ନୟାଗଡ଼, ୨୦ା୨ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ତ ବ୍ଳକ ଅନ୍ତର୍ଗତ ଯୌତୁକପାଟଣା ଗ୍ରାମରେ ୩ଦିନ ଧରି ଚାଲିଥିବା ଶ୍ରୀ ଶ୍ରୀ ତ୍ରିନାଥ ଠାକୁରଙ୍କ ବାର୍ଷିକ ଉତ୍ସବ ଉଦ ଯାପିତ ହୋଇଯାଇଛି। ଗ୍ରାମ ସଭାପତି ବୃନ୍ଦାବନ ପରିଡ଼ାଙ୍କ ତତ୍ତ୍ୱାବଧାନରେ ଚାଲିଥିବା ଏହି ଉତ୍ସବର ବିଭିନ୍ନ ଦିବସରେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ, ବ୍ଳକ ଅଧ୍ୟାକ୍ଷାଙ୍କ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ନାୟକ, ବ୍ଳକ ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର କଅଁର ଓ କ୍ରିଦାଶପୁର ସରପଂଚ ଅନ୍ତର୍ଯା୍ୟାମୀ ଦାସ ପ୍ରମୁଖ ଯୋଗଦେଇଥି ଲାବେଳେ ଉତ୍ସବର ବିଭିନ୍ନ ସମୟରେ ସଂକୀର୍ତ୍ତନ, ସାନଗୋରଡ଼ାର ପୌରାଣିକ ନାଟକ କାହାଣୀ ଆମର ରକତେ ଲେଖା, ଭୂତଡିହିର ସାଧବ ଝିଅ ତଅପୋଇ ଓ ଯୌତୁକପାଟଣା ମା’ଭଗବତୀ ଡ୍ରାମାଟିକ କ୍ଳବ ଆନୁକୂଲ୍ୟରେ ସାମାଜିକ ନାଟକ ‘ଭାଇ ଭଉଣୀର ନୂଆ କାହାଣୀ’ ମଂଚସ୍ଥ ହୋଇଥିଲା। ନାଟକଟିକୁ ଦର୍ଶକ ମନଭରି ଉପଭୋଗ କରିଥିଲେ।