Home ଜିଲ୍ଲା ପରିକ୍ରମା ମା’ ଓ ପୁଅଙ୍କୁ ନ୍ୟାୟ ଦାବି , ରାଷ୍ଟ୍ରୀୟ ମଜଦୁର ମହାସଂଘ ଓଡ଼ିଶାର ସାମ୍ବାଦିକ ସମ୍ମିଳନୀ

ମା’ ଓ ପୁଅଙ୍କୁ ନ୍ୟାୟ ଦାବି , ରାଷ୍ଟ୍ରୀୟ ମଜଦୁର ମହାସଂଘ ଓଡ଼ିଶାର ସାମ୍ବାଦିକ ସମ୍ମିଳନୀ

30

ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଷ୍ଟ୍ରୀୟ ମଜଦୁର ମହାସଂଘ ଓଡ଼ିଶାର କର୍ମକର୍ତ୍ତା ତଥା ଏହି ଜିଲାର ବନ୍ତ ବ୍ଲକ୍ ଅଧୀନସ୍ଥ ରାମଚନ୍ଦ୍ରପୁର ପଂଚାୟତର ବରପଦି ଗ୍ରାମନିବାସୀ ରବିନ୍ଦ୍ର ନାୟକଙ୍କୁ ସ୍ଥାନୀୟ ସରପଞ୍ଚ କ୍ଷମତାଶୀଳ ରାଜନୈତିକ ଦଳ ପ୍ରଭାବରେ ସ୍ଥାନୀୟ ପୁଲିସ୍ ମିଥ୍ୟା କେଶ୍‌ରେ ଜଡିତ କରିବା ଏବଂ ଜିଲା ଶିଶୁ ସୁରକ୍ଷା ଓ ମହିଳା ମିଶନ ଶକ୍ତିର କର୍ମକର୍ତ୍ତା ଏକ ଦଳିତ ମହିଳା ଓ ତାଙ୍କ ପୁତ୍ରକୁ ନିର୍ଯ୍ୟାତନା ଦେଇଥିବାରୁ ସେମାନଙ୍କ ସୁରକ୍ଷା ଦାବିରେ ଆଜି ରାଷ୍ଟ୍ରୀୟ ମଜଦୁର ମହାସଂଘ ଓଡ଼ିଶାର ଉତ୍ତର ଓଡ଼ିଶା ସଭାପତି ଭବେନ୍ଦ୍ର ସାହୁ ଓ ମହିଳା ନେତ୍ରୀ ଉଷାରାଣୀ ବେହେରା ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି । ସ୍ଥାନୀୟ ବାଲଗୋପାଲ ମନ୍ଦିର ସମ୍ମିଳନୀ କକ୍ଷରେ ଆୟୋଜିତ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାହୁ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଛେନାପଦି ଗ୍ରାମ (ଅସିଆରେ) ଲକ୍ଷ୍ମୀପ୍ରିୟା ଯେନା ଜଣେ ଅସହାୟ ଓ ସ୍ୱାମୀ ପରିତ୍ୟକ୍ତା ମହିଳା ଅଟନ୍ତି । ତାଙ୍କ ନାବାଳକ ପୁତ୍ର ସୁଶାନ୍ତ (୮ ବର୍ଷ) ଙ୍କ ସହ ସେ ଗତ ୨୯ ତାରିଖରେ ତାଙ୍କର ସୂର୍ଯ୍ୟବନ୍ଧୁ ତଥା ସମସ୍ତ ସାହାଯ୍ୟ ସହଯୋଗ କରୁଥିବା ବରପଦି ଗ୍ରାମର ରବିନ୍ଦ୍ର ନାୟକଙ୍କ ଘରକୁ ବୁଲି ଆସିଥିଲେ । ସେହିଦିନ ରାତିରେ ସୁଶାନ୍ତର ଦେହ ହଠାତ୍ ଅସୁସ୍ଥ ହୋଇପଡିବାରୁ ଶ୍ରୀ ନାୟକଙ୍କ ସମେତ ଅନ୍ୟମାନେ ତାଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ମାତ୍ର ରାଜନୈତିକ ଦଳ ଦ୍ୱାରା କରଗତ ହୋଇ ଭଦ୍ରକ ଜିଲା ଶିଶୁ ସୁରକ୍ଷା ଓ ମହିଳା ମିଶନ ଶକ୍ତିର କର୍ମକର୍ତ୍ତା ମିଥ୍ୟାରେ ଶ୍ରୀ ନାୟକ ଉକ୍ତ ନାବାଳକକୁ ଆଣି ନିଜ ଘରେ କାମ କରାଇବା ସମୟରେ ନିର୍ଯ୍ୟାତନା ଦିଅନ୍ତି ଓ ତାକୁ ମାରି ଗାଏବ କରିଦେଇଛନ୍ତି ବୋଲି ବନ୍ତ ଥାନାରେ ଏକ ମାମଲା ରୁଜୁ ହୋଇ ତାଙ୍କୁ କୋର୍ଟ ଚାଲାଣ କରାଯାଇ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ମାତ୍ର ନାବାଳକ ସୁଶାନ୍ତ ଓ ତାର ମା’ ଲକ୍ଷ୍ମୀପ୍ରିୟା ବାରମ୍ବାର ଅଧିକାରୀମାନଙ୍କ ନିକଟରେ ବିନମ୍ର ଭାବେ ଶ୍ରୀ ନାୟକ କୌଣସି ନିର୍ଯ୍ୟାତନା ଦେଇନଥିବାର ଜମାନବନ୍ଦୀ ଦେବା ସହ ସ୍ଥାନୀୟ ସରପଞ୍ଚ ଓ ଲୋକମାନେ କୌଣସି ନିର୍ଯ୍ୟାତନା ଦିଆଯାଇନଥିବାର କହିଥିଲେ ମଧ୍ୟ ସେମାନେ ବଳପୂର୍ବକ ପୁଲିସ୍ ସହାୟତାରେ ପିଲାଟିକୁ ତା’ ମା’ ନିକଟରୁ ଅଲଗା କରି ରଖିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀ ସାହୁ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ନିଜେ ଲକ୍ଷ୍ମୀପ୍ରିୟା ସମସ୍ତ କଥା ସ୍ପଷ୍ଟ ଭାବେ କହିଥିବାବେଳେ ସେ କିଭଳି ବାରମ୍ବାର ଜିଲା ଶିଶୁ ମଙ୍ଗଳ ଅଫିସ୍‌କୁ ଯାଇ ଚାଇଲ୍ଡ ଲାଇନ୍‌ରେ ଥିବା ତାର ପୁତ୍ରକୁ ଦେଖା କରିବା ସହ ନେବାପାଇଁ ଚାହୁଁଥିଲେ ବି ଶିଶୁସୁରକ୍ଷାର କର୍ମକର୍ତ୍ତାମାନେ ତାହା କରାଇବା ତ ଦୂରର କଥା, ତାଙ୍କୁ ବିଭିନ୍ନ ଅଶାଳୀନ ଭାଷାରେ ଧମକ ଦେବା ଏବଂ ସେମାନଙ୍କ କହିବାନୁସାରେ ମିଛକଥା କହିଲେ ଅଫିସ୍ ପକ୍ଷରୁ ୨ ଲକ୍ଷ ଟଙ୍କା ଦିଆଯିବ ବୋଲି ଗଣମାଧ୍ୟମକୁ କହିଛନ୍ତି । ଏବଂ ଏହି ଘଟଣାରେ ତାଙ୍କ ପୁତ୍ରକୁ ଫେରାଇ ଦେବା ସହ ମିଥ୍ୟା କେଶ୍‌ରେ ଜଡିତ ରବିନ୍ଦ୍ର ନାୟକଙ୍କୁ ନ୍ୟାୟ ପ୍ରଦାନ ନକଲେ ସେ ଜିଲା ଶିଶୁ ମଙ୍ଗଳ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବେବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.