ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୬/୦୩-ପେଚା ଏହିଭଳି ଏକ ପକ୍ଷୀ ତା ମୁହଁ ଚାହିଁଲେ ଅମଙ୍ଗଲ ହୋଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି । କିନ୍ତୁ ବିଶ୍ୱାସ ଅଛି ପେଚା ହେଉଛି ଲକ୍ଷ୍ମୀଙ୍କର ବାହାନ । ତେଣୁ ପେଚା ଆସିଲେ ଲକ୍ଷ୍ମୀ ଆସିବାର ସୂଚନା ମିଳିଥାଏ । ସେହି ପେଚା ବଂଶ ଲୋପ ହେବାକୁ ବସିଛି । କିନ୍ତୁ ରଣପୁର କୋର୍ଟ ମୋହରିରଖାନା ମଧ୍ୟରେ ଏକ ବିରଳ ପ୍ରଜାତିର ପେଚା ମାର୍ଚ୍ଚ ୬ ତାରିଖ ଅଫିସ୍ ଖୋଲିବା ସମୟରେ ଦେଖିବାକୁ ମିଳିଥିଲା । ଯାହାକୁ କି ଷ୍ଟାମ୍ପ ଭେଣ୍ଡର କାଶୀନାଥ ଭୁୟାଁ ଉଦ୍ଧାର କରି ନିକଟସ୍ଥ ଅଶ୍ୱସ୍ଥ ଗଛକୁ ଛାଡିଥିଲେ । ପେଚା ମୋହରିର୍ ଖାନାକୁ ଆସିବା ଦ୍ୱାରା ଲକ୍ଷ୍ମୀ ଆସିଲେ ବୋଲି ସମସ୍ତଙ୍କର ବିଶ୍ୱାସ ରହିଅଛି ।