Home ଜିଲ୍ଲା ପରିକ୍ରମା ରାଜଯୋଗ ଶିକ୍ଷା ଶୃଙ୍ଖଳା ଓ ଶାନ୍ତିର ମାର୍ଗ ଦର୍ଶକ

ରାଜଯୋଗ ଶିକ୍ଷା ଶୃଙ୍ଖଳା ଓ ଶାନ୍ତିର ମାର୍ଗ ଦର୍ଶକ

14

ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସେଠୀ ଆଜି ବ୍ରହ୍ମାକୁମାରୀ ରାଜଯୋଗ ଶିକ୍ଷା କେନ୍ଦ୍ର ବନ୍ତ ଶଖା ପରିଦର୍ଶନ କରିଛନ୍ତି । ବ୍ରହ୍ମାକୁମାରୀ ପ୍ରିୟ ଦର୍ଶନୀ ଓ ବ୍ରହ୍ମାକୁମାରୀ ଆରତୀ ପ୍ରାରମ୍ଭରେ ଶ୍ରୀ ସେଠୀଙ୍କୁ ସ୍ୱାଗତ କରିଥିଲେ । ରାଜଯୋଗ ଶିକ୍ଷା ଦ୍ୱାରା ସମାଜରେ ଶୃଙ୍ଖଳା ଓ ଶାନ୍ତି ପ୍ରତିଷ୍ଠା ସହ ଏହି ଜ୍ଞାନ ଶିକ୍ଷା ଦ୍ୱାରା ହିଁ ବ୍ୟକ୍ତିଗତ, ପାରିବାରିକ, ସାମାଜିକ ଉନ୍ନତି ସାଧିତ ହୋଇପାରିବ,ଏଥିସହ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ରାଜଯୋଗ ଅଭିଭାଷଣ ତାଙ୍କୁ ବିଶେଷ ଭାବେ ପ୍ରଭାବିତ କରିଥିବା ଶ୍ରୀ ସେଠୀ ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ ରାଜଯୋଗିନୀ ବ୍ରହ୍ମାକୁମାରୀ ସାରଥି ଈଶ୍ୱରୀୟ ଉପହାର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.