Home ଜିଲ୍ଲା ପରିକ୍ରମା ରବିନ୍ଦ୍ର ମହାପାତ୍ରଙ୍କ ସ୍ମୃତିଚାରଣ ସଭା

ରବିନ୍ଦ୍ର ମହାପାତ୍ରଙ୍କ ସ୍ମୃତିଚାରଣ ସଭା

25

ଭଦ୍ରକ, ୧୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ବଡ଼ମହିଷଗୋଠ ପଞ୍ଚାୟତ ଅଧିନ କୁଆଁଶମଢ଼ିଆ ଗ୍ରାମର ଅବସରପ୍ରାପ୍ତ ରେଜିଷ୍ଟାର୍ ୰ରବିନ୍ଦ୍ର ମହାପାତ୍ରଙ୍କ ଏକାଦଶାହ ଅବସରରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । କୁଆଁସମଢିଆ ସ୍ଥିତ ବାସଭବନରେ ଆୟୋଜିତ ସଭାକୁ କବି ଅଶୋକ କୁମାର ପୁହାଣ ମଞ୍ଚ ସଂଯୋଜନା କରିଥିବା ବେଳେ ସାହିତ୍ୟିକ ରତ୍ନାକର ଦାସ ସଭାକୁ ପୌରହିତ୍ୟ କରିଥିଲେ । ଏଥିରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା,ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ,ଜିଲ୍ଲା ବିଜେଡି ଉପ-ସଭାପତି ପ୍ରଶାନ୍ତ ଦାସ,ପୂର୍ବତନ ସରପଞ୍ଚ ରବିନ୍ଦ୍ର କୁମାର ପଣ୍ଡା,କାର୍ତ୍ତୀକ ଚନ୍ଦ୍ର ପୃଷ୍ଟି,ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ରାମଚନ୍ଦ୍ର ନାୟକ,ଭଦ୍ରକ ସାଂସଦ ପ୍ରତିନିଧି ଶ୍ରୀନାଥ ମହାନ୍ତି,ବନ୍ତ ଯୁବ ବିଜେଡି ସଭାପତି ସତ୍ୟସାଧନ ବେଜ,ପ୍ରବକ୍ତା ଜଇନୁଲ୍ ଆବେଦିନ୍‌,ସାମ୍ବାଦିକ ହେମନ୍ତ ସିଂହ,ପ୍ରଦୁମ୍ନ ପୁହାଣ,ବିଜେପି ନେତା ଗୋପାଳ କୃଷ୍ଣ ଦାଶ,ଅମୁଲ୍ୟ ରତ୍ନ ନନ୍ଦ,ବରିଷ୍ଠ ନାଗରିକ ବିଜୟ ମହାନ୍ତି,ଗଗନ ମହାନ୍ତି,ଦେବାଶିଷ ମହାନ୍ତି,ପ୍ରଶାନ୍ତ ପୃଷ୍ଟି,ବିଜ୍ଞାନ ଭୁଷଣ ମହାନ୍ତି ପ୍ରମୁଖ ୰ମହାପାତ୍ରଙ୍କ ବହୁମୁଖି ପ୍ରତିଭା ଉପରେ ଆଲୋକପାତ କରିଥିଲେ ।

୰ମହାପାତ୍ର ଓଡ଼ିଶା ସରକାରଙ୍କ କୋ-ଅପରେଟିଭ୍ ସୋସାଇଟିରେ ରେଜିଷ୍ଟାର୍ ଭାବେ କାର୍ଯ୍ୟ କରି ଓଡ଼ିଶାର ବିଭିନ୍ନ ଶାଖାରେ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନା କରି ଅବସର ନେଇଥିଲେ । ସଂପୃକ୍ତ ଅଞ୍ଚଳର ଲୋକ ମାନଙ୍କର ସ୍ୱାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟରେ ଔଷଧ ଦୋକାନ ଖୋଲିଥିଲେ । ବିଶେଷ କରି ଦୃଢମନା ବକ୍ତିତ୍ୱ ୰ମହାପାତ୍ର ଜନ୍ମ ସ୍ଥାନ ଆଗରପଡ଼ା ଅଞ୍ଚଳରେ ସ୍ୱାସ୍ଥ୍ୟ,ଶିକ୍ଷା ଓ ଗମନା ଗମନ କ୍ଷେତ୍ରରେ ଉନ୍ନତି ପାଇଁ ସଦା ଚେଷ୍ଟିତ ଥିଲେ ବୋଲି ଅତିଥି ମାନେ କହିଥିଲେ । ସରକାର ଚାକିରୀରୁ ଅବସର ପରେ ସେ ନିଜ ଗ୍ରାମ ଓ ଭୁବନେଶ୍ୱର ଅଞ୍ଚଳରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ରହି ସେବା କରି ଆସୁଥିଲେ । ସେ ଜଣେ ଭଦ୍ର,ସରଳ ଓ ଅମାୟିକ ବ୍ୟକ୍ତି ଭାବେ ସଂପୃକ୍ତ ଅଞ୍ଚଳରେ ବେଶ୍ ପରିଚିତ ଥିଲେ । ପ୍ରାରମ୍ଭରେ ୰ମହାପାତ୍ରଙ୍କ ଫଟୋ ଚିତ୍ରରେ ଅତିଥି ମାନେ ସ୍ମୃତି ଅର୍ଘ୍ୟ ପ୍ରଦାନ ପୂର୍ବକ ନିରବ ପ୍ରାର୍ଥନା ସହ ସ୍ମୃତି ସ୍ମରଣିକା ଅସ୍ତମିତ ରବିନ୍ଦ୍ରଙ୍କୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ପରିବାରର ଜ୍ୟୋଷ୍ଟ ପୁତ୍ର ରଜତ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ରାଜେଶ,ରାକେଶ,ସ୍ନିଗ୍ଧା,ଶ୍ରୀକାନ୍ତ,ରଶ୍ମୀ,ରିସବ୍‌,ସାହିଲ୍‌,ପ୍ରସିଦ୍ଧ,ରାଜିବ,ରିତିଲ୍‌,ରନିତା ପ୍ରମୁଖ ପରିଚାଳନାରେ ହେଯାଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.