Home ଜିଲ୍ଲା ପରିକ୍ରମା ମେରୀ ମାଟି ମେରା ଦେଶ : ଦିଲ୍ଲୀ ଅଭିମୁଖେ ଭଦ୍ରକ ଜିଲ୍ଲାର ମାଟି

ମେରୀ ମାଟି ମେରା ଦେଶ : ଦିଲ୍ଲୀ ଅଭିମୁଖେ ଭଦ୍ରକ ଜିଲ୍ଲାର ମାଟି

11

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମେରୀ ମାଟି ମେରାଦେଶ ଅଭିଯାନରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଭଦ୍ରକ ଜିଲ୍ଲାର ଗ୍ରାମପଞ୍ଚାୟତ, ବ୍ଲକ୍‌, ପୌରାଞ୍ଚଳରୁ ସଂଗୃହୀତ ମୃତ୍ତିକାକୁ ଦିଲ୍ଲୀ ଅଭିମୁଖେ ପ୍ରେରଣ କରାଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ନିର୍ଦ୍ଦେଶ ମତେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟରେ ଗଚ୍ଛିତ ଏହି ମୃତ୍ତିକା କଳସକୁ ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ହସ୍ତାନ୍ତର କରିଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ଏହି ଅମୃତ କଳସକୁ କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ବିଶ୍ୱାଳ ଓ ନେହେରୁ ଯୁବକେନ୍ଦ୍ରର ସଦସ୍ୟ ସୌମ୍ୟରଞ୍ଜନ ଖୁଣ୍ଟିଆ ଗ୍ରହଣ କରି ଭୁବନେଶ୍ୱର ଦେଇ ଦିଲ୍ଲୀ ଅଭିମୁଖେ ଯାତ୍ରା ପାଇଁ ବାହାରି ଯାଇଥିଲେ । ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ତ୍ରିଲୋଚନ ପଣ୍ଡା ଏହି ମୃତ୍ତିକା କଳସ ସାଜସଜ୍ଜାରେ ଆନୁସାଙ୍ଗିକ ସହଯୋଗ କରିଥିଲେ । ଦେଶ ପାଇଁ ଶହୀଦ ବୀର ବୀରାଙ୍ଗନା ମାନଙ୍କ ସମ୍ମାନ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଉଥିବା ଦିଲ୍ଲୀର ଅମୃତ ବାଟିକାରେ ବ୍ୟବହୃତ ହେବାକୁ ଥିବା ଏହି ମାଟି ନେବା ପାଇଁ ଅମୃତ କଳସ ଯାତ୍ରା ଉପଲକ୍ଷେ ଭୁବନେଶ୍ୱର ଠାରେ ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଶନିବାର ରେଳ ଯୋଗେ ଏହି ମୃତ୍ତିକା କଳସ ଯାତ୍ରା ଦିଲ୍ଲୀ ଅଭିମୁଖେ ଆରମ୍ଭ ହେବ । ସୂଚନା ଯୋଗ୍ୟ କି ୨୯ ଅକ୍ଟୋବର ରୁ ୧ ଅକ୍ଟୋବର ପର୍ଯ୍ୟନ୍ତ ଦିଲ୍ଲୀ ଠାରେ ଏହି ଅଭିଯାନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.