Home Top News ମୋଦୀ ସରନେମ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଜେଲ, ମିଳିଲା ବେଲ

ମୋଦୀ ସରନେମ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଜେଲ, ମିଳିଲା ବେଲ

121

ନୂଆ ଦିଲ୍ଲୀ ୨୩-୩ (ଓଡ଼ିଆ ପୁଅ) ମୋଦୀ ସରନେମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରାହୁଲ ଗାନ୍ଧୀ। ଗୁଜୁରାଟର ସୁରଟ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମୋଦୀ ସାଙ୍ଗିଆ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। କିନ୍ତୁ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ତୁରନ୍ତ ଜାମିନ୍ ମିଳିଛି।

ସୂଚନାଯୋଗ୍ୟଯେ, ଗୁଜୁରାଟର ସୁରଟ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମୋଦୀ ସରନେମ୍‌ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୦୧୯ ମାନହାନୀ ମାମଲାରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ସୁରାଟ କୋର୍ଟ। ଅବଶ୍ୟ ତୁରନ୍ତ ରାହୁଲଙ୍କୁ ଜାମିନ ମିଳିଛି, କିନ୍ତୁ ରାହୁଲଙ୍କୁ ଏହି ରାୟ ବିରୁଦ୍ଧରେ ଅପିଲ କରିବା ପାଇଁ ୩୦ ଦିନ ସମୟ ଅଛି। ୨୦୧୯ ନିର୍ବାଚନ ରାଲି ବେଳେ କର୍ଣ୍ଣାଟକରେ ଏହି ମନ୍ତବ୍ୟ ଦେଇଥିଲେ ରାହୁଲ ଗାନ୍ଧୀ। ସେ କହିଥିଲେ, ସବୁ ଚୋରମାନଙ୍କ ଗୋଟିଏ ସାଙ୍ଗିଆ କେମିତି ହେଲା। ନୀରବ ମୋଦୀ , ଲଳିତ ମୋଦୀ ଏବଂ ନରେନ୍ଦ୍ର ମୋଦୀଙ୍କ ସାଙ୍ଗିଆ କାହିଁକି ଏକାଭଳି। ଏଭଳି ବୟାନକୁ ନେଇ ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପୁନେଶ୍ଚ ମୋଦୀ ରାହୁଲଙ୍କ ବିରୋଧରେ ଅପରାଧିକ ମାନହାନି ମକଦମା ଦାୟର କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.