Home ଜିଲ୍ଲା ପରିକ୍ରମା ଯୁବ ବ୍ୟବସାୟୀ ସତ୍ୟବ୍ରତଙ୍କ ଅକାଳ ବିୟୋଗ

ଯୁବ ବ୍ୟବସାୟୀ ସତ୍ୟବ୍ରତଙ୍କ ଅକାଳ ବିୟୋଗ

26

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଛକର ଯୁବ ବ୍ୟବସାୟୀ ସତ୍ୟବ୍ରତ ପାତ୍ର (୨୭) ଓରଫ ଦୁଃଖିଆଙ୍କ ଅକାଳ ବିୟୋଗ ହୋଇଯାଇଛି । ସ୍ଥାନୀୟ ଚନ୍ଦ୍ରଭାନୁପୁର ଗ୍ରାମର ଜିତେନ୍ଦ୍ର ପାତ୍ରଙ୍କ ପୁତ୍ର ଦୁଃଖିଆ ସ୍ୱାଭାବିକ ଭାବେ ବୁଧିବାର ରାତ୍ରରେ ଖାଦ୍ୟଗ୍ରହଣ କରି ବ୍ଲକଛକ ଦୋକାନରେ ଶୋଇଥିଲେ । ଗୁରୁବାର ସକାଳୁ ସବୁଦିନ ପରି ଦୋକାନ ଖୋଲିନଥିଲେ । ସ୍ଥାନୀୟ ଲୋକଙ୍କ ଡାକ ମଧ୍ୟ ଶୁଣିନଥିଲେ । ଏଥିରେ ସନ୍ଦେହ ହେବାକୁ ଲୋକେ ଦୋକାନ କବାଟ ଭାଙ୍ଗି ସଂଜ୍ଞାହୀନ ଦୁଃଖିଆଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଥାନାରେ ଅପମୃତ୍ୟୁ ମାମଲା ଋଜୁ ହୋଇ ଶବ ବ୍ୟବଚ୍ଛେଦ ଭଦ୍ରକରେ କରାଯାଇଥିଲା । ଅପରାହ୍ନରେ ଦୁଃଖିଆଙ୍କ ମୃତଶରୀରକୁ ଶୋଭାଯାତ୍ରାରେ ଭଣ୍ଡାରିପୋଖରୀ ବଜାର ପରିକ୍ରମା କରାଯାଇ ଗ୍ରାମଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କ ବିୟୋଗରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ସରପଞ୍ଚ ବର୍ଷାରାଣୀ ଜେନା, ପୂର୍ବତନ ସରସଞ୍ଚ ସତ୍ୟାନନ୍ଦ ମହାପାତ୍ରଙ୍କ ସମେତ ବହୁ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ତାଙ୍କ ମୃତ୍ୟୁରେ ବ୍ଲକଛକ ଦୋକାନ ଆଜି ଦିନକ ପାଇଁ ବନ୍ଦ ରଖାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.