Home ଓଡ଼ିଶା ଯୋଡା : ଜିନ୍ଦଲ ସ୍ଲରି ପାଇପ ଲାଇନ ଖୋଳା ଯୋଗୁଁ ଜଳ ଓ ବିଦ୍ୟୁତ୍ ଯୋଗାଣ...

ଯୋଡା : ଜିନ୍ଦଲ ସ୍ଲରି ପାଇପ ଲାଇନ ଖୋଳା ଯୋଗୁଁ ଜଳ ଓ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ

59

ଯୋଡା, ୨୫ା୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ଜିନ୍ଦଲ କମ୍ପାନୀର ଲୁହା ଗୁଣ୍ଡ ପରିବହନ ନିମନ୍ତେ ଯାଉଥିବା ସ୍ଲରି ପାଇପ ଲାଇନ ଯୋଡା ସହରର ମୁଖ୍ୟ ରାସ୍ତା କଡ ଦେଇ ଯାଉଥିବା ବେଳେ ପ୍ରଶାସନକୁ ହାତ କରି କମ୍ପାନୀର ମନମୁଖି କାର୍ଯ୍ୟ ଯୋଗୁଁ ଯୋଡା ବାସୀ ଅତିଷ୍ଟ ହୋଇପଡିଥିବା ଜଣାପଡିଛି । ବର୍ଷା ପୂର୍ବରୁ ପାଇପ ଲାଇନ ବିଛାଇବା କାର୍ଯ୍ୟ ସମାପ୍ତ ନକରି ବର୍ଷା ଦିନେ ତରବରିଆ ଭାବେ ଏହି ପାଇପ ଲାଇନ ନିମନ୍ତେ ନାଳ ଖୋଳାଯାଉଥିବା ବେଳେ ଅସାବଧାନତା ଯୋଗୁଁ ବାରମ୍ବାର ରାସ୍ତା କଡରେ ଯାଇଥିବା ପିଏଚ୍‌ଡିର ପାଣି ପାଇପ ଫାଟିବା ଫଳରେ ଯୋଡା ସହରକୁ ଜଳ ଯୋଗାଣ ବ୍ୟାଘାତ ହେବା ସହ ବିଦ୍ୟୁତ୍ ଖୁଣ୍ଟ ଢଳି ପଡୁଥିବାରୁ ଦିନ ଦିନ ଧରି ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ସରବରାହ ବନ୍ଦ କରିଦିଆଯାଉଥିବା ଦେଖିବାକୁ ମିଳିଛି । ଶୁକ୍ରବବାର ଦିନ ଏହି ନାଳ ଖୋଳା ଯୋଗୁଁ ପିଏଚ୍‌ଡି ପାଇପ ଲାଇନ ଫାଟିଯିବା ଫଳରେ ଯୋଡା ସହରକୁ ଜଳ ଯୋଗାଣ ବନ୍ଦ ରହିଛି । ଏହା ସହିତ ଶନିବାର ଦିନ ପ୍ରବଳ ବର୍ଷା ସହିତ ଏହି ନାଳ ଖୋଳାଯୋଗୁଁ ମଙ୍ଗଳା ମନ୍ଦିର ନିକଟରେ ଏକ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍ ଖୁଣ୍ଟ ଢଳି ପଡିଥିବା ବେଳେ ଏକ ବଡଧରଣର ଦୁର୍ଘଟଣାରୁ ସ୍ଥାନୀୟ ଲୋକେ ବର୍ତ୍ତିଯାଇଥିବା ଜଣାପଡିଛି । ଖବର ପାଇଁ ବିଦ୍ୟୁତ୍ ବିଭାଗ ପକ୍ଷରୁ ସଂଯୋଗ ବିଚ୍ଛିନ୍ନ କରିଦିଆଯାଇଥିବା ବେଳେ ଏହି ଖୁଣ୍ଟଟିକୁ କ୍ରେନ ସାହାଯ୍ୟରେ ଅଟକାଇ ରଖାଯାଇଛି । ତେଣୁ ଶନିବାର ଦିନତମାମ ସହରର କିଛି ସ୍ଥାନରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି । ସେହିପରି କିଛି ଦିନ ପୂର୍ବରୁ ସେଣ୍ଟ ଟେରେସା ସ୍କୁଲ ନିକଟରେ ଏହି ନାଳ ଖୋଳା ଯୋଗୁଁ ଅନେକ ଗୁଡିଏ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍ ଖୁଣ୍ଟ ଢଳି ପଡିବା ଫଳରେ ୨ଦିନ ଧରି ବିଦ୍ୟୁତ୍ ସରବରାହ କେତେକ ସ୍ଥାନରେ ବନ୍ଦ ରହିଥିଲା । ଏହି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ କମ୍ପାନୀର ଏଥିପ୍ରତି ନିଘାନଥିବା ଜଣାପଡିଛି । କମ୍ପାନୀର ଏହି ଖାମଖିଆଲ ନୀତିକୁ ଯୋଡାବାସୀ ନାପସନ୍ଦ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.