Home ଜିଲ୍ଲା ପରିକ୍ରମା ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ, ନୃତ୍ୟ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଲେ ଛାତ୍ରୀ

ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ, ନୃତ୍ୟ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଲେ ଛାତ୍ରୀ

40

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଗରପଡ଼ା ମହାବିଦ୍ୟାଳୟ ପରିସରରେ ଆଜି ଯୁବ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଅର୍ନ୍ତଗତ ସାଂସ୍କୃତିକ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବିକଶିତ ଓଡ଼ିଶା ଗଠନ ନେଇ ରାଜ୍ୟ ସରକାର ଯୋଜନା ମାନ ପ୍ରଣୟନ କରୁଛନ୍ତି । ୫-ଟି ଯୋଜନାରେ ରାଜ୍ୟ ସରକାରଙ୍କ ସଂସ୍କୃତି ଓ କ୍ରିଡ଼ା ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଉଚ୍ଚ ମାଧ୍ୟମିକ ଓ ମହାବିଦ୍ୟାଳୟ ସ୍ଥରରେ ପ୍ରତିଯୋଗିତା ମାନ କରାଯାଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସାମାଜିକ ସଚେତନତା ସୃଷ୍ଟି କରାଯିବ । ଏନେଇ ଆଜି ଆଗରପଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ସଚେତନତା ସଭାକୁ ମହାବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ପ୍ରଶାନ୍ତ ଦାସ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକଙ୍କ ପ୍ରତିନିଧି ତଥା ରାଜ୍ୟ ବିଜେଡି ସମ୍ପାଦକ ପ୍ରୟାସ କ୍ରାନ୍ତି ସାମଲ ଯୋଗଦେଇ କହିଲେ, ଛାତ୍ର ଛାତ୍ରୀ ମାନେ ଜୀବନର ଲକ୍ଷ୍ୟ ପଥରେ ଆଗକୁ ବଢିବାକୁ ହେଲେ ସମସ୍ତ ବାଧା ବିଘ୍ନକୁ ଧର୍ଯ୍ୟର ସହ ମୁକାବିଲା କରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବାକୁ ପଡ଼ିବ । ଏଥି ପାଇଁ ସରକାର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ସାଂସ୍କୃତିକ ଓ କ୍ରିଡ଼ା ପ୍ରତିଯୋଗିତା ମାନ ଆୟୋଜନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରୁଛନ୍ତି ।

ଫଳରେ ଛାତ୍ର ଛାତ୍ରୀ ମାନେ ଭବିଷ୍ୟତରେ ବଡ଼ ଓ ଭଲ ମଣିଷ ହୋଇପାରିବେ । ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା ତାଙ୍କ ବକ୍ତବ୍ୟରେ ନୃତ୍ୟ, ସଂଗୀତ ଓ କ୍ରିଡ଼ା ପ୍ରତି ରୁଚି ରଖୁଥିବା ଛାତ୍ର ଛାତ୍ରୀ ମାନେ ନିଜ ନିଜର ପ୍ରତିଭାକୁ ପ୍ରତିବାଦନ କରିବାରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ସହାୟକ ହେବ ବୋଲି କହି ଏହାର ଫାଇଦା ନେବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦିପ କୁମାର ସେଠୀ, ଜିଲ୍ଲା ପରିଷଦ ସଭ୍ୟା ରୁନିତା ଦାସ, ଯୁବ ବିଜେଡି ସଭାପତି ସତ୍ୟ ସାଧନ ବେଜ, ଛାତ୍ର ସଭାପତି ପ୍ରଣବ ଲେଙ୍କା, ବି.ଟି.ପୁର ସମିତି ସଭ୍ୟା ଜ୍ୟୋର୍ତିମୟୀ ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ । ସାଂସ୍କୃତିକ ପରିଷଦ ବିଭାଗୀୟ ମୁଖ୍ୟ ଅଧ୍ୟାପିକା ପ୍ରେମଲତା ଦାସଙ୍କ ମଞ୍ଚ ପରିଚାଳନାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପାତ୍ର ସ୍ୱାଗତ ଭାଷଣ, ଅଧ୍ୟାପକ ନାରାୟଣ ଚନ୍ଦ୍ର ପୁରି ଅତିଥି ପରିଚୟ ଓ ଶେଷରେ ମୁଖ୍ୟ ସହାୟକ ବିଜୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଛାତ୍ରୀ ଇତିଶ୍ରୀ କର, ରେଖାରାଣୀ ଜେନା, ଅନନ୍ୟା ପୁହାଣ, ବଶ୍ୱପ୍ରଜ୍ଞା ସିସ୍‌, ସ୍ନେହଲତା ଜେନା, ସୁବର୍ଣ୍ଣା ଦାସ, ଭାରତୀ ସେଠୀ ନୃତ୍ୟ ଓ ସଂଗୀତରେ ତେଜସ୍ୱନି ନାୟକ, କଳ୍ପନା ସେଠୀ, ପ୍ରିୟଙ୍କା ପୃଷ୍ଟି, ମୋନାଲି ବାରିକ, ଲକ୍ଷ୍ମୀପ୍ରିୟା ପଣ୍ଡା, ସୋନାଲି ପୁହାଣ ପ୍ରମୁଖଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅଧ୍ୟାପକ ଅଧ୍ୟାପିକା ସନ୍ଧ୍ୟାରାଣୀ ନାୟକ, ସ୍ୱୟଂସିଦ୍ଧା ମିଶ୍ର, ସାବିତ୍ରୀ ମଞ୍ଜରି ଦାସ, ବିକାଶ ମହାପାତ୍ର, ତାରାକାନ୍ତ ମଲ୍ଲିକ, ପ୍ରଶାନ୍ତ କୁମାର ନାୟକ, ବିଜୟ କୁମାର ସେଣ୍ଢ, ନିରଞ୍ଜନ ପାଲ, ହେମନ୍ତ ଓଝା, ରାଜେନ୍ଦ୍ର ପାଣିଗ୍ରାହୀ, ମହେଶ୍ୱର ମଲ୍ଲିକ, ରବିନ୍ଦ୍ର ମୋହନ ପଣ୍ଡା ଓ ଅଶୋକ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.