ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୨/୧୧- ସାରା ରାଜ୍ୟରେ ଦିନ କୁ ଦିନ ତୈଳଦର , ରନ୍ଧନଗ୍ୟାସ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ୍ ଦିନକୁ ଦିନ ବଢିବାରେ ଲାଗିଛି । ଯାହାକୁ ନେଇ ବିଜୁ ଜନତା ଦଳ ତରଫରୁ ସାରା ରାଜ୍ୟ ରେ ସମସ୍ତ ବ୍ଲକ ଓ ସମସ୍ତ ବିଜ୍ଞାପିତ ଅଂଚଳ ପରିଷଦ ଆଗରେ ବିକ୍ଷୋଭ ଓ ଧାରଣା ଡାକରା ଦିଆଯାଇଥିଲା । ତେଣୁ ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ଓ ବ୍ଲକ ଆଗରେ ଧାରଣା ଦିଆଯାଇଥିବା ଜଣାପଡିଛି । ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ଆଗରେ ସ୍ୱରାଜ ମହାନ୍ତି , ବିଜୁ ଯୁବ ଜନତା ଦଳର ଯୁବ ସଂଗଠକ ଲିଙ୍ଗରାଜ ନାୟକ ଓ ପୁର୍ବତନ ଅଧ୍ୟକ୍ଷା ସବିତା ଦାସ ଙ୍କ ନେତୃତ୍ୱ ରେ ଶତାଧିକ ମହିଳା ଓ କର୍ମୀ ମାନେ ବିକ୍ଷୋଭ କରିଥିଲେ ।
ସେହିଭଳି ଭାବରେ ରଣପୁର ବ୍ଲକ ଆଗରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ବିଜେଡି କର୍ମୀ ଯୋଗ ଦେଇ କେନ୍ଦ୍ର ମୋଦୀ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ । ଏଥିରେ ପ୍ରଭାତ କୁମାର ଦଳବେହେରା , ଡଃ. ସନ୍ତୋଷ ଲେଙ୍କା , ଇଂ ଦେବାଶିଷ ପଟ୍ଟନାୟକ , ପ୍ରତିଭା ମହାନ୍ତି , ପାଣ୍ଡବ ସେଠୀ ଆଦି ଯୋଗଦେଇ କେନ୍ଦ୍ର ସରକାରଙ୍କ ଦରଦାମ୍ ବୃଦ୍ଧି ବିରୁଦ୍ଧରେ ପ୍ରତିବାଦ କରିଥିଲେ ।