Home ଓଡ଼ିଶା ଯବାନଙ୍କ ରକ୍ଷା କବଚ ପାଲଟିଲା ଡ୍ରୋନ

ଯବାନଙ୍କ ରକ୍ଷା କବଚ ପାଲଟିଲା ଡ୍ରୋନ

881

ଛତିଶଗଡ,୨୧/୦୮,(ଓଡ଼ିଆ ପୁଅ/ ପି ନାଏକ): ଡ୍ରୋନ କ୍ୟାମେରା ବଞ୍ଚାଇଲା ଯବାନଙ୍କ ଜୀବନ। ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲା ଆରଣପୁର ଓ କୋଣ୍ଡାବାଲିରେ ବର୍ତ୍ତିଛନ୍ତି ଯବାନ। ମାଓ କ୍ୟାମ୍ପ ଥିବା ନେଇ ସୂଚନା ମିଳିବା ପରେ ସିଆରପିଏଫ ବଡ଼ ଧରଣର ଅପରେସନ ଆରମ୍ଭ କରିଥିଲା।

ତେବେ ଅପରେସନ ପୂର୍ବରୁ ଡ୍ରୋନ ସହାୟତାରେ ସେହି ଅଞ୍ଚଳର ସ୍ଥିତିର ଅନୁଧ୍ୟାନ କରିଥିଲା ସିଆରପିଏଫ। ଏଥିରେ ୩୦ଟି ଜାଗାରେ ରାସ୍ତା କାଟିଦିଆଯାଇଥିବା ଧରାପଡ଼ିଥିଲା। ଏଥିରେ ଯବାନମାନେ ସତର୍କ ହୋଇ ସେଠାରେ ପହଞ୍ଚିବା ସହ ୩ଟି ଆଇଇଡି ଜବତ କରିଛନ୍ତି। ଡ୍ରୋନର ଚିତ୍ର ଦେଖିବା ପରେ ସିଆରପିଏଫ ନିଜର ଷ୍ଟ୍ରାଟେଜି ବଦଳାଇଥିଲା। ଡ୍ରୋନ କ୍ୟାମେରାରେ କିଛି କଳା ପୋଷାକଧାରୀଙ୍କୁ ଦେଖାଯାଇଥିବା ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲବ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.