Home ଜିଲ୍ଲା ପରିକ୍ରମା ଯୌତୁକ ଜୁଇରେ ନବବଧୂ, ଅଭିଯୁକ୍ତ ସ୍ୱାମୀକୁ ବାନ୍ଧିଲା ପୁଲିସ୍‌

ଯୌତୁକ ଜୁଇରେ ନବବଧୂ, ଅଭିଯୁକ୍ତ ସ୍ୱାମୀକୁ ବାନ୍ଧିଲା ପୁଲିସ୍‌

29

ଭଦ୍ରକ, ୧୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯୌତୁକ ଜୁଇରେ ନବବଧୂ। ଭଦ୍ରକ ଜିଲା ପୀରହାଟ ଥାନା ଅଧୀନସ୍ଥ ବାହାରପାଳ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ହେଲେ ତିହିଡି ଥାନା ଅନ୍ତର୍ଗତ ଶଙ୍ଖିଡା ଗ୍ରାମର ବୁଦ୍ଧିରାମ ପାଢୀଙ୍କ ଝିଅ ସୁପ୍ରିୟା। ସୁପ୍ରିୟାଙ୍କୁ ତାଙ୍କ ଶାଶୁଘର ଲୋକେ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ତିହିଡି ଥାନା ଶଙ୍ଖିଡା ଗାଁର ବୁଦ୍ଧିରାମ ପାଢୀଙ୍କ ଝିଅ ସୁପ୍ରିୟା ବୈଦିକ ରୀତିନୀତିରେ ଚଳିତବର୍ଷ ଫେବୃୟାରୀ ମାସ ୬ ତାରିଖରେ ପ୍ରତାପ ପାଢୀଙ୍କୁ ବିବାହ କରିଥିଲେ। ମାତ୍ର ବିବାହର କିଛିଦିନ ପରେ ସୁପିୟାଙ୍କ ଉପରେ ଶାଶୁଘର ଲୋକ ଅତ୍ୟାଚାର କରିବା ଆରମ୍ଭ କରିଦେଇଥିଲେ। ସ୍ୱାମୀ ସ ପରିବାର ଲୋକେ ମିଶି ଯୌତୁକ ଜନିତ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇଆସୁଥିଲେ। ଏପରିକି ସେମାନେ ସୁପ୍ରିୟାର ବ୍ୟବହୃତ ମୋବାଇଲ୍‌କୁ ମଧ୍ୟ ପିଟି ପିଟି ଭାଙ୍ଗି ଦେଇଥିଲେ। ହଠାତ୍ ସୁପ୍ରିୟା ତିହିଡି ମେଡିକାଲରେ ଭର୍ତ୍ତି ହୋଇଥିବା ନେଇ ବାପଘର ଲୋକେ ଖବର ପାଇଥିଲେ। ମେଡିକାଲରେ ଆସି ଦେଖିଲାବେଳକୁ ସୁପ୍ରିୟାଙ୍କ ମୃତ୍ୟୁ ହୋଇସାରିଥିଲା। ସୁପ୍ରିୟାଙ୍କ ଶାଶୁଘର ଲୋକଙ୍କ କହିବା ଅନୁସାରେ ସେ ଫ୍ୟାନ୍‌ରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। କିନ୍ତୁ ସୁପ୍ରିୟାଙ୍କ ବାପଘର ଲୋକେ ଏହାକୁ ଅସ୍ୱୀକାର କରିବା ସହ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ମୃତାଙ୍କ ବାପା ବୁଦ୍ଧିରାମ ପାଢୀଙ୍କ ଅଭିଯୋଗ ମୂଳେ ପୁଲିସ୍ ଏକ ମାମଲା ୧୦୯/୨୨, ଦଫା ୩୦୨ / ୩୦୪ (ବି) / ୪୯୮ (କ) ଓ ୩୪ ଆଇପିସି ରୁଜୁ କରିବା ସହିତ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସ୍ୱାମୀ ପ୍ରତାପ ପାଢୀକୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.