Home ଜିଲ୍ଲା ପରିକ୍ରମା ରାଜ୍ୟସ୍ତରୀୟ କନିଷ୍ଠ ଟେନିକୋଏଟ୍ ପ୍ରତିଯୋଗିତା ପାଇଁ ଉଦ୍ରକ ଦଳ ଘୋଷିତ

ରାଜ୍ୟସ୍ତରୀୟ କନିଷ୍ଠ ଟେନିକୋଏଟ୍ ପ୍ରତିଯୋଗିତା ପାଇଁ ଉଦ୍ରକ ଦଳ ଘୋଷିତ

25

ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଳାହାଣ୍ଡି, ଧାମନଗରର ବିଜୁ ପଟ୍ଟନାୟକ ଷ୍ଟାଡିୟମଠାରେ ଆରମ୍ଭ ହେବାକୁ ଥିବା ରାଜ୍ୟସ୍ତରୀୟ ଟେନିକୋଏଟ୍ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହୋଇ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିପାଇଁ ଭଦ୍ରକ ଜିଲ୍ଲା ତାର ଖେଳାଳୀମାନଙ୍କ ନାମ ଘୋଷଣା କରିଛି । ବାଳକ – ପିୟୁଷ ପ୍ରିତମ ଡିକ୍ସିଟ୍‌, ଡିଏସ୍ ଅସ୍ମିନ ତନ୍ତି, ଅଭୟ ସ୍ୱାଇଁ, ତନ୍ମୟ ସାହୁ, ବିଶ୍ୱଜିତ୍ ରାଉତ, ସୂର୍ଯ୍ୟ ନାରାୟଣ ସେନାପତି, ବାଳିକା – ଖୁସି କୁମାରୀ ଶାହାଣୀ, ମାମାଲି ସାହୁ, ସ୍ୱର୍ଣ୍ଣମୁଦ୍ରା ବିଶ୍ୱାଳ, ଲକ୍ଷ୍ମୀପ୍ରୀୟା ମୁଦୁଲି, ସୋନାଲି ବେହେରା, ଚାନ୍ଦିନୀ ଦାସ । ଏହି ଖେଳାଳୀଙ୍କ ସହିତ କୋଚ୍‌, ସହକାରୀ କୋଚ୍ ଏବଂ ମେନେଜର ଭାବରେ ନାରାୟଣ ବେହେରା, ରାଜକିଶୋର ଦାସ, ସୁଇଟ୍ ସ୍ମିତା ଜେନା, ସ୍ମୃତି ରେଖା ସେଠୀ ଯାତ୍ରା କରିଛନ୍ତି ଏହି ଖେଳାଳୀକୁ ଭଦ୍ରକ ଡିଷ୍ଟ୍ରିକ୍ଟ ଟେନିକଟ ଆସୋସିଏସନର ସେକ୍ରେଟାରୀ ମନୋଜ କୁମାର ସାହୁ, ପ୍ରେସିଡେଂଟ ଗୋଲକ ନାୟକ, ଟ୍ରେଜର ଚନ୍ଦନ ଦେ ଏବଂ ମେମ୍ବର ସୁବାସ ଡିକ୍ସିଟ, ଭବେଶ ଦାଶ, ରାଜତିଲକ ସ୍ୱାଇଁ ସହିତ ଅନ୍ୟ ମେମ୍ବରମାନେ ଶୁଭେଚ୍ଛା ଜଣାଇବା ସହିତ ଖେଳାଳୀମାନଙ୍କୁ ଶୁଭକାମନା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.