Home ଜିଲ୍ଲା ପରିକ୍ରମା ମୋ ସେବା କେନ୍ଦ୍ର ସ୍ଥାନାନ୍ତର ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

ମୋ ସେବା କେନ୍ଦ୍ର ସ୍ଥାନାନ୍ତର ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

21

ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପଂଚାୟତ ଅଫିସର ପରିସରରେ ମୋ ସେବା କେନ୍ଦ୍ର ଦାବି କରି ଭଦ୍ରକ ଜିଲ୍ଲା ମୋ ସେବା କେନ୍ଦ୍ର ସଂଘ ପକ୍ଷରୁ ଭଦ୍ରକ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ଦିଆଯାଇଛି । ସଂଘ ପକ୍ଷରୁ ଦାବିପତ୍ରରେ ଦର୍ଶାଯାଇଛି ଯେ ଲୋକେ ନିଜେ ପଂଚାୟତରେ ରହି ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ ସେବା ପାଇବା ନେଇ ୨୦୨୧ ମସିହାରେ ରାଜ୍ୟରେ ୬୭୯୮ ଟି ପଂଚାୟତରେ ମୋ ସେବା କେନ୍ଦ୍ର ସ୍ଥାପନ କରିଥିଲେ । ଦୀର୍ଘ ୩ ବର୍ଷ ପରେ ମଧ୍ୟ ସରକାରଙ୍କ ଏହି ଲୋକାଭିମୁଖୀ ସେବା ନି ପଂଚାୟତରେ ଲୋକମାନଙ୍କ ନିକଟରେ ପହଂଚି ପାରିଲା ନାହିଁ । ମୋ ସେବା କେନ୍ଦ୍ରକୁ ନିଜ ପଂଚାୟତ କାର୍ଯ୍ୟାଳୟ ପରସର ମଧ୍ୟରେ ଖୋଲିବାକୁ ପଂଚାୟତରାଜ ବିଭାଗ ତା୨୯/୦୬/୨୦୨୨ରିଖରେ ଚିଠି ନଂ୧୧୮୩୩/ପି.ଆର୍‌. ଏଣ୍ଡ ଡ଼ି.ଡ଼ବ୍ଲ୍ୟୁ ଓ ଆଟି ବିଭାଗ ତରଫରୁ ତା୨୨/୦୨/୨୦୨୩ରିଖରେ ଚିଠି ନଂ୭୬୮ ରେ ଜିଲ୍ଲାପାଳଙ୍କୁ ଚିଠି କରାଯାଇଥିଲା । ଏହି ନିର୍ଦ୍ଧେଶନାମା ପରେ ଜିଲ୍ଲାପାଳ ବି.ଡ଼ି.ଓ.ମାନଙ୍କ ୨ ଥର ଚିଠି କରିଥିଲେ ମଧ୍ୟ ମାତ୍ର ୮ ଟି ମୋ ସେବା କେନ୍ଦ୍ର ପଂଚାୟତ କାର୍ଯ୍ୟାଳୟ ପରିସରକୁ ସ୍ଥାନାନ୍ତରିତ ହୋଇଛି । ଅବଶିଷ୍ଟ କେନ୍ଦ୍ରଗୁଡ଼ିକୁ ପଂଚାୟତ କାର୍ଯ୍ୟାଳୟ ପରିସରକୁ ସ୍ଥାନାନ୍ତର କରାଯିବା ପାଇଁ ଜିଲ୍ଲାପାଳଙ୍କୁ ସଂଘର ଏକ ପ୍ରତିନିଧି ଦଳ ଭେଟି ଆଜି ଦାବିପତ୍ର ଦେଇଛନ୍ତି । ଖୁବଶୀଘ୍ର ପଂଚାୟତ କାର୍ଯ୍ୟାଳୟ ପରିସରରେ ମୋ ସେବା କେନ୍ଦ୍ର ପାଇଁ ଘଣ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଥିବା କଥା ସଂଘର ସଭାପତି ମହେଶ କୁମାର ମିଶ୍ର କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସଂଘର ସମ୍ପାଦକ ରାଜକିଶୋର ଶତପଥି, ସହ ସମ୍ପାଦକ ଏସ୍‌କେ. ଅଖତର, ମୁଖ୍ୟ ପରାମର୍ଶଦାତା ସୁଭେନ୍ଦୁ କୁମାର ଖୁଣ୍ଟିଆ, ଅକ୍ଷୟ କୁମାର ଖୁଣ୍ଟିଆ, ପ୍ରକାଶ ସାମଲ, ସୋମନାଥ ରାଉତ, ବରୁଣ ନାୟକ, ପ୍ରଶାନ୍ତ ପୃଷ୍ଟି, ନିର୍ମଳ ମଲ୍ଲିକଙ୍କ ସହ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.