Home ଜିଲ୍ଲା ପରିକ୍ରମା ରାପିଡ଼ ସ୍ୱାସ୍ଥ୍ୟ ଟିମକୁ ନୂଆପୋଖରୀ ଗ୍ରାମରେ ପୂରାଇ ଦେଲେନି, ଖରାରେ ଛିଡ଼ାହୋଇ ଫେରିଲେ ଡ଼ାକ୍ତରୀ ଦଳ

ରାପିଡ଼ ସ୍ୱାସ୍ଥ୍ୟ ଟିମକୁ ନୂଆପୋଖରୀ ଗ୍ରାମରେ ପୂରାଇ ଦେଲେନି, ଖରାରେ ଛିଡ଼ାହୋଇ ଫେରିଲେ ଡ଼ାକ୍ତରୀ ଦଳ

45

ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗରପଡ଼ା ନିକଟସ୍ଥ ବିଟିପୁର ପଞ୍ଚାୟତ ନୂଆପୋଖରୀ ଗ୍ରାମରେ ଆଜି ରାପିଡ଼ ସ୍ୱାସ୍ଥ୍ୟଟିମକୁ ଗ୍ରାମରେ ପୁରାଇ ନଦେବା ଭଳି ଘଟଣା ଦେଖିବାକୁ ମିଳିଛି । ରାଜ୍ୟ ସରକାର କରୋନା ମହାମାରୀକୁ ପ୍ରତିହତ କରିବା ନେଇ ପରୀକ୍ଷଣ କାର୍ଯ୍ୟକୁ ତ୍ୱାରାନ୍ନିତ କରିଛନ୍ତି । ଏଥିପାଇଁ ଗ୍ରାମଞ୍ଚଳରେ ଥିବା କରୋନା ଆକ୍ରାନ୍ତ କିମ୍ବା ଲକ୍ଷଣ ରହୁଥିବା ବ୍ୟକ୍ତି ବିଶେଷଙ୍କୁ ସ୍ୱାସ୍ଥ୍ୟ ବିଭାଗ ଟିମ୍ ତୁରନ୍ତ ସଂପୃକ୍ତ ଘରକୁ ଯାଇ ସେବା ଯୋଗାଇ ଦେବାର ନିର୍ଦ୍ଦେଶନାମା ରହିଛି । ଏହି ପରିପ୍ରେକ୍ଷୀରେ ଆଜି ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଡ଼ାକ୍ତର ଶଶୀକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ରାପିଡ଼ ସ୍ୱାସ୍ଥ୍ୟଟିମ ନୂଆପୋଖରୀ ଓ ଧାନଘର ଗ୍ରାମକୁ ଯାଇଥିଲେ । ତେବେ ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ପ୍ରାୟ ୧ଘଣ୍ଟା ଧରି ପ୍ରଚଣ୍ଡ ଖରାରେ ରାସ୍ତା ଉପରେ ଛିଡ଼ା ହୋଇ ଏହି ଟିମ୍ ଫେରି ଆସିଥିଲେ । ଖବରପାଇ ଆଗରପଡ଼ା ଥାନାଧିକାରିଣୀ ସୁକାନ୍ତି କେରେଇ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଗ୍ରାମବାସୀଙ୍କ ଅଭିଯୋଗରୁ ଜଣାଯାଏ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୦ଦିନ ପୂର୍ବେ ଆର୍ଟିପିସିଆର ଯୋଗେ ସ୍ୱାବ ନମୁନା ସଂଗ୍ରହ କରାଯାଇଥିଲା । ଏହି ରିପୋର୍ଟ ଆସିବା ପରେ ଏହି ଗ୍ରାମର ୧୧ଜଣ କରୋନା ପଜିଟିଭି ଥିବାର ଜଣାପଡ଼ିଥିଲା । ଏହି ବିଳମ୍ବ ରିପୋର୍ଟକୁ ନେଇ ଆଜି ସ୍ୱାସ୍ଥ୍ୟ ବିଭାଗ ଟିମ୍ କୁ ଗ୍ରାମବାସୀମାନେ ବିରୋଧ କରିଥିଲେ । ସ୍ୱାସ୍ଥ୍ୟଟିମଙ୍କ କହିବା ମୁତାବକ ଟେଷ୍ଟ ରିପୋର୍ଟ ଆସିବାରେ ଆମର କିଛି ଭୂମିକା ନାହିଁ, ମାତ୍ର କରୋନା ଆକ୍ରାନ୍ତ କିମ୍ବା ଲକ୍ଷଣ ଥିବା ପରିବାରର ସୂଚନା ପାଇବା ପରେ ଆମେ ସଂପୃକ୍ତ ପରିବାରକୁ ଭେଟି ସ୍ୱାସ୍ଥ୍ୟ ପରୀକ୍ଷା, ଔଷଧ ବିତରଣ ଓ ସଚେତନଧର୍ମୀ ପରାମର୍ଶ ଦେଇ ପାରିବୁ । ହେଲେ ଆମକୁ ସହଯୋଗ କରିବା ପରିବର୍ତ୍ତେ ଗ୍ରାମବାସୀ ଆଶଳୀନ ବ୍ୟବହାର ପ୍ରଦର୍ଶନ କରିବା ଶୋଭନୀୟ ନୁହେଁ ବୋଲି ରାପିଡ଼ ରେସପନ୍ସ ଟିମର ଡ଼ାକ୍ତର ଶଶୀକାନ୍ତ ପଣ୍ଡା କ୍ଷୋଭର ସହ ପ୍ରକାଶ କରିଛନ୍ତି । ତେବେ କରୋନା ମହାମାରୀ ସମୟରେ ସ୍ୱାସ୍ଥ୍ୟଟିମ୍ ଘରକୁ ଘର ଯାଇ ଆକ୍ରାନ୍ତଙ୍କୁ ସେବା ଯୋଗାଇ ଦେଇ ଆସୁୂଥିବା ବେଳେ ଗ୍ରାମବାସୀଙ୍କ ବିରୋଧକୁ ନେଇ ହତୋତ୍ସାହ ହେବା ସହିତ ସେମାନଙ୍କ ସୁରକ୍ଷା ନେଇ ପ୍ରଶାସନିକସ୍ତରରେ ବ୍ୟବସ୍ଥା କରିବାକୁ ଦାବୀ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.