ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶା ରାଜ୍ୟ ଭାରତ ସ୍କାଉଟ ଗାଇଡ୍ ତରଫରୁ ଖୋର୍ଦ୍ଧା ବରୁଣେଇଠାରେ ରାଜ୍ୟସ୍ତରୀୟ ପାଞ୍ଚ ଦିନିଆ ଜାମ୍ବୋରୀରେ ଭାଗ ନେଇ ଭଦ୍ରକ ଜିଲ୍ଲା କୃତିତ୍ୱ ହାସଲ କରିଥିବାରୁ ଜିଲ୍ଲା ଶିକ୍ଷାଧିକାରୀ ଅଭିନନ୍ଦନ ଜଣାଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଗତ ୨୨ତାରିଖରୁ୨୭ତାରିଖ ଯାଏ ଚାଲିଥିବା ଜାମ୍ବୋରେଟ୍ରେ ଜୟକିଷାନ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିଜୟ କୁମାର ମିଶ୍ରଙ୍କ ନେତୃତ୍ୱରେ ଭଣ୍ଡାରିପୋଖରୀ ଶାରଦା ବିଦ୍ୟମନ୍ଦିର, ଗୋପବନ୍ଧୁ ହାଇସ୍କୁଲ ହସନାବାଦ, ଓକରା ହାଇସ୍କୁଲ,ଏ.ପି.ଏସ.ପି.ଏସ. କମାରିଆରୁ ୪୪ ସ୍କାଉଟ ଓ ୪୦ ଗାଇଡ଼ ବରୁଣେଇଠାରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନାଇଥିଲେ । ସାରା ରାଜ୍ୟରୁ ୨୮ଟି ଜିଲ୍ଲା ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ବେଳେ ଭଦ୍ରକ ଜିଲ୍ଲାର ଛାତ୍ରଛାତ୍ରୀ ମାର୍ଚ୍ଚଫାଷ୍ଟ, ଯୋଗ, ଫିଜିକାଲ ଡିସପ୍ଲେ, ଫୋକଡ୍ୟାନ୍ସ, ଗାଁ ହାଟ, ଟେଷ୍ଟ ଅଫ ଓଡିଶା, ପିଜେଣ୍ଟ ଶୋ, ଭଳି ବିଭିନ୍ନ ପ୍ରତିଯୋଗିତାରେ ଅତ୍ୟନ୍ତ ସଫଳତାର ସହ ଭାଗନେଇ ଗାଁ ହାଟ, ଫୋକ ଡ୍ୟାନ୍ସରେ ୩ୟ ଓ ପିଜେଣ୍ଟ ଶୋରେ ୨ୟ ସ୍ଥାନ ଅଧିକାର କରିଥିଲେ । ବ୍ୟକ୍ତିଗତ ଭାବରେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ଶାରଦା ବିଦ୍ୟାମନ୍ଦିର ଛାତ୍ରୀ ଅସୀମା ରାଉତ ସ୍ୱର୍ଣ ପଦକ, ଜଇ କିଷାନ ହାଇସ୍କୁଲର ଛାତ୍ରୀ ଯମୁନା ସାହୁ, ଶୁଭମ ନାୟକ,ସଂପୂର୍ଣ୍ଣା ଆନନ୍ଦିତା ନାୟକ, ହସନାବାଦ ହାଇସ୍କୁଲର ଛାତ୍ର ରୂପେଶ ମହାନ୍ତି ଗୋଟିଏ ଲେଖାଏ ସ୍ୱର୍ଣ୍ଣ ପଦକ ପାଇଥିବାବେଳେ ଅନନ୍ୟା ଲେଙ୍କା ରୌପ୍ୟ ପଦକ ପାଇଛନ୍ତି । ଏହିପରି ମୋଟ ୫ ଗୋଟି ସ୍ୱର୍ଣ୍ଣ ୧ ଟି ରୌପ୍ୟ ପାଇ ଜିଲ୍ଲା ପାଇଁ ଗର୍ବ ଆଣିଥିଲେ । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ମାନେ ଯାଇଥିଲେ ମଧ୍ୟ ସେଠାରେ ଏକ ମନ ପ୍ରାଣରେ ପ୍ରସ୍ତୁତ ହୋଇଥିବାରୁ ସଫଳତା ଲାଭ କରିଥଲେ । ଆଜି ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକ, ଜିଲ୍ଲା ସ୍କାଉଟର ସମ୍ପାଦକ ଡ଼ ମାୟାଧର ସାହୁ, କମିଶନର ଅକ୍ଷୟ ହୋତା ପ୍ରମୁଖ ନେତୃତ୍ୱ ନେଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଶଂସା କରଥିବା ବେଳେ ଅତିରିକ୍ତ ଶିକ୍ଷଧିକାରୀ ଦୀପକ କୁମାର ପାଢ଼ୀ, ପ୍ରଣୟ ସାହୁ ମଧ୍ୟ ବଧେଇ ଜଣାଇଛନ୍ତି । ସ୍କାଉଟ ଜାମ୍ବୋରେଟ ଟିମର ନତୃତ୍ୱ ନେଉଥିବା ଶିକ୍ଷକ ବିଜୟ ମିଶ୍ର କହନ୍ତି ଏ ସମସ୍ତ ସଫଳତା ପଛରେ ଶାରଦା ବିଦ୍ୟାମନ୍ଦିର ଶିକ୍ଷୟିତ୍ରୀ ସୁଦେସ୍ନା ପାତ୍ର, ସୁସ୍ମିତା ସ୍ୱାଇଁ, ଶିକ୍ଷକ ସୁଶାନ୍ତ ପଣ୍ଡାଙ୍କ ଅକ୍ଲାନ୍ତ ପରିଶ୍ରମ ସହ ଶିକ୍ଷୟିତ୍ରୀ ନିରୂପା ସାହୁ, ରାମ ସିଂ ଟୁଡୁ, ଅକ୍ଷୟ ସାହୁ, ମଞ୍ଜୁଲତା ଜେନାଙ୍କ ସହଯୋଗ ଓ ପ୍ରତି ପଦକ୍ଷେପରେ ଶିକ୍ଷକ ବିପ୍ଳବ ପହି ଙ୍କ ମାର୍ଗଦର୍ଶନ ସହ ଜିଲ୍ଲା ସ୍କାଉଟ ପରିବାରର ଭଲପାଇବା ହିଁ ସମସ୍ତ ସଫଳତାର ଶ୍ରେୟ ।