ଗୋପ,୨୭/୧୦,(ଓଡ଼ିଆ ପୁଅ ପି ନାୟକ): ଆଜି ସକାଳେ ନିମାପଡ଼ା ଗୋପ ଅଞ୍ଚଳରେ ଏକ ଲଜ୍ଜାଜନକ ସ୍ଥିତି ଦେଖିବାକୁ ମିଳିଛି । ଜଣେ +୩ ଛାତ୍ରୀଙ୍କୁ କିଛି ଦୁର୍ବୃତ୍ତ ମାଡ଼ ମାରି ରାସ୍ତାରେ ଫୋପାଡି ଚାଲି ଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ପୁରା ଘଟଣା ଅନୁସାରେ, ବୀରତୁଙ୍ଗ ପଞ୍ଚାୟତ ଗିରିମା ଗ୍ରାମର ଜଣେ ଛାତ୍ରୀଙ୍କୁ ଏରବଙ୍ଗ କୋଠମୂଳ ଗ୍ରାମର ଜଣେ ଯୁବକ ତାର କିଛି ସହଯୋଗୀଙ୍କ ସହ ମିଶି ବିଭିନ୍ନ ସମୟରେ ଅଶ୍ଳୀଳ ଆଚରଣ ପ୍ରଦର୍ଶନ କରିଆସୁଥିଲା । ଖାଲି ସେତିକି ନୁହେଁ । ବରଂ ବିଭିନ୍ନ ସମୟରେ ଫୋନ କରି ହଇରାଣ କରିବା ସହ ରାତିରେ ଫୋନ କରି ରାତ୍ରି ବିତାଇବାକୁ ମଧ୍ୟ କହୁଥିଲା । ତେବେ ଏହି କଥାରେ ଯୁବତୀ ରାଗିବା ସହ ତାକୁ ମନା କରିଥିଲେ । ହେଲେ ପରିଣାମ ସ୍ବରୂପ ଗତ କାଲି ଛାତ୍ରୀ ଘରକୁ ଫେରୁଥିବା ସମୟରେ ସଂପୃକ୍ତ ଯୁବକ ଓ ତାର ସହଯୋଗୀମାନେ ଛାତ୍ରୀଙ୍କୁ ବାଟରେ ଅଟକାଇ ଅଶ୍ଲୀଳ ଆଚରଣ କରିବା ସହ ସ୍କୁଟିରୁ ଠେଲି ଖଣ୍ଡିଆ ଖାବରା କରିଦେଇଥିଲେ।ହେଲେ ଆଜି ଉକ୍ତ ଯୁବକ ତାର କିଛି ସହଯୋଗୀଙ୍କ ସହ ମିଶି ଛାତ୍ରୀଙ୍କୁ ରାସ୍ତାରେ ମାଡମାରି ଚାଲିଯାଇଥିଲେ । ଏହି ଘଟଣାକୁ ଲୋକେ ଦେଖୁଥିଲେ ମଧ୍ୟ କେହି ସାହାଯ୍ୟ କରିନଥିଲେ । ରାସ୍ତାରେ ଯୁବତୀ ଘଣ୍ଟାଏ କାଳ ପଡ଼ିବା ପରେ ପୋଲିସ ଖବର ପାଇଁ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇବା ସହ ଏହାର ତଦନ୍ତ ଆରମ୍ଭ କରିଛି ।