Home Top News ରଥଖଳା ଚଳଚଞ୍ଚଳ – ଚକ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ତିନିରଥର ବିଶ୍ଵକର୍ମା

ରଥଖଳା ଚଳଚଞ୍ଚଳ – ଚକ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ତିନିରଥର ବିଶ୍ଵକର୍ମା

138

ପୁରୀ ୯-୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀନଅର ସମ୍ମୁଖ ରଥଖଳା ଏବେ ଚଳଚଞ୍ଚଳ।‌ ପବିତ୍ର ଅକ୍ଷୟ ତୃତୀୟା ପରଦିନ ଠାରୁ ଚକ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ତିନିରଥର ବିଶ୍ଵକର୍ମା ମହାରଣା। କାରଣ ଆଗକୁ ଭଉଁରୀ ତିଥି ଅବସରରେ ତିନି ରଥ ପାଇଁ ଅଖ ସହ ୬ଟି ଚକ ଡେରା ଯିବାର ବିଧି ରହିଛି। ରଥଖଳାରେ ରଥ ଚକର ବିଭିନ୍ନ ଅଂଶ ତିଆରି ଚାଲିଥିବା ବେଳେ ଗତକାଲି ତୁମ୍ବରେ ସୂତା ବାଡ଼ିଆ ପରେ ଆଜି ମୁଖ୍ୟ ବିଶ୍ଵକର୍ମା ମହାରଣାଙ୍କ ଦ୍ବାରା ବିନ୍ଧ ଅନୁକୂଳ କରାଯାଇଛି।

ଶାସ୍ତ୍ର ଅନୁଯାୟୀ ତିନି ରଥର ନିର୍ମାଣ କାର୍ଯ୍ୟ ଚକରୁ ଆରମ୍ଭ କରାଯାଇଥାଏ। ଗତ ଅକ୍ଷୟ ତୃତୀୟା ପରଦିନ ଠାରୁ ତୁମ୍ବ ନିର୍ମାଣ କାର୍ଯ୍ୟ ଚାଲିଥିଲା। ଗତକାଲି ତୁମ୍ବ ମାନଙ୍କରେ ସୂତା ବାଡ଼ିଆ ଯିବା ପରେ ଘେର କାଟିଥିଲେ କରତିଆ ସେବକମାନେ। ତିନି ରଥର ମୁଖ୍ୟ ବିଶ୍ଵକର୍ମା ମହାରଣା ଆଜି ତୁମ୍ବ ଉପରେ ଶ୍ରୀଫଳ, ମାହାର୍ଦ୍ଦ ଥୋଇ ବିନ୍ଧ ଅନୁକୂଳ କରିଛନ୍ତି। ତେବେ ତିନି ରଥର ସମୁଦାୟ ୪୨ଟି ଚକରେ ୧୬ ଯୋଡ଼ା ବିନ୍ଧ ଖୋଳାଯିବ। ଆଜି ସୁଦ୍ଧା ତାଳଧ୍ଵଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ପ୍ରାୟ ୩୫ ଟି ତୁମ୍ବ ବୋଳା କାର୍ଯ୍ୟ ସରିଥିବା କହିଛନ୍ତି ମୁଖ୍ୟ ବିଶ୍ଵକର୍ମା ମହାରଣା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.