Home ଜିଲ୍ଲା ପରିକ୍ରମା ରାଣୀତାଲ ଡ୍ରଗ୍ସ ବ୍ୟବସାୟର ପେଣ୍ଠସ୍ଥଳୀ ପାଲଟିଛି, ଡ୍ରଗ୍ସ କାରବାର ବନ୍ଦ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଏସ୍‌ପିଙ୍କୁ...

ରାଣୀତାଲ ଡ୍ରଗ୍ସ ବ୍ୟବସାୟର ପେଣ୍ଠସ୍ଥଳୀ ପାଲଟିଛି, ଡ୍ରଗ୍ସ କାରବାର ବନ୍ଦ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଏସ୍‌ପିଙ୍କୁ ଦାବିପତ୍ର

13

ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧଳାଜହର ବା ଡ୍ରଗ୍ସ ଭଦ୍ରକ ସହର ଓ ଆଖପାଖ ଅଂଚଳରେ ତାର କାୟା ବିସ୍ତାର କରିଚାଲିଛି । ଏହି ଧଳାଜହର ମାୟାରେ ପଡି ବହୁ ଯୁବପିଢି ନିଜ ଜୀବନକୁ ନଷ୍ଟ କରିବା ସହ ସେମାନଙ୍କ ପରିବାରରେ ସବୁବେଳେ ଅଶାନ୍ତି ଲାଗିରହୁଛି । ଏବଂ ସାଧାରଣ ଲୋକମାନେ ସେମାନଙ୍କ ପ୍ରାର୍ଦୁଭାବ ଯୋଗୁଁ ଭୟଭୀତ ଅବସ୍ଥାରେ ଜୀବନ ଯାପନ କରୁଆସୁଛନ୍ତି । ଡ୍ରଗ୍ସ ବା ଧଳଜହର ସେବନ କରି ବହୁ ଯୁବପିଢି ସହରରେ ବିଭିନ୍ନ ଚୋରି, ଡକାୟତି, ରାହାଜାନୀ କରିଆସୁଥିବାବେଳେ ପୁଲିସ୍ ସେମାନଙ୍କୁ ଗିରଫ କରି କୋର୍ଟ ମଧ୍ୟ ପଠାଇଛି । ଏହି ଧଳାଜହରକୁ ପୁଲିସ୍‌, ଅବକାରୀ ବିଭାଗ, ରାଜ୍ୟ ଏସ୍‌ଟିଏଫ୍ ଟିମ୍ ଚଢାଉ କରି ବାରମ୍ବାର ଧରୁଥିଲେ ମଧ୍ୟ ଭଦ୍ରକ ଜିଲାରୁ ଏହା ସଂପୂର୍ଣ୍ଣ ବନ୍ଦ ହୋଇପାରୁନାହିିଁ । ଯାହା ଚିନ୍ତାର କାରଣ ପାଲଟିଛି । ଏହିଭଳି ଏକ ଘଟଣା ଘଟିଛି ଭଦ୍ରକ ରାଣୀତାଲ ଅଂଚଳରେ । ଦିନକୁ ଦିନ ସେଠାରେ ଏହି ଡ୍ରଗ୍ସ କାରବାର ବୃଦ୍ଧି ପାଉଥିବାବେଳେ ସେଠାକାର କିଛି ଯୁବପିଢି ଏହାର ଶୀକାର ହେଉଛନ୍ତି । ଯାହାଦ୍ୱାରା ସାଧାରଣ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଧନଜୀବନ ଓ ଘର ଡ୍ରଗ୍ସ ପ୍ରାର୍ଦୁଭାବରେ ନଷ୍ଟ ହେଉଛି । ଏହା ବିରୋଧରେ ରାଣୀତାଲ ଅଂଚଳର ଅମରେଶ୍ୱର ମହାପାତ୍ର, ଉଦ୍ଧବ ବାରିକ, ଦେବେନ୍ଦ୍ର ବେହେରା, ଚିରଞ୍ଜୀବ ଜେନା, ଭରତ ଭଞ୍ଜ, ସାଇପଦ୍ମ ନାୟକ, ରାଜୀବ ବାରିକ, ଦାମୋଦର ସାହୁ, ଚନ୍ଦ୍ରଶେଖର ମହାପାତ୍ର, ମନୋରଂଜନ ମହାପାତ୍ର, ରାଜେଶ ନାୟକ, କ୍ରିଷ୍ଣା ପଣ୍ଡା, ପୂର୍ଣ୍ଣଚନ୍ଦ୍ର ମହାନ୍ତି ପ୍ରମୁଖ ଜିଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏବଂ ଏହି ଧଳାଜହର କାରବାର କରୁଥିବା ବ୍ୟକ୍ତିଙ୍କ ଉପରେ ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.