Home ଜିଲ୍ଲା ପରିକ୍ରମା ମୋଡ଼ସାହିରୁ ହରିବୋଲ କ୍ଷେତ୍ରକୁ ବାହୁଡ଼ିଲେ ଚତୁର୍ଦ୍ଧା ମୂର୍ତ୍ତି, ଜିଲାପାଳ କଲେ ଛେରାପହଁରା, ଭଗବାନ-ଭକ୍ତ ଏକାକାର

ମୋଡ଼ସାହିରୁ ହରିବୋଲ କ୍ଷେତ୍ରକୁ ବାହୁଡ଼ିଲେ ଚତୁର୍ଦ୍ଧା ମୂର୍ତ୍ତି, ଜିଲାପାଳ କଲେ ଛେରାପହଁରା, ଭଗବାନ-ଭକ୍ତ ଏକାକାର

30

ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ିି ବ୍ଳକ ଅଧୀନ ଗୁଆମାଳ ମୋଡ଼ସାହି ସ୍ଥିତ ମାଉସୀମା’ ମନ୍ଦିରରୁ ଚତୁର୍ଦ୍ଧ ମୂର୍ତ୍ତିୀ ଭଦ୍ରକ ବ୍ଲକ ଅଧୀନ କେଶପୁର ସ୍ଥିତ ହରିବୋଲ କ୍ଷେତ୍ରକୁ ବାହୁଡ଼ିଛନ୍ତି । ଚତୁର୍ଦ୍ଧା ମୂର୍ତ୍ତି ତିନିରଥକୁ ବିଜେ କରିବା ବେଳେ ଭକ୍ତମାନେ ଭାବ ବିହ୍ୱଳ ହୋଇ ପଡ଼ିବା ସହିତ ଭଗବାନ-ଭକ୍ତ ଏକାକାର ହୋଇ ଯାଇଥିଲେ । ବାହୁଡ଼ା ଯାତ୍ରା ପାଇଁ ମାଉସୀମା’ ମନ୍ଦିରରେ ପ୍ରାତଃକାଳରୁ ପୂଜକଙ୍କଦ୍ୱାରା ବିଭିନ୍ନ ପୂଜା ବିଧି ଅନୁସାରେ ଅନୁଷ୍ଠିତ ହୋଇଥିଲା । ଅପରାହ୍ନ ୧୨ଟା ୩୦ରେ ପହଣ୍ଡି ବିଜେ ପରେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କୁୁ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ପାଲିଙ୍କିରେ ବସାଇ ତିନିରଥପାଖକୁ ନିଆଯାଇଥିଲା ଓ ସେଠାରେ ସମସ୍ତ ବିଧିମୁତାବକ ତିନି ରଥ ଉପରେ ଜିଲାପାଳ ଛେରା ପହଁରା କରିଥିଲେ । ମହନ୍ତ ଭାଗବତ ମିଶ୍ର ପୂଜକ କଳ୍ପତରୁ ଉଦ୍‌ଗାତା, ଦେବେନ୍ଦ୍ର ଉଦ୍‌ଗାତା, ଜନ୍ନାଥ ପଣ୍ଡା ପ୍ରମୁଖ ଶ୍ରୀଜୀୟୁଙ୍କ ନୀତିକାନ୍ତୀ ସମ୍ପନ୍ନ କରିଥିଲେ । ଆଖପାଖ ଅଞ୍ଚଳ ସମେତ ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରୁ ଆସିଥିବା ହଜାର ହଜାର ଭକ୍ତଙ୍କ ସମାଗମରେ ପୂରି ଉଠିଥିଲା ମୋଡ଼ସାହି ଶ୍ରୀଗୁଣ୍ଡିଚା କ୍ଷେତ୍ର । ମଧ୍ୟାହ୍ନରେ ତିନି ରଥ ଗଡ଼ିଥିଲା କେଶପୁର ସ୍ଥିତ ହରିବୋଲ କ୍ଷେତ୍ର ଅଭିମୁଖେ । ମୋଡ଼ସାହି ମାଉସୀମା ମନ୍ଦିର କମିଟି ସଭାପତି ଲକ୍ଷ୍ମୀକାନ୍ତ ଖୁଣ୍ଟିଆ, ସମ୍ପାଦକ ରବିନାରାୟଣ ସାମଲ, କୋଷାଧ୍ୟକ୍ଷ ସନାତନ ଜେନା, ଦୋଳ ଗୋବିନ୍ଦ ପୃଷ୍ଟି, ଭରତ ଚନ୍ଦ୍ର ସାହୁ, ଅତୁଲ୍ୟ ବେହେରା, ସନ୍ତୋଷ ସାମଲ, କାର୍ତ୍ତିକ ଚନ୍ଦ୍ର ତ୍ରିପାଠୀ, ମନୋରଂଜନ ଖୁଣ୍ଟିଆ, ବଂଶୀଧର ପୃଷ୍ଟି, ଦିପ୍ତୀକାନ୍ତ ଖୁଣ୍ଟିଆ, ପ୍ରକାଶ ଖୁଣ୍ଟିଆ, ଭାଗିରଥି ଖୁଣ୍ଟିଆ, ନିରାକାର ପରିଡ଼ା, ପ୍ରଶାନ୍ତ ଖୁଣ୍ଟିଆ, ପ୍ରିୟରଂଜନ ବେହେରା, ରାଜକିଶୋର ନାୟକ, କେଶପୁର ରଥ ପରିଚାଳନା କମିଟି ସଭାପତି ନଗେନ୍ଦ୍ର ପ୍ରସାଦ ଦାସ, ସମ୍ପାଦକ ପତିତପାବନ ପଣ୍ଡା, ଶ୍ରୀଧର ପୁହାଣ, ସନ୍ତୋଷ ନାୟକ, ସରୋଜ କୁମାର ପଣ୍ଡା, ଅମର ବେହେରା, ସଂଜୟ ସାହୁ, ବିଜୟ ସାହୁ, ପ୍ରକାଶ ସାହୁ, ମହେନ୍ଦ୍ର ମୁଦୁଲି, ରବିନ୍ଦ୍ର ସାହୁ, ପ୍ରଶାନ୍ତ କୁମାର ମିଶ୍ର, ବସନ୍ତ ବେହେରା, ସତ୍ୟରଂଜନ ସେନାପତି, ଆଶୀଷ ପଣ୍ଡା ଏବଂ ପ୍ରମୁଖ ବାହୁଡ଼ା ଯାତ୍ରା ପରିଚାଳନା କରିଥିଲେ ।

ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲାପରିଷଦ ସଭ୍ୟା ସୁଶ୍ରୀ ବିଦ୍ୟୁତ୍‌ଲତା ନାୟକ ଓ ରୁଜାତା ପଣ୍ଡା, ସରପଞ୍ଚ ମାମିନା ଜେନା, ପୂର୍ବତନ ସରପଞ୍ଚ ପ୍ରଦୀପ ପଣ୍ଡା, ସମିତିସଭ୍ୟ ତଥା ବରିଷ୍ଠ ଆଇନଜୀବୀ ଚିନ୍ତାମଣି ଦାସ, ପୂର୍ବତନ ଜିଲାପରିଷଦ ସଭ୍ୟା ଇତିଶ୍ରୀ ସାମଲ ପ୍ରମୁଖଙ୍କ ସହିତ ବିଶିଷ୍ଟ ବ୍ୟକ୍ତିମାନେ ଶ୍ରୀ ଜୀଉଙ୍କୁ ଦର୍ଶନ କରିଥିଲେ । ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ପକ୍ଷରୁ ଶରତ କୁମାର ସାହୁ, ସୁଧାରକ ଧନୀ, ସୁଶ୍ରୀ ତପସ୍ୱିନୀ ପାଢ଼ୀ, ବିଶ୍ୱମୈତ୍ରୀ ନାୟକ, ଲଳିତ ମୋହନ ମିଶ, ପୁଷ୍ପଲତା ପଣ୍ଡା, ହରିହର ଦାସ ପ୍ରମୁଖ ଧାରାବିବରଣୀ ପ୍ରଦାନ କରିଥିଲେ । ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭାଗ ପକ୍ଷରୁ ଅସ୍ଥାୟୀ ସୂଚନା କେନ୍ଦ୍ର ସହିତ ଉତ୍କଳ ପ୍ରସଂଗ ପୁସ୍ତକ ବିକ୍ରୟର ବ୍ୟବସ୍ଥା କରାଯାଇଥିଲା । ଆଇନ ସୃଙ୍ଖଳା ପରିସ୍ଥିତି ପାଇଁ ତିହିଡ଼ି ପୁଲିସ ପକ୍ଷରୁ ଥାନା ଅଧିକାରୀ ଏମଡି ହାଫିଜଙ୍କ ନିର୍ଦ୍ଦେଶକ୍ରମେ ଏସଅ।।ଇ ଅରୁନ୍ଧତୀ ବେହେରା, ଏଏସଆଇ ଦିଲୀପ ଦେହୁରୀ ଓ କମଳାକାନ୍ତ ଶତପଥିଙ୍କ ସମେତ ପୁଲିସ ଫୋର୍ସ ମୁତୟନ ହୋଇଥିଲେ । ଏଥି ସହ ତିହିଡି ଓ ଗୁଆମଳା ଡାକ୍ତରଖାନା ପକ୍ଷରୁ ଡା. ସଂଜୀବ ମିଶ୍ର, ଡା. ମମତା ବେହେରା, ଡା. ପ୍ରଣବ ମହାନ୍ତି, ଡା. ମଧୁସ୍ମିତା ଦାସ, ଫାର୍ମାସିଷ୍ଟ ଅମରେଶ ତ୍ରିପାଠୀ, ଅଶୋକ କୁମାର ମହାପାତ୍ର, ଏଏନଏମ ବିଜୟଲକ୍ଷ୍ମୀ ସେଠୀ ପ୍ରମୁଖ ସ୍ୱସ୍ଥ୍ୟ ଶିବିରରେ ଉପସ୍ଥିତ ରହି ସେବା ଯୋଗାଇଥିଲେ । ସେହିପରି ତିହିଡ଼ି ବ୍ଲକର ପୀରହାଟ, ଚାରିତରଫ, ତିହିଡ଼ି, ମଙ୍ଗରାଜପୁର, ମୂଷାଙ୍ଗ, କୋହ୍ଲ, ତାଳପଦା, କାଳିମେଘା, ନୂଆନନ୍ଦ ଇତ୍ୟାଦି ବିଭିନ୍ନ ସ୍ଥାନରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.