ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କ୍ରୀଡା କ୍ଷେତ୍ରରେ ଯୁବଗୋଷ୍ଠୀ ଭବିଷ୍ୟତ ପାଇଁ ବଡ ଶକ୍ତି ଆଭିମୁଖ୍ୟ ରେ ଓଡିଶା ସରକାରଙ୍କ ଦ୍ୱାରା “ନୂଆ- ଓ” ଯୁବ ଓଡିଶା, ନବୀନ ଓଡିଶା ଯୋଜନାରେ ଭଦ୍ରକ ଜିଲ୍ଲାର ସମସ୍ତ ପୌରାଞ୍ଚଳ ଓ ବ୍ଲକ୍ ସ୍ତରରେ ମେଗା କ୍ରୀଡା ପ୍ରତଯୋଗିତା ଆୟୋଜନ କରାଯିବ । ଏହି ପ୍ରତିଯୋଗିତାରେ କ୍ରିକେଟ୍, ହକି, ଫୁଟ୍ବଲ୍, କବାଡି, ଖୋ ଖୋ, ଭଲିବଲ୍, ସମୁଦାୟ ୬ ପ୍ରକାର ଖେଳ ସାମିଲ୍ କରାଯିବ । ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ ପାଇଁ ନଭେମ୍ବର ୫ ତାରିଖରୁ ୨୦ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି । ଇଛୁକ ଖେଳାଳୀ ମାନେ ଏଥିପାଇଁ େଓବ୍ ସାଇଟ୍ ଷଗ୍ଧଗ୍ଧକ୍ଟ୍ର;//ଗ୍ଦକ୍ଟ୍ରକ୍ଟକ୍ସଗ୍ଧଗ୍ଦ.କ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ କୁ ଯାଇ ନିର୍ଦ୍ଧାରିତ ଅନ୍ଲାଇନ୍ ଫର୍ମ ରେ ସମସ୍ତ ସୂଚନା ପୂରଣ କରିବେ । ସୂଚନା ଯୋଗ୍ୟକି ଉଭୟ ମହିଳା ଓ ପୁରୁଷ ଏହି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିପାରିବେ । ପ୍ରତିଯୋଗୀ ମାନଙ୍କ ବୟସ ୧୩ ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ପ୍ରତିଯୋଗୀ ମାନେ ନିଜେ ରହୁଥିବା ଅଞ୍ଚଳରୁ ହିଁ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିପାରିବେ । ଜଣେ ବ୍ୟକ୍ତି ଏକାଧିକ କ୍ରୀଡା ଶୃଙ୍ଖଳାରେ ଅଂଶଗ୍ରହଣ ନିମନ୍ତେ ଆବେଦନ କରିପାରିବେ । ଏହି ପ୍ରତିଯୋଗିତା ପାଇଁ ନିର୍ଦ୍ଧାରିତ ଅବଧି ମଧ୍ୟରେ ନାମ ପଞିକରଣ କାରିବା ପାଇଁ ଭଦ୍ରକ୍ ଜିଲ୍ଲା ପ୍ରଶାସନ ତରଫରୁ ଯୁବବର୍ଗ ଙ୍କୁ ଅନୁରୋଧ କରାଯାଇଛି ।