ଭଦ୍ରକ, ୨୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ରହଣିଆ ପଞ୍ଚାୟତରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପଗୁଡିକୁ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ ଓ ବିଡିଓ ବିଜୟ କୁମାର ସାହୁ ଶନିବାର ଅନୁଧ୍ୟାନ କରିଛନ୍ତି । ପଞ୍ଚାୟତ ଅନ୍ତର୍ଗତ ଦେଉଳପଦୀ ଗ୍ରାମର ରାଣୀଗଡିଆ ଗ୍ରାମରେ ପାଞ୍ଚଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୨୦୨୦-୨୧ ଆର୍ଥୀକ ବର୍ଷ ପାଇଁ କାର୍ଯ୍ୟକାରୀ ହେଉଥିବା ପଡିଆ ଉନ୍ନତିକରଣ ପ୍ରକଳ୍ପ ଅନୁଧ୍ୟାନ କରିବା ସହ କାର୍ଯ୍ୟରତ ଶ୍ରମିକଙ୍କ ଅଭାବ ଅସୁବିଧା ପଚାରି ବୁଝିଥିଲେ । ରାଣୀଗଡିଆ ଗ୍ରାମରେ ପ୍ରଧାନମନ୍ତ୍ରୀ ହିତାଧିକାରୀଙ୍କ ଗୃହ ନିର୍ମାଣ କାର୍ଯ୍ୟ ମଧ୍ୟ ଅନୁଧ୍ୟାନ କରିଥିଲେ । ସେହିପରି ସାତ ଲକ୍ଷଟଙ୍କା ବ୍ୟୟ ଅଟକଳରେ ନିର୍ମାଣାଧିନ ରାଢୋ ବିଦ୍ୟୁତ ଷ୍ଟ୍ରକଚର ପଡିଆର ଉନ୍ନତିକରଣ କାର୍ଯ୍ୟ ଅନୁଧ୍ୟାନ କରି ସନ୍ତୋଷ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ଦାସ, କନିଷ୍ଠ ଯନ୍ତ୍ରୀ ସ୍ୱର୍ଣ୍ଣର୍ର୍ମୟୀ ପଣ୍ଡା, ପ୍ରଧାନମନ୍ତ୍ରୀ ଆବାସ ନୋଡାଲ ଅଧିକାରୀ ତଥା କନିଷ୍ଠ ଯନ୍ତ୍ରୀ ଆଶିଷ କୁମାର ରାଉତ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ରାଉତରାୟ, ଗ୍ରାମ୍ୟ ରୋଜଗାର ସେବକ ମନୋଜ କୁମାର ଦାସ ପ୍ରମୁଖ ଅନୁଧ୍ୟାନ କାର୍ଯ୍ୟରେ ସହଯୋଗ କରିଥିଲେ ।