Odiapua.com

ରାଜ୍ୟର ୨୦ ଜିଲ୍ଲାରେ ନିଅଁଣ୍ଟିଆ ବର୍ଷା – ସୂଚନା ଦେଲା ପାଣିପାଗ କେନ୍ଦ୍ର – ଜାଣନ୍ତୁ କେଉଁଠି କେତେ ବର୍ଷା

ଭୁବନେଶ୍ୱର ୨୦ ଜୁଲାଇ (ଓଡ଼ିଆ ପୁଅ) ୧ ଜୁନରୁ ୨୦ ଜୁଲାଇ ମଧ୍ୟରେ ଓଡ଼ିଶାରେ ମୌସୁମୀର ସ୍ଥିତି ସମ୍ବନ୍ଧରେ ସୂଚନା ଦେଲା ପାଣିପାଗ କେନ୍ଦ୍ର ଭୁବନେଶ୍ୱର। ତେବେ
୧- ୧ ଜୁନ ରୁ ୨୦ ଜୁଲାଇ ୨୦୨୧ ସୁଦ୍ଧା ଓଡ଼ିଶାରେ ୩୧୦.୨ ମିମି ବର୍ଷା ଅନୁଭୂତ ହୋଇଛି ଯାହା ସ୍ବାଭାବିକ ବର୍ଷା ୪୨୯.୪ ମିମି ଠାରୁ ୨୮ ପ୍ରତିଶତ କମ ରହିଛି।

୨- ୧ ଜୁନ ରୁ ୨୦ ଜୁଲାଇ ମଧ୍ୟରେ ୧୯ ଜିଲ୍ଲା ରାୟଗଡା, ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ସୋନପୁର, କନ୍ଧମାଳ, ଯାଜପୁର, ବାଲେଶ୍ଵର, ସମ୍ବଲପୁର, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ମୟୁରଭଞ୍ଜ ଏବଂ କେନ୍ଦୁଝର ଠାରେ ନିଅଣ୍ଟିଆ ବର୍ଷା ଅନୁଭୂତ ହେଇଛି, ଯାହା ସ୍ବାଭାବିକ ବର୍ଷା ଠାରୁ ୨୦ ରୁ ୫୯% ଯାଏଁ କମ ରହିଛି।

୩- ୧ ଜୁନ ରୁ ୨୦ ଜୁଲାଇ ମଧ୍ୟରେ ଭଦ୍ରକ ଜିଲ୍ଲାରେ ଅଧିକ ନିଅଣ୍ଟିଆ ବର୍ଷା ଅନୁଭୁତ ହେଇଛି। ଭଦ୍ରକ ଜିଲ୍ଲାରେ ଆଜି ସୁଦ୍ଧା ୧୪୯ ମିମି ବର୍ଷ ରେକର୍ଡ ହୋଇଛି ଯାହା ସ୍ବାଭାବିକ ବର୍ଷ ଠାରୁ ୬୧% କମ ରହିଛି। ଭଦ୍ରକ ଏକମାତ୍ର ଜିଲ୍ଲା ଭାବେ ଆଜି ସୁଦ୍ଧା ୨୦୦ ମିମି ରୁ କମ ବର୍ଷା ରେକର୍ଡ କରିଛି।

୪- ଆଜି ସୁଦ୍ଧା ୧୯ ଜିଲ୍ଲାରେ ନିଅଣ୍ଟିଆ, ଗୋଟିଏ ଜିଲ୍ଲାରେ ଅଧିକ ନିଅଣ୍ଟିଆ ଏବଂ ଅବଶିଷ୍ଟ ୧୦ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି।

୫ – ଏହି ସମୟ ପରିଧି ମଧ୍ୟରେ କେବଳ କୋରାପୁଟ ଜିଲ୍ଲାରେ ସର୍ବାଧିକ ୪୨୪.୬ ମିମି ଯାହା ସ୍ବାଭାବିକ ବର୍ଷା ଠାରୁ ୨% କମ ରହିଛି। କୋରାପୁଟ ଏକ ମାତ୍ର ଜିଲ୍ଲା ଭାବେ ୪୦୦ ରୁ ଅଧିକ ବର୍ଷା ରେକର୍ଡ କରିଛି।

୬-ଆଜି ସୁଦ୍ଧା ସର୍ବାଧିକ ପ୍ରଭାବିତ ଜିଲ୍ଲାଗୁଡ଼ିକ ମଧ୍ୟରେ ଭଦ୍ରକ ଜିଲ୍ଲାରେ ୬୧ ପ୍ରତିଶତ, ଯାଜପୁର ୫୪%, ବଲାଙ୍ଗୀର ୪୬%, କେନ୍ଦୁଝର ୪୨%, ବୌଦ୍ଧ ଏବଂ ଗଜପତି ଜିଲ୍ଲାରେ ୪୧% କମ ବର୍ଷା ରେକର୍ଡ କରାଯାଇଛି।