Home ଜିଲ୍ଲା ପରିକ୍ରମା ରଘୁନାଥପୁର ଗୋପିନାଥ ଚ୍ୟାଲେଞ୍ଜ ଟ୍ରଫି ଉଦଘାଟିତ, ସେମିରେ ନିମପୁର କ୍ରିକେଟ କ୍ଲବ

ରଘୁନାଥପୁର ଗୋପିନାଥ ଚ୍ୟାଲେଞ୍ଜ ଟ୍ରଫି ଉଦଘାଟିତ, ସେମିରେ ନିମପୁର କ୍ରିକେଟ କ୍ଲବ

12

ଭଦ୍ରକ, ୨୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରଘୁନାଥପୁର କ୍ରିକେଟ ପଡିଆରେ ରଘୁନାଥପୁର କ୍ରିକେଟ କ୍ଲବ ଆନୁକୂଲ୍ୟରେ ୧୭ତମ ଅଦୈତ ନାୟକ ମେମୋରିଆଲ ୧୭ତମ ଗୋପିନାଥ ଚ୍ୟାଲେଞ୍ଜ ଟ୍ରଫି ସଭାପତି ବିଶ୍ୱନାଥ ମାଝୀ ଓ ଅନ୍ତର୍ଯ୍ୟାମୀ ନାୟକଙ୍କ ଦ୍ୱାରା ଗୁରୁବାର ଉଦଘାଟିତ ହୋଇଯାଇଛି । ଉଦଘାଟନୀ ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚ କଟକ ୟୁନିଅନ ସ୍ପୋଟିଂ ଏକାଦଶ ଓ କଟକ ନିମପୁର ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନିମପୁର ଏକାଦଶ ଅଧିନାୟକ ଟସ ଜିଣି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ୟୁନିଅନ ସ୍ପୋଟିଂ ଏକାଦଶ ନିର୍ଦ୍ଧାରିତ ୧୬ ଓଭରରେ ୯ ଉଇକେଟ ହରାଇ ୧୨୨ରନ ସ୍କୋର କରିଥିଲା । ଦଳ ପକ୍ଷରୁ ବ୍ୟାଟ୍ସମ୍ୟାନ ଭେଙ୍କଟେଶ ବନ୍ଦେ ଓ ପଙ୍କଜ ସେନାପତି ପ୍ରତ୍ୟେକ ୩୧ ରନ ହାସଲ କରିଥିଲେ । ପ୍ରତିପକ୍ଷ ବୋଲର ଜାହିର ୩ ଓଭର ୨୯ ରନ ବିନିମୟରେ ୨ ଉଇକେଟ, ବାସୁକିନାଥ ତିୱାରୀ ୪ ଓଭରରେ ୧୭ ରନ ଦେଇ ୨ଉଇକେଟ ହାସଲ କରିଥିଲେ । ଜବାବରେ ନିମପୁର ଏକାଦଶ ୧୧ ଓଭରରେ ୪ ଉଇକେଟ ହରାଇ ୧୨୪ ରନ ହାସଲ କରି ବିଜୟୀ ହୋଇ ସେମିରେ ପ୍ରବେଶ କରିଥିଲା । ଦଳ ପକ୍ଷରୁ ଅନିଲ ସାହୁ ଓ ଅବିନାଶ ନାୟକ ପ୍ରତ୍ୟେକ ୧୯ ରନ ହାସଲ କରିଥିଲେ । ପ୍ରତିପକ୍ଷ ବୋଲର ବିଶ୍ୱଜିତ ପ୍ରଧାନ, ଶୋଭନ ଦେବ ଓ ସୋମରାଜ ମହାପାତ୍ର ଗୋଟିଏ ଲେଖାଏଁ ଉଇକେଟ ହାସଲ କରିଥିଲେ । ଅମ୍ପାୟର ଶାରଦା ପ୍ରସନ୍ନ ମହାପାତ୍ର ଓ ଶରତ ଚନ୍ଦ୍ର ଜେନା ମ୍ୟାଚ ପରିଚାଳନା କରିଥିଲେ । ରାକେଶ ବୋଇତାଇ, ବିଭୂତି ଭୂଷଣ ମାଝୀ, ଚିନ୍ମୟ ରାଉତରାୟ ଓ ଜୟନ୍ତ ନାୟକ ସ୍କୋରର, ପ୍ରଦୀପ୍ତ ନାୟକ, ପ୍ରତ୍ୟୁଷ ଓ ଇମ୍ରାନ ଧାରାବିବରଣୀ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.