ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯୁବ ବ୍ୟବସାୟୀ ତଥା ସମାଜସେବୀ ନନ୍ଦ କିଶୋର ମିଶ୍ରଙ୍କର ୫୬ବର୍ଷ ବୟସରେ ଆଜି ସକାଳ ୮ଘଟିକା ସମୟରେ କଟକ ଷ୍ଟାର ହସ୍ପିଟାଲରେ ପରଲୋକ ହୋଇଯାଇଛି । ଭଦ୍ରକ ସହରାଞ୍ଚଳର ଚରମ୍ପା ଅନ୍ତର୍ଗତ ବରାଳପୋଖରି ଗ୍ରାମର ବାସିନ୍ଦା ସ୍ୱର୍ଗତ ମିଶ୍ର ବ୍ୟବସାୟରୁ ଜୀବନ ଆରମ୍ଭ କରି ସମାଜସେବାକୁ ମନବଳାଇଥିଲେ । ଶ୍ରୀ ମିଶ୍ର ବ୍ୟବସାୟ କରିବା ସହିତ ସମାଜସେବାକୁ ବ୍ରତ ଭାବେ ଗ୍ରହଣ କରିଥିଲେ । ତାଙ୍କ ଉଦ୍ୟମରେ ଚରମ୍ପା ଓ ବରାଳ ପୋଖରୀ ଅଞ୍ଚଳରେ ବହୁତ ଉନ୍ନତି ମୁଳକ କାର୍ଯ୍ୟ ହୋଇଛି । ତାଙ୍କର ଶେଷ ଉଦ୍ୟମ ଥିଲା ରେଳବାଇ ଓ ୧୧୯ନମ୍ବର ଗେଟ୍ ସ୍ଥାନରେ ଉଡ଼ନ୍ତା ପୋଲ ପାଇଁ ଦାବି କରିଥିଲେ । ଗତ କିଛିଦିନ ଧରି ସେ ଅସୁସ୍ଥ ଅନୁଭବ କରିବାରୁ କଟକ ଷ୍ଟାର ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ଏହି ସମୟରେ ହୃଦ୍ଘାତରେ ତାଙ୍କର ପରଲୋକ ହୋଇଥିଲା । ସ୍ୱର୍ଗତ ମିଶ୍ରଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଭଦ୍ରକ ଚରମ୍ପା ବରାଳପୋଖରୀ ଅଞ୍ଚଳରେ ବୁଦ୍ଧିଜୀବୀଙ୍କ ମହଲରେ ଶୋକ ପ୍ରକାଶ ପାଇଛି । ତାଙ୍କ ମରଶରୀର ଭଦ୍ରକ ଚରମ୍ପାକୁ ଶୋଭାଯାତ୍ରାରେ ଅଣାଯାଇଛି । ପରେ ଜନ୍ମମାଟି ବରାଳ ପୋଖରୀ ଗ୍ରାମକୁ ନିଆଯାଇଥିଲା । ସେଠାରେ ବହୁ ବ୍ୟକ୍ତି ମରଶରୀରକୁ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପୁତ୍ରୀ ନନ୍ଦିତା, ନିକିତା, ଭାଇ ରାଜକିଶୋର, ବଡ଼ ଭାଇ ପୁର୍ଣ୍ଣଚନ୍ଦ୍ର ମିଶ୍ର, ପୁତୁରା ଶିଶୀର ମିଶ୍ର, ରବି ମିଶ୍ର, ବିମଳ ମିଶ୍ର ପ୍ରମୁଖ ସମସ୍ତ ପରିବାରଙ୍କ ସହ ପୁର୍ବତନ ବିଧାୟକ ନରେନ ପଲାଇ, ରୋଟାରୀଆନ୍ ଅତିସ ବେହେରା, ଆଇନଜୀବୀ ପବନ ଶର୍ମା, ପୁର୍ବତନ କାଉଁସିଲର ଗୋପିନାଥ ନାୟକ, କାମେଶ ପରିଡ଼ା, ଚିତରଂଜନ ମିଶ୍ର, ଉମର ଅଲ୍ଲି, ଗୌରାଙ୍ଗ ପଣ୍ଡା, ବୁଲୁ ମହାନ୍ତି, ବାସୁ ରାଓ, ପ୍ରଭାକର ଦାସ ପ୍ରମୁଖ ସଂସ୍କାର କାର୍ଯ୍ୟରେ ଯୋଗଦେବା ସହ ଶୋକପ୍ରକାଶ କରିଛନ୍ତି ।