ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ ଅନ୍ତର୍ଗତ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ରାଣୀତାଲ ସାହିତ୍ୟ ସଂସ୍କଅତି ପରିଷଦର ୪୦ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ରାଣୀତାଲ ସାହିତ୍ୟ ସଂସ୍କୃତି ପରିଷଦର ସଭାପତି ବିମ୍ବାଧର ବେହେରାଙ୍କ ସଭାପତିତ୍ୱରେ ଓ କାର୍ଯ୍ୟକାରୀ ସଭାପତି ଭାଗୀରଥି ନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁଶାନ୍ତ କୁମାର ମିଶ୍ର ଓ ମନୋରମା ରାୟ କବିତା ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ଇଂ ରବିନ୍ଦ୍ର କୁମାର ଜେନା, ସମ୍ମାନିତ ଅତିଥି ଭାବେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ସଦସ୍ୟ ଇଂ ଅଭୟ କୁମାର ସୂତାର, ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ କାଳୀ ପଣ୍ଡା ଯୋଗଦେଇ ଦୀର୍ଘ ୪୦ ବର୍ଷ ଧରି ରାଣୀତାଲ ଭଳି ଏକ ଛୋଟିଆ ସ୍ଥାନରେ ସାହିତ୍ୟ ସହ ବୃକ୍ଷରୋପଣ, ରକ୍ତଦାନ ଶିବିର ଆଦି କାର୍ଯ୍ୟକ୍ରମ କରି ଅନୁଷ୍ଠାନକୁ ବଂଚାଇ ରଖିଥିବାରୁ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ । ଅଟଳ ବାରିକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଂପାଦକ ତପନ କୁମାର ପଣ୍ଡା ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ପରିଷଦର ମୁଖପତ୍ର “ରାଣୀପ୍ରଭା” ଓ କବି ସୁରେନ୍ଦ୍ର ପ୍ରସାଦ ମହାନ୍ତିଙ୍କ “ଧ୍ୟାନ ଓ ଯୋଗ” ପୁସ୍ତକ ଉନ୍ମୋଚନ କରାଯାଇଥିବାବେଳେ ଯୋଗୀ ଦଶରଥ ପଣ୍ଡା ପୁସ୍ତକର ସମୀକ୍ଷା କରିଥିଲେ । କବି ଗୋଲକ ପ୍ରସାଦ ବୈୟାରୀଙ୍କୁ କାବ୍ୟଭାରତୀ ଲକ୍ଷ୍ମୀଧର ମିଶ୍ର ସମ୍ମାନ, ବଙ୍କବିହାରୀ ରାଉତଙ୍କୁ ସମାଜସେବୀ ଶଙ୍କର୍ଷଣ ଦାଶ ସମ୍ମାନ, ଝୁରନବାଳା ଖୁଣ୍ଟିଆଙ୍କୁ ଦାମୋଦର ଚୌଧୁରୀ କୃତି ଶିକ୍ଷକ ସମ୍ମାନ, ସୁରେନ୍ଦ୍ର ପ୍ରସାଦ ମହାନ୍ତିଙ୍କୁ ନୀଳମଣି ନାୟକ ସ୍ମୃତି ସମ୍ମାନ, ନିହାର ରଂଜନ କରଙ୍କୁ ସାଳନ୍ଦୀ ସମ୍ମାନ, ଆୟୁଷ ଦାଶଙ୍କୁ କରୋନା ଯୋଦ୍ଧା, ଡ. ନରହରି ବେହେରା ରାଣୀତାଲ ସମ୍ମାନ ଓ ମେଧାବୀ ଛାତ୍ର ପ୍ରତ୍ୟୁ ରଂଜନ ଶୁକ୍ଳଙ୍କୁ ପୂର୍ଣ୍ଣଚନ୍ଦ୍ର ମେଧା ସମ୍ମାନରେ ସମ୍ମାନିତ କରାଯାଇଥିଲା । ପରିଷଦର ସମସ୍ତ କର୍ମକର୍ତ୍ତା ନିମନ୍ତ୍ରିତ କବି, କବୟିତ୍ରୀ ତଥା କୁନି କୁନି ପିଲାମାନଙ୍କ ଦ୍ୱାରା ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଶେଷରେ ଅଧିବକ୍ତା କରୁଣାକର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।








