ଭଦ୍ରକ, ୨୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଗତ ଦିନରେ ମୋବାଇଲ୍ରେ ବ୍ଲ୍ୟୁ ହୁଏଲ୍, ପବ୍ଜି ଗେମ୍ ଖେଳି ବହୁ ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀ ମରଣକୁ ଆଦରି ନେଇଥିବାବେଳେ ଆଜି ସେହି ମୋବାଇଲ୍ରେ ଫ୍ରି ଫାୟାର ଗେମ୍ ଖେଳିବାକୁ ଯାଇ ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିବା ଘଟଣା ଏହି ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାସୁଦେବପୁର ବ୍ଲକ୍ ବିଦେଇପୁର ଗ୍ରାମପଞ୍ଚାୟତର ଗଦି ଗ୍ରାମରେ । ଏହି ଗ୍ରାମର ନରହରି ନାୟକଙ୍କ ୨୨ ବର୍ଷିୟ ପୁଅ ଶ୍ରୀତମ ଗତକାଲି ରାତିରେ ଦୁଇଜଣ ସାଙ୍ଗଙ୍କ ସହ ମୋବାଇଲ୍ରେ ଫ୍ରି ଫାୟାର ଗେମ୍ ଖେଳୁଥିଲେ । କୌଣସି କାରଣରୁ ରାତିରେ ସେ ଶୋଇଥିବା ଘର ଆଗରେ ଥିବା ଗୋଟିଏ ଗଛରେ ରଶିରେ ଝୁଲୁଥିବାର ଭୋର୍ ସମୟରେ ସାଙ୍ଗମାନେ ଦେଖିବାକୁ ପାଇଥିଲେ । ଏହାଦେଖି ପରିବାର ଲୋକଙ୍କୁ ଖବର ଦେବାପରେ ସେମାନେ ପହଞ୍ôଚ କସିଆ ସାମୁଦ୍ରିକ ଥାନାକୁ ଖବର ଦେବାପରେ ସେମାନେ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି ।