Home ଜିଲ୍ଲା ପରିକ୍ରମା ଯଶୋଟିକିରି କ୍ରିକେଟ ଟୁର୍ଣ୍ଣାମେଣ୍ଟ, ସେମିରେ ବାଲେଶ୍ୱର ଆଦର୍ଶ କ୍ଲବ

ଯଶୋଟିକିରି କ୍ରିକେଟ ଟୁର୍ଣ୍ଣାମେଣ୍ଟ, ସେମିରେ ବାଲେଶ୍ୱର ଆଦର୍ଶ କ୍ଲବ

41

ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ନେରଡା ପଞ୍ଚାୟତ ଯଶୋଟିକିରି ବୈତରଣୀ ନଦୀକୂଳ ପଡିଆରେ ୨୭ତମ ମହାବୀର କପ କ୍ରିକେଟ ଫେଷ୍ଟିଭାଲ ସୋମବାର ଅନୁଷ୍ଠିତ ଦ୍ୱିତୀୟ କବାଟର ଫାଇନାଲ ମ୍ୟାଚ ବାଲେଶ୍ୱର ଆଦର୍ଶ କ୍ଲବ ଓ ଭଦ୍ରକ ସୂର୍ଯ୍ୟଶିଖା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସୂର୍ଯ୍ୟଶିଖା ଦଳ ଟସ ଜିଣି ପ୍ରଥମେ ଫିଲ୍ଡିଂ କରିଥିଲା । ପ୍ରଥମେ ବ୍ୟାଟିଂ କରି ଆଦର୍ଶ କ୍ଲବ ୨୪.୫ ଓଭରରେ ସମସ୍ତ ଉଇକେଟ ହରାଇ ୧୯୨ ରନ ସ୍କୋର କରିଥିଲା । ବ୍ୟାଟ୍ସମ୍ୟାନ ଶେଖ ମିନାଜ ୬୪ ରନ ଓ ସୁକାନ୍ତ ମହାନ୍ତି ୩୬ ରନ ହାସଲ କରିଥିଲେ । ପ୍ରତିପକ୍ଷ ବୋଲର ସାଭଲିନ ମଲ୍ଲିକ ୫ ଓଭର ବୋଲିଂ କରି ୪୫ ରନ ବିନିମୟରେ ୩ ଉଇକେଟ ଅକ୍ତିଆର କରିଥିଲେ । ଜବାବରେ ସୂର୍ଯ୍ୟଶିଖା ଦଳ ୧୯.୩ ଓଭରରେ ସମସ୍ତ ଉଇକେଟ ହରାଇ ୧୨୫କରି ଶୋଚନୀୟ ଭାବେ ପରାଜିତ ହୋଇଥିଲା । ଆଦର୍ଶ ଦଳ ୬୭ ରନରେ ବିଜୟ ହାସଲ କରିଥିଲା । ଏହି ଦଳର ବ୍ୟାଟ୍ସମ୍ୟାନ ଦିରାଜ ବେହେରା ୩୪ ଓ ସରୋଜ ବେହେରା ୩୨ ରନ ସ୍କୋର କରିଥିଲେ । ପ୍ରତିପକ୍ଷ ବୋଲର ସୁକାନ୍ତ ମହାନ୍ତି ୪ ଓଭର ବୋଲିଂ କରି ୯ ରନ ବିନିମୟରେ ୩ ଉଇକେଟ ହାସଲ କରିଥିଲେ । ସୁକାନ୍ତ ମହାନ୍ତି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଦୁର୍ଗା ପ୍ରସାଦ ପଟ୍ଟନାୟକ ଓ ଜ୍ଞାନରଞ୍ଜନ ସ୍ୱାଇଁ ଅମ୍ପାୟାର ଭାବେ ମ୍ୟାଚ ପରିଚାଳନା କରିଥବା ବେଳେ ପ୍ରଭୁକଲ୍ୟାଣ ସାମଲ ଓ ସନ୍ତୋଷ ନନ୍ଦ ସ୍କୋରର, ପ୍ରତ୍ୟୁଷ ସାହୁ ଓ ପ୍ରଶାନ୍ତ ପଟ୍ଟନାୟକ ଧାରାବିବରଣୀ ପ୍ରଦାନ କରିଥିଲେ । ମାନସ କୁମାର ପଣ୍ଡା ମ୍ୟାଚ ରେଫରୀ ଦାଇତ୍ୱ ତୁଲାଇଥିଲେ । ମଙ୍ଗଳବାର ହେବକୁ ଥିବା ୩ୟ କ୍ୱାଟର ଫାଇନାଲ ମ୍ୟାଚ ଜଗତସିଂପୁର ମାଷ୍ଟର ୧୧ ଓ ଯୁନିକ୍ୟୁ ଭଦ୍ରକ ଦଳ ମଧ୍ୟରେ ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.