କେନ୍ଦ୍ରାପଡା ୩୧/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜିଲ୍ଲା ପ୍ରଶାସନର ନିର୍ଦେଶକ୍ରମେ ମିଶନଶକ୍ତି ଆନୁକୁଲ୍ୟରେ ଭରତପୁର ପଂଚାୟତରେ ମା’ ଜାଗୁଳେଇ ମହିଳା ମଣ୍ଡଳ ପକ୍ଷରୁ ଗୋଷ୍ଠି ରନ୍ଧାଖାଦ୍ୟ ପ୍ରସ୍ତୁତ କରାଯାଇ ଲୋକମାନଙ୍କୁ ପ୍ରଦାନ କରାଯାଇଛି। ସରପଂଚ ଜୀନତପ୍ରିୟଦର୍ଶିନୀ ରାଉତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଭରତପୁର ପଂଚାୟତରେ ଗରୀବଲୋକମାନଙ୍କୁ ଗତ ରବିବାର ୨୨ଟି ମିଲ ପ୍ରଦାନ କରାଯାଇଥିବା ବେଳେ ଆଜି ୩୫ଟି ମିଲ ପ୍ରଦାନ କରାଯାଇଛି। ମା’ ଜାଗୁଳେଇ ମହିଳା ମଣ୍ଡଳର ସଭାପତି ପଦ୍ମାବତୀ ମହାନ୍ତି, ସମ୍ପାଦିକା ରାଜଲକ୍ଷ୍ମୀ ପଣ୍ଡା, ସଦସ୍ୟା କନକଲତା ଦାଶ ଓ ସି.ଆର.ପି.ନିରୂପମା ମହାନ୍ତି ପ୍ରମୁଖ ଏହି ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ବଂଟନ କରିଥିବା ସରପଂଚ ଶ୍ରୀମତୀ ରାଉତ ସୂଚନା ଦେଇଛନ୍ତି।