Home ଜିଲ୍ଲା ପରିକ୍ରମା ମିଥ୍ୟା ସତ୍ୟପାଠ ଦେଇ ଶିଶୁକନ୍ୟାକୁ ପିତୃ ସ୍ନେହରୁ ବଂଚିତ ପାଇଁ ଷଡଯନ୍ତ୍ର

ମିଥ୍ୟା ସତ୍ୟପାଠ ଦେଇ ଶିଶୁକନ୍ୟାକୁ ପିତୃ ସ୍ନେହରୁ ବଂଚିତ ପାଇଁ ଷଡଯନ୍ତ୍ର

29

ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗୋଟିଏ ନୁହେଁ, ଦୁଇ ଦୁଇଟି ନିଷ୍ପାପ ଶିଶୁ ଏକ ମିଥ୍ୟା ସତ୍ୟପାଠକୁ ନେଇ ପିତୃ ସ୍ନେହରୁ ବଂଚିତ ହେବା ଘଟଣା ଏହି ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି । ଦୁଇଟି ଶିଶୁଙ୍କ ମାମୁଁଘର ପରିବାର ବର୍ଗଙ୍କ କୁମନ୍ତ୍ରଣାର ଷଡଯନ୍ତ୍ରର ସମ୍ମୁଖୀନ ହୋଇ ଏକ ନିରୀହ ପରିବାରକୁ ଭାଙ୍ଗିଦେବା ସହିତ ଗୋଟିଏ ୧୩ ବର୍ଷର ପୁତ୍ର ଓ ୫ ବର୍ଷ ୬ ମାସର ଶିଶୁକନ୍ୟାକୁ ମାନସିକ ଆଘାତ ଦେବା ଘଟଣାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ସମାଲୋଚନା କରାଯାଇଛି । ଅପରପକ୍ଷରେ କୁଚକ୍ରୀ ଗୋଷ୍ଠୀଙ୍କ ଷଡଯନ୍ତ୍ରରେ ବାରମ୍ବାର ମିଥ୍ୟା ତଥ୍ୟ, ମିଥ୍ୟା ସତ୍ୟପାଠକୁ ନେଇ ଭାଙ୍ଗିପଡୁଛନ୍ତି ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ନଗୁଆଁ ପଞ୍ଚାୟତ ଅଧୀନସ୍ଥ ଡଗରପଡା ଗ୍ରାମର ସୁଶାନ୍ତ ନାୟକ (୩୮) । ଘଟଣାରୁ ପ୍ରକାଶ ଏହି ବ୍ଲକ୍ ଅଧୀନସ୍ଥ ଉତ୍ତରଗଡିଆ ଗ୍ରାମର ତୁଳସୀ ବେହେରାଙ୍କୁ ଶ୍ରୀ ନାୟକ ବୈଦିକ ରୀତି ଅନୁଯାୟୀ ହିନ୍ଦୁ ଶାସ୍ତ୍ର ମତେ ବିବାହ କରିଥିଲେ । ମାତ୍ର ତୁଳସୀର ପରିବାର ଲୋକ ଜ୍ୱାଇଁ ସୁଶାନ୍ତଙ୍କ ନିକଟରୁ ବିଭିନ୍ନ ଆଳରେ ବାରମ୍ବାର ପଇସାପତ୍ର ନେବା ସହ ନିଜ କନ୍ୟାକୁ କୁମନ୍ତ୍ରଣା ଦେଇଥିଲେ । ଯେଉଁଥିପାଇଁ ତୁଳସୀ ନିଜ ସ୍ୱାମୀ ଓ ଦୁଇ ପିଲାଙ୍କୁ ଛାଡି ବାପଘରକୁ ଚାଲିଆସିଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଭଣ୍ଡାରିପୋଖରୀ ଥାନାରେ ଏକ ମିଥ୍ୟା ଯୌତୁକ ଅପରାଧ ମାମଲା ରୁଜୁ କରି ଶିଶୁକନ୍ୟାଟିକୁ ଛଡାଇନେବା ପାଇଁ ମସୁଧା କରିଥିଲେ ତୁଳସୀଘର ବାପଘର ଲୋକେ ।

ଏବଂ ଏଥିପାଇଁ ସେମାନେ ଭଦ୍ରକ ଉପଜିଲାପାଳଙ୍କ ପ୍ରକୋଷ୍ଠରେ କେତେକ ଅସାଧୁ କର୍ମଚାରୀଙ୍କୁ ହାତକରି ମିଥ୍ୟା ସତ୍ୟପାଠ ଜରିଆରେ ଶିଶୁକନ୍ୟାଟିର ପ୍ରକୃତ ବୟସ ୫ ବର୍ଷ ୪ ମାସ ବଦଳରେ ୩ ବର୍ଷ ଦର୍ଶାଇ ସ୍ତନ୍ୟପାନ କରୁଥିବା କଥା ଲେଖି ବଳପୂର୍ବକ ପିତା ସୁଶାନ୍ତଙ୍କ ପାଖରୁ ଶିଶୁକନ୍ୟାଟିକୁ ଛଡାଇନେଇ ତୁଳସୀକୁ ହସ୍ତାନ୍ତର କରିଥିଲେ । କିଶୋର ନ୍ୟାୟ ଆଇନ୍ ଧାରା ୨ ଅନୁଯାୟୀ ସମସ୍ତ ନ୍ୟାୟ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁର ଥଇଥାନ କେବଳ ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି) ନିଷ୍ପତ୍ତି ନେବା କଥା । କିନ୍ତୁ ବିନା ତଦନ୍ତ, ସତ୍ୟତାର ଯାଞ୍ଚ ନକରି ଶିଶୁକନ୍ୟାକୁ ହସ୍ତାନ୍ତର କରିବା ନ୍ୟାୟୋଚିତ ନୁହେଁ ଦର୍ଶାଇ ସୁଶାନ୍ତ ପୁନର୍ବାର ଉପଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିବା ପରେ ସେ ଶିଶୁ ସୁରକ୍ଷା ଆଇନ୍ ମାଧ୍ୟମରେ ଶିଶୁ ମଙ୍ଗଳ କମିଟିକୁ ନିଷ୍ପତ୍ତି ନେବା ପାଇଁ ସମସ୍ତ ନଥିପତ୍ର ପଠାଇଦେଇଥିଲେ । ଶିଶୁ ମଙ୍ଗଳ କମିଟି ଉଭୟ ପରିବାରର ସ୍ଥିତି ଅନୁଧ୍ୟାନ କରିବା ସହ ଶିଶୁର ମାନସିକତାକୁ ଉପଲବ୍ôଧ କରିଥିଲେ । ଶିଶୁଟି ପିତୃ ସ୍ନେହରୁ ବଂଚିତ ହୋଇ ଶିକ୍ଷା କ୍ଷେତ୍ରରେ ଅବହେଳିତ ହେଉଥିବାର ହୃଦୟଙ୍ଗମ କରିଥିଲେ । ଦୀର୍ଘଦିନ ଧରି ‘ଆଉସାହି ସ୍କୁଲ’ ରେ ଅନୁପସ୍ଥିତ ଥାଇ ପାଠପଢାରେ ଆଗ୍ରହ କ୍ରମଶଃ କମିଯାଉଥିବା ଦେଖି କମିଟି ତୁରନ୍ତ ଏକ ପରୀକ୍ଷାରେ ସାମିଲ ହେବାପାଇଁ ମଧ୍ୟବର୍ତ୍ତୀ କାଳୀନ ଆଦେଶ ଫର୍ମ ନଂ ୧୯ ରେ ଶିଶୁକୁ ପିତାଙ୍କ ହସ୍ତରେ ଜିମା ଦେଇଥିଲେ ।

ମାତ୍ର ତୁଳସୀ ନିଜ ପରିବାରର କୁଚକ୍ରୀ ଗୋଷ୍ଠୀଙ୍କ ପ୍ରରୋଚନାରେ ପ୍ରଶାସନିକ ଅଧିକାରୀ, ଜିଲାପାଳ ଓ ଅତିରିକ୍ତ ଜିଲାପାଳଙ୍କ ନିକଟରେ ମିଥ୍ୟା ତଥ୍ୟ ଦେବା ସହ ଧମକ ଓ ଧାରଣା ଦେବା ଭଳି ଆଚରଣ ସୃଷ୍ଟି କରି ଏବେ ବିଭ୍ରାନ୍ତ ସୃଷ୍ଟି କରୁଥିବା ବିଷୟ ପିତା ସୁଶାନ୍ତ ଅଭିଯୋଗ କରିଛନ୍ତି । ଶିଶୁ ମଙ୍ଗଳ କମିଟିର ନିଷ୍ପତ୍ତିକୁ ବେଖାତିର କରି ଜିଲାପାଳଙ୍କ ଅଫିସ୍ ମାଧ୍ୟମରେ ଭଣ୍ଡାରିପୋଖରୀ ଥାନା ଏବଂ ପିତା ସୁଶାନ୍ତଙ୍କୁ ପିଲା ହସ୍ତାନ୍ତର ପାଇଁ ଧମକ ଦେଇଚାଲିଛନ୍ତି । ଏଣୁ ମିଥ୍ୟା ଅପପ୍ରଚାର, ମିଥ୍ୟା ସତ୍ୟପାଠ ବଳରେ ଆଇନ୍‌କୁ ଅମାନ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ନିଜର ଏଭଳି ହୀନ ମାନସିକତାରୁ ନିବୃତ୍ତ ରହି ଆଇନ୍‌କୁ ସମ୍ମାନ ଦେବା ପାଇଁ ପିତା ସୁଶାନ୍ତ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି । ବର୍ତ୍ତମାନର ଏଭଳି ଦୁଦୁଲ୍ୟମାନ ପରିସ୍ଥିତିରେ ଶିଶୁମଙ୍ଗଳ କମିଟିର ଅଧ୍ୟକ୍ଷ ଡାକ୍ତର ଦେବରାଜ ପାଣିଗ୍ରାହୀ ପ୍ରଶାସନିକ ଚାପରେ ନିଜେ କରିଥିବା ଆଦେଶକୁ ଏଡାଇଦେଇ ଅନ୍ୟ ଏକ ଆଦେଶ ଦେଇଛନ୍ତି, ତାହାର ପୁନଃ ବିଚାର ନକରାଗଲେ ପିତା ସୁଶାନ୍ତ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ତ ହେବ ବୋଲି ନିଷ୍ପତ୍ତି ନେଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.