Home ଓଡ଼ିଶା ମା ଆରପାରିରେ, ବାପା ଜେଲରେ, ବଡପୁଅ ପୋଲିଓ, ୪ବର୍ଷର ଝିଅ କିଡିନି ରୋଗରେ ପିଡିତ- ଅସହାୟ...

ମା ଆରପାରିରେ, ବାପା ଜେଲରେ, ବଡପୁଅ ପୋଲିଓ, ୪ବର୍ଷର ଝିଅ କିଡିନି ରୋଗରେ ପିଡିତ- ଅସହାୟ ଶିଶିକନ୍ୟାକୁ ସହାୟତା ପାଇଁ ନିବେଦନ

461

ହାଟଡ଼ିହି, ୧୪ । ୪ : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶିବନାରାୟଣପୁରରେ ଜଣେ ଅସହାୟ ଶିଶୁକନ୍ୟା କିଡିନି ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହିତ ସଂଗ୍ରାମ ଜାରି ରଖିଛନ୍ତି । ଦେଢ଼ବର୍ଷ ହେଲା କିଡିନିରୋଗରେ ପିଡିତ ହୋଇ ଥିଲେବି ଉପଯୁକ୍ତ ଚିକିତ୍ସା ପାଇପାରି ନଥିବାରୁ ଶିଶୁକନ୍ୟାଟି ଏବେ ଦୁର୍ବିସହ ଜୀବନ ବିତାଉଛି ।
ଖବରରୁ ଜଣାଯାଇଛି ଯେ ବାବୁଲି ସାହୁଙ୍କର ଦୁଇଟି ଶିଶୁଙ୍କ ମଧ୍ୟରୁ ବଡପୁଅଟି ଜନ୍ମରୁ ପୋଲିଓ ରୋଗରେ ଆକ୍ରାନ୍ତ । ଏବେ ସେ ୬ବର୍ଷର ହୋଇଥିବାବେଳେ ଠିକ ଭାବରେ ଚାଲି ପାରୁ ନାହିଁ । ଝିଅ ନନ୍ଦିନି ମାତ୍ର ବର୍ଷେ ଦେଢ଼ବର୍ଷର ହୋଇଥିବାବେଳେ ମା ଭାନୁମତୀ ସାହୁ ଆରପାରିକୁ ଚାଲିଗଲେ । ବାପା ଏକ ମାମଲାରେ ଏବେ ଜେଲର ଚାରିକାନ୍ଥ ଭିତରେ ବନ୍ଦି । ଏପରି ସମୟରେ ଝିଅ ନନ୍ଦିନି ଓ ପୁଅ ବାଦଲ ସାହୁ ବଡବାପା ରତ୍ନାକରଙ୍କ ପାଖରେ । ରତ୍ନାକର ଜଣେ କ୍ଷୁଦ୍ରଚାଷୀ ହୋଇଥିବାବେଳେ ସେ ତାଙ୍କ ଛୁଆପିଲାଙ୍କ ସହ ଏ ସାନଭାଇର ଦୁଇ ଛୁଆଙ୍କୁ ଲାଳନପାଳନ କରୁଛନ୍ତି । ସ୍ୱଳ୍ପ ରୋଜଗାରରେ ପରିବାର ପ୍ରତିପୋଷଣ କରିବା ସହିତ ଏ ଦୁଇ ଶିଶୁଙ୍କ ଚିକିତ୍ସା ଖର୍ଚ୍ଚ ତାଙ୍କ ଉପରେ ବୋଝ ଉପରେ ନଳିତାବିଡା ସଦୃଶ ହୋଇଛି । ନଳିନୀର ଉପଯୁକ୍ତ ଚିକିତ୍ସା କରାଇ ପାରୁ ନଥିବାରୁ ତାର ସ୍ୱାସ୍ଥ୍ୟବସ୍ଥାରେ ଦିନକୁ ଦିନ ଅବନତି ଘଟିବାରେ ଲାଗିଛି । ଏପରିକି ନଳିନୀକୁ ଖାଦ୍ୟ ସୁରକ୍ଷା ଯୋଜନାରେ ମଧ୍ୟ ସାମିଲ କରାଯାଇ ନାହିଁ । ଯଦି ଏବେଠାରୁ ନଳିନୀକୁ ଉପଯୁକ୍ତ ଚିକିତ୍ସା ସହାୟତା ଯୋଗଇ ଦିଆଯାଇ ପାରନ୍ତା ତେବେ ନଳିନୀ ସୁସ୍ଥ ହୋଇ ପାରନ୍ତା ବୋଲି ‘ମା ତରିଣୀ ସେବା ସଂସ୍ଥାନ’ର ଉମାକାନ୍ତ ରାଉତ ପ୍ରକାଶ କରିଛନ୍ତି । ସେ ଆଜି ନନ୍ଦିନୀକୁ ଭେଟି ତାର ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିବା ସହ ଏ ସମ୍ପର୍କରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସହ ଆଲୋଚନା କରିଥିବା କହିଛନ୍ତି । ପ୍ରଶାସନ ତୁରନ୍ତ ଏ ବାବଦରେ ଦୃଷ୍ଟି ଦେଇ ଶିଶୁଙ୍କ ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.