Home ଜିଲ୍ଲା ପରିକ୍ରମା ଯୁବଛାତ୍ର ସମାବେଶ ପାଇଁ ପ୍ରସ୍ତୁତି ବୈଠକ

ଯୁବଛାତ୍ର ସମାବେଶ ପାଇଁ ପ୍ରସ୍ତୁତି ବୈଠକ

11

ଭଦ୍ରକ, ୨୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ଜାନୁଆରୀ ୩୧ ରେ ଭଦ୍ରକ ନେହେରୁ ଷ୍ଟାଡିୟମ୍‌ରେ ହେବାକୁ ଥିବା ଯୁବଛାତ୍ର ସମାବେଶକୁ ସଫଳ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଏହି ଜିଲାର ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବନ୍ତ ବ୍ଲକ୍‌ରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ବିଜେଡି ରାଜ୍ୟ ସଂପାଦକ ଇଂ ପ୍ରୟାସକାନ୍ତି ସାମଲ ଯୋଗଦେଇ କିଭଳି ଅଧିକରୁ ଅଧିକ ସଂଖ୍ୟକ ଯୁବଛାତ୍ର ଉକ୍ତ ସମାବେଶରେ ଯୋଗଦେଇ ତାହାକୁ ସଫଳ କରାଇବେ, ସେଥିନେଇ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ହେବାକୁ ଥିବା ବିଶାଳ ଯୁବ ଛାତ୍ର ସମାବେଶରେ ଯୁବ ଓ ଛାତ୍ର ସମାଜ କିଭଳି ଶୃଙ୍ଖଳିତ ଭାବେ ଏକ ସୁସ୍ଥ ସମାଜ ଗଠନ ପୂର୍ବକ ରାଜ୍ୟକୁ ନୂତନ ଦିଶା ଦେଇପାରିବେ, ସେ ସଂପର୍କରେ ରାଜ୍ୟର ନେତୃମଣ୍ଡଳୀ ଆଶାର କିରଣ ବୁଣିବେ ବୋଲି ଇଂ ଶ୍ରୀ ସାମଲ ଉପସ୍ଥିତ ସମସ୍ତ ଯୁବ ଛାତ୍ରଙ୍କୁ ସୂଚାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.