ଦୀପଦାନ କରି ଗ୍ରାମ ପରିକ୍ରମା କରିଥିଲେ । ନଗର ସଙ୍କିର୍ତ୍ତନ ସହ ଭଜନ ପରିବେଷଣ କରାଯାଇ ରାମଲାଲା ଉତ୍ସବପାଳନ ଯାଇଥିଲା । ଏହି ଉପଲକ୍ଷେ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ କରାଯାଇ ଆନନ୍ଦବଜାର ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ପୂର୍ଣ୍ଣାହୂତି ହୋଇଥିଲା । ରଘୁନାଥପୁର ଜନଜାଗୃତି ପରିଷଦ: ରଘୁନାଥପୁର ଖେଳ ପଡିଆରେ ଜନଜାଗୃତି ପରିଷଦ ଆନୁକୂଲ୍ୟରେ ବିଶାଳ ଯଜ୍ଞର ଆୟୋଜନ କରାଯାଇଥିଲା । ହନୁମାନ ପୂଜା, କଳସ ଯାତ୍ରା ସହ ଅଖଣ୍ଡ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ରାମଲାଲା ଉତ୍ସବ ପାଳନ କରାଯାଇଥିଲା । ଶ୍ରଦ୍ଧାଳୁମାନେ ମୁରୁଜ ଆଙ୍କିବା ସହ ସାମୁହିକ ଦୀପଦାନ କରି ଗ୍ରାମ ପରିକ୍ରମା କରିଥିଲେ । ବେଲଗଡିଆ ହନୁମାନ ମନ୍ଦିରରେ ବିଶେଷ ପୂଜାର ଆୟୋଜନ କରାଯାଇଥିଲା । ଷଠଗାଁ ହନୁମାନ ମନ୍ଦିର ପ୍ରାଙ୍ଗଣରେ ରାମାଭିଷେକ ଉତ୍ସବ ଆୟୋଜନ କରାଯାଇଥିଲା । ସେଠାରେ ୧୦୮ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଅନୁରୂପ ଭାବେ ତେସିଙ୍ଗା, ଡାହାଲା, ବିଷ୍ଣୁପୁର, ଜଳମଣ୍ଡୁଆ, ନିର୍ଗୁଣ୍ଡି, ନଗୁଆଁ, ରାମଚନ୍ଦ୍ରପୁର, ନପଙ୍ଗ ପଂଚାୟତର ଜୋରାଗଡିଆ, ମାଳଦା, ରହଣିଆ, କୋରିଗାଁ, ସୁରୁବଣ, ରାଜେନ୍ଦ୍ରପୁର ଆଦି ସ୍ଥାନରେ ଅନୁରୂପ ଭାବେ ଉତ୍ସବ ପାଳନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.