Home ଜିଲ୍ଲା ପରିକ୍ରମା ରସି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ରସି ଲଗାଇ ଯୁବକଙ୍କ ଆତ୍ମହତ୍ୟା

67

ଭଦ୍ରକ, ୧୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ କରଦା ପଂଚାୟତ କୋଳେଇପଦା ଗ୍ରାମର ଦଶରଥ ଅରଖଙ୍କ ପୁଅ ମନୋଜ ଅରଖ (୩୨) ଆଜି ନିଜ ଘରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛି । ଆଜି ପୂର୍ବାହ୍ନରେ ମନୋଜ ଘର ଲୋକଙ୍କ ଅନୁପସ୍ଥିତିରେ ନିଜ ବେକରେ ଗାମୁଛା ସହାୟତାରେ ବେକରେ ରସି ଲଗାଇ ଦେଇଥିଲା । କିଛି ସମୟ ପରେ ପରିବାର ଲୋକ ଦେଖି ତାଙ୍କୁ ଧାମନଗର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ଧାମନଗର ପୁଲିସ ଡାକ୍ତରଖାନାରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଛି । ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ୬/୨୧ରେ ରୁଜୁ କରିଛି । ତେବେ ପାରିବାରିକ ଅଶାନ୍ତିରୁ ମନୋଜ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଆକଳନ କରିଛି । ମନୋଜ ଜଣେ ଟ୍ରାକ୍ଟର ଡ୍ରାଇଭର ଭାବେ କାମ କରୁଥିବା ବେଳେ କଣ ପାଇଁ ସେ ଏପରି ନିଷ୍ପତି ନେଲେ ତାହାକୁ ନେଇ ସ୍ଥାନୀୟ ଅଂଚଳରେ ସନ୍ଦେହ ସୃଷ୍ଟି କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସତ୍ୟାସତ୍ୟ ଜଣାପଡିବ ବୋଲି ତଦନ୍ତକାରୀ ଅଧିକାରୀ ତଥା ଏସଆଇ ନିତାଇ ମହାନ୍ତି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.