Home ଓଡ଼ିଶା ରଣପୁର ବନବିଭାଗରୁ ଫେରାର ଅଜୟ ପୋଲିସ୍ କବଜାରେ

ରଣପୁର ବନବିଭାଗରୁ ଫେରାର ଅଜୟ ପୋଲିସ୍ କବଜାରେ

90

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୩/୦୮-ନୟାଗଡ ଜିଲ୍ଲା ରଣପୁର ଥାନା ପୋଲିସ୍ କବଜାରେ ରଣପୁର ବନବିଭାଗରୁ ଫେରାର ହୋଇଥିବା ସର୍ପ ଧରାଳି ଅଜୟ ଦାସ ଏବଂ ଅଜୟ ଦାସଙ୍କୁ ଆଶ୍ରୟ ଦେଇଥିବା ଦେଉଳି ଗ୍ରାମର ନରସିଂହ ପ୍ରଧାନଙ୍କୁ ପୋଲିସ୍ ଗିରଫ କରି ନୟାଗଡ କୋର୍ଟକୁ ଚାଲାଣ କରିଥିବା ଜଣା ପଡିଛି । ଗିରଫ ଅଜୟ ନାମରେ ପୁର୍ବରୁ ମଧ୍ୟ ୱାରେଣ୍ଟ ରହିଥିଲା । ପୋଲିସ୍ କବଜାରେ ଥିବା ଅଜୟ ଦାସଠାରୁ ରଣପୁର ବନବିଭାଗରେ ଘଟିଥିବା ବାଘ ଶିକାର ଘଟଣାର ଆହୁରି ଅନେକ ତଥ୍ୟ ମିଳିଛି । ଏହି ଘଟଣାରେ ଆହୁରି ଅନେକ ଲୋକ ସମ୍ପୃକ୍ତ ଥିବା ପୋଲିସ୍ ଆଗରେ ଅଜୟ ଦାସ କହିଛି ବୋଲି ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶଙ୍କଠାରୁ ସୁଚନା । ଅଜୟ ଦାସଙ୍କୁ ରଣପୁର ପୋଲିସ୍ ଦେଉଳି ନିକଟ ନରସିଂହ ପ୍ରଧାନଙ୍କ କୁକୁଡା ଫାର୍ମରୁ ଗିରଫ କରିଛି । ତେଣୁ ଅଜୟ ଦାସଙ୍କୁ ଅଧିକ ପଚରା ଉଚୁରା ପାଇଁ ରଣପୁର ଥାନାରେ ରଖାଯାଇଥିବା ସୁଚନା ମିଳିଛି ।

ଘଟଣାରୁ ପ୍ରକାଶ ରଣପୁର ବନବିଭାଗ ଅଗଷ୍ଟ ୬ ତାରିଖରେ ବାଘ ଶିକାର ମାମଲାରେ ତଥ୍ୟ ହାସଲ ପାଇଁ ଅଜୟ ଦାସଙ୍କୁ ଅଟକ ରଖି ପଚରା ଉଚୁରା ଜାରି ରଖିଥିଲା । ଇତି ମଧ୍ୟରେ ଅଗଷ୍ଟ ୯ ତାରିଖ ରାତ୍ରିରେ ଅଜୟ ବନ କର୍ମଚାରୀଙ୍କୁ ଚକମା ଦେଖାଇ ଫେରାର ହୋଇଯାଇଥିଲା । ଅଜୟର ପରିବାର ଅଗଷ୍ଟ ୧୦ ତାରିଖ ଦିନ ରଣପୁର ବନବିଭାଗ ଅଫିସ୍ ଘେରାଉ କରିଥିଲେ । ଅଜୟ ଫେରାର ହୋଇଥିବା ଜାଣି ମଧ୍ୟ ଅଜୟକୁ ବନବିଭାଗ ଫେରାଇ ଦେବା ପାଇଁ ଜିଦ୍ ଧରି ବସିଥିଲେ । ରଣପୁର ପୋଲିସ୍ ଘଟଣା ସ୍ଥଳରେ ପହଁଚି ଲୋକଙ୍କୁ ବୁଝାସୁଝା ପରେ ଘେରାଉରୁ ଲୋକମାନେ ଓହରିଥିଲେ । ବନବିଭାଗ ତରଫରୁ ଅଜୟକୁ ଛାଡିଦେବା ଅଭିଯୋଗରେ ଅଜୟ ସୁରକ୍ଷା ଦାୟିତ୍ୱରେ ଥିବା ୨ଜଣଙ୍କୁ କୋର୍ଟ ଚାଲାଣ କରିଥିଲେ । ବାଘ ଶିକାର ଘଟଣା ଏକ ସଙ୍ଗୀନ ଘଟଣା ହୋଇଥିବାରୁ ପୋଲିସ୍ କବଜାରେ ଥିବା ଅଜୟ ଦାସଙ୍କୁ ଅଧିକ ପଚରା ଉଚୁରା ଜାରି ରହିଛି । ଅଜୟ ଅପହରଣ ନେଇ ଅଜୟଙ୍କ ମା ବନବିଭାଗ ବିରୁଦ୍ଧରେ ଯେଉଁ ଅପହରଣ ମାମଲା ଦେଇଥିଲେ ସେହି ଅପହରଣ ନାଟକରେ ଅନ୍ତ ଘଟିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.