Home ଓଡ଼ିଶା ରଣପୁର ଥାନା ଓ ଅଗ୍ନିଶମ କାର୍ଯ୍ୟାଳୟରେ ଶପଥ ପାଠ ଓ ନିରବ ପ୍ରାର୍ଥନା

ରଣପୁର ଥାନା ଓ ଅଗ୍ନିଶମ କାର୍ଯ୍ୟାଳୟରେ ଶପଥ ପାଠ ଓ ନିରବ ପ୍ରାର୍ଥନା

256

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୫/୦୮-ମାନ୍ୟବର ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ କୋଭିଡ୍ ଯୋଦ୍ଧାମାନଙ୍କର ସମ୍ମାନ ପାଇଁ ନିରବ ପ୍ରାର୍ଥନା ଓ ଶପଥ ପାଠ କରାଇଥିବା ଜଣା ପଡିଛି । ରଣପୁର ଥାନା ସାମନା ଓ ଅଗ୍ନିଶମ ବାହିନୀ ଅଫିସ୍ ସାମନାରେ ନିରବ ପ୍ରାର୍ଥନା ହୋଇଥିବା ଜଣାପଡିଛି । ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶ କୋଭିଡ୍ ଯୁଦ୍ଧରେ ପ୍ରାଣ ହରାଇଥିବା ପୋଲିସ୍ ବନ୍ଧୁ ମାନଙ୍କୁ ପ୍ରଥମେ ସାଲ୍ୟୁଟ୍ ପ୍ରଦାନ କରିଥିଲେ ।

ପରେ ମୁଖ୍ୟମନ୍ତ୍ରୀଙ୍କର ଶପଥ ପାଠକୁ ନିଜେ ଶପଥ କରିବା ସହ ସମସ୍ତ ପୋଲିସ୍ ବନ୍ଧୁମାନଙ୍କୁ ଶପଥ ପାଠ କରାଇଥିଲେ । ସେହିଭଳି ଭାବରେ ଅଗ୍ନିଶମ ବାହିନୀ ଅଧିକାରୀ ସରୋଜ କୁମାର ଦାଶ ନିଜେ ଶପଥ ପାଠ କରିବା ସହ ସମସ୍ତ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.