Home ଜିଲ୍ଲା ପରିକ୍ରମା ଯେତେବେଳେ କେହି ନାହିଁ ସେତେବେଳେ ଖୋଜାପଡ଼େ ବାବୁଲାଲଙ୍କୁ

ଯେତେବେଳେ କେହି ନାହିଁ ସେତେବେଳେ ଖୋଜାପଡ଼େ ବାବୁଲାଲଙ୍କୁ

145

ନୟାଗଡ଼, ୧୪ା୭ : (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ଏମିତି ଏକ ନିଆରା ମଣିଷ ବାବୁଲାଲ୍। ଯେତେବେଳେ ଅସୁବିଧା କାହାର ପଡ଼େ ସେତେବେଳେ ବାବୁଲାଲଙ୍କୁ ହିଁ ଖୋଜାପଡ଼େ। ଡାକରା ମାତ୍ରକେ ନିମିଷକେ ମଧ୍ୟରେ ପାଖରେ ପହଂଚି ଯାଆନ୍ତି ବାବୁଲାଲ୍। କୌଣସି ଲୋକର ବାର୍ଦ୍ଧକ୍ୟ ଭତ୍ତା କି ବିଧବା ଫର୍ମ ପୂରଣ ହେଉ କି ବ୍ୟାଙ୍କରେ ନୂଆ ଖାତା ଖୋଲିବା ହେଉ କିମ୍ବା କାହାର ଅସୁସ୍ଥତା ନେଇ ଡାକ୍ତରଖାନାରେ ପହଂଚାଇବାର ମାଧ୍ୟମ ପାଲଟି ଯାଇ ସୁଖ ଦୁଃଖରେ ସାମିଲ ହୋଇ ନିଜକୁ ଏକ ନିଆରା ମଣିଷ ପାଲଟି ଯାଇଛନ୍ତି ବାବୁଲାଲ୍। ବାବୁଲାଲ୍ ମିଶ୍ର। ଘର ନୟାଗଡ଼ ଜିଲା ଗଣିଆ ବ୍ଳକ ଅନ୍ତର୍ଗତ କିଶୋରପ୍ରସାଦ। ସେ କିଶୋରପ୍ରସାଦ ଗ୍ରାମପଂଚାୟତସ୍ଥିତ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କରେ ଦୀର୍ଘ ୧୫ବର୍ଷ ଧରି ବ୍ୟବସାୟ ସହାୟକଭାବେ କାର୍ଯ୍ୟ କରିଆସୁଛନ୍ତି। ସେ ପ୍ରଥମରୁ ପ୍ରାଥମିକ ଶିକ୍ଷକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ ମଧ୍ୟ ଗରୀବ, ଭିନ୍ନକ୍ଷମ, ବୃଦ୍ଧ, ବୃଦ୍ଧାମାନଙ୍କର ବିଭିନ୍ନ ଅସୁବିଧାକୁ ଲକ୍ଷ୍ୟ କରି ସେ ଏପରି ଏକ ଭିନ୍ନ ପଥକୁ ବାଛିନେଇଥିବା ଦେଖିବାକୁ ମିଳିଛି। କିଶୋରପ୍ରସାଦ ଓ ସିଧାମୂଳା ପଂଚାୟତର ଗାଁ ଗାଁକୁ ବୁଲି ମୋବାଇଲ ସେବା ଯୋଗାଇବା ସହ ଲୋକମାନଙ୍କର ସୁବିଧା ଅସୁବିଧା ସମୟରେ ପହଂଚି ଯାଉଛନ୍ତି। ଏପରିକି କରୋନା ଭୟାଭହତାକୁ ନେଇ ଲୋକମାନଙ୍କୁ ବୁଝାଇବା ସହ ମାସ୍କ, ସାନିଟାଇଜର ବାଂଟି ସଚେତନତା କରାଉଛନ୍ତି। ଦିନ ନାହିଁ କି ରାତି ନାହିଁ ଯିଏ ଯେତେବେଳେ ଡାକିଲେ ସମୟ ଅସମୟକୁ କେବେ ଦେଖିନଥିବା ବାବୁଲାଲ ଗାଁ ପିଣ୍ଡାର ଦଉଡ଼ିଆ ଖଟରେ ବା ମାଟି ପିଣ୍ଡାକୁ ଝାଡ଼ି ବସିପଡ଼ି ହାଲଚାଲ୍ ବୁଝିନିଅନ୍ତି କ’ଣ ହେଇଛି। କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ସେବା ଜନଧନ ଆକାଉଂଟ, ଉଜ୍ଜଳାଗ୍ୟାସ, ପ୍ରଧାନମନ୍ତ୍ରୀ କିଷାନ ଯୋଜନା ବା କାଳିଆ ଯୋଜନା ସମ୍ପର୍କୀତ ସମସ୍ତ ବ୍ୟାଙ୍କ ସୁବିଧା ହତାପାଆନ୍ତରେ ଯୋଗାଇଦେଇ ପ୍ରଶଂସାର ପାତ୍ର ହୋଇଛନ୍ତି। ଯାହାକି ସୁବିଧା ଅସୁବିଧାବେଳେ ଏବେ ଏଠି ସେଠି ସବୁଠି ଖୋଜାପଡ଼ୁଛି ବାବୁଲାଲଙ୍କୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.